BJD ରାଜ୍ୟସଭା ଏମପି ଶୁଭାଶିଷଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଦିଅ…

ପୁରୀ,୨୨।୧(ଅଜିତ୍‌ କୁମାର ମହାନ୍ତି)- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ,ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ ଖୁଣ୍ଟଆଙ୍କୁ ଗୁଳିମାଡ଼ କରିବା ନେଇ ଧମକ ଦିଆଯାଇଥିଲା । ଏକ ଫେସବୁକ୍‌ ଆଇଡି ମାଧ୍ୟମରେ ପୋଷ୍ଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଯାହାକୁ ନେଇ ପୁରୀରେଏକ ଭୟରବାତାବଣ ସୃଷ୍ଟି ହୋଇଥିଲା। ଫେସବୁକରେ ଜୁଲିରାଣୀ ପଣ୍ଡା ନାମକ ଏକ ଫେସବୁକ୍‌ ଆଇଡିରୁ ଏପରୀ ଧମକ ପୂର୍ଣ୍ଣ ପୋଷ୍ଟ କରାଯାଇଥିଲା। ଏପରି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇଛି । ଅପରପକ୍ଷରେ ଶୁଭାଶିଷ ଖୁଣ୍ଟିଆଙ୍କୁ ଦୁଇଦିନ ତଳେ ଫୋନ ମେସେଜ ଯୋଗେ ଧମକ ପୂର୍ଣ୍ଣ ମେସେଜ ଆସିଥିଲା।

୧୦ ଲକ୍ଷ ଟଙ୍କା ଦିଅ, ରାଜ୍ୟ ସଭାରୁ ଇସ୍ତଫା ଦିଅବୋଲି ଲେଖାଥିଲା। ତେବେ ତାହାକୁ ଖୁଣ୍ଟିଆ ଗୁରୁତ୍ୱର ସହ ନେଇଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ଗୁଳି କରାଯିବା ନେଇ ପୋଷ୍ଟ ହେବା ପରେ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ସରକାରଙ୍କୁ କହିଛନ୍ତି। ତେବେ ଶ୍ରୀମନ୍ଦିରରେ ବୋମା ପକାଇବା ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିକରି ହତ୍ୟା ସହ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ ଅପଲୋଡ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଏନେଇ ଏସ୍ପି ସୂଚନା ଦେଇ କହିଛନ୍ତି, ଆମ ନଜରକୁ ଆସିଥିଲା ଗୋଟିଏ ଫେସବୁକ ଆଇଡିରେ କିଛି ଧମକପୂର୍ଣ୍ଣ ପୋଷ୍ଟ କରାଯାଇଛି। ନଜରକୁ ଆସିବା ପରେ ସାଇବର ଥାନା ପକ୍ଷରୁ ଉକ୍ତ ସୋସିଆଲ ମିଡିଆକୁ ଚିଠି କରାଯାଇଛି ତଥ୍ୟ ସଂଗ୍ରହ କରିବା ନିମନ୍ତେ। ପୋଷ୍ଟକୁ ମଧ୍ୟ ଯାଞ୍ଚ କରିବା ପାଇଁ ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଯାଞ୍ଚ କରାଯାଉଛି । ସୁରକ୍ଷାକୁ କଡାକଡି କରାଯିବା ସହ ସମସ୍ତଙ୍କୁ ଆଲଟ କରାଯାଇଛି।

ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ସ୍ବତନ୍ତ୍ର କମାଣ୍ଡୋ ଜଗନ୍ନାଥ ମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ପୁରୀ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । ବୋମ ସ୍କାଡ ପ୍ର୍ଯଯକ ଦିନ ଶ୍ରୀମନ୍ଦିର ଚାରିପାଖକୁ ତନଖି କରୁଛ୍‌ନ୍ତି। ପୋଲିସ ପୋଷ୍ଟ ଘଟଣାରେ କିଛି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଯେପରୀ ସମସ୍ତ ତଥ୍ୟ ଆସିପାରିବ ସେ ନେଇ ପୋଲିସ ପକ୍ଷରୁ କାର୍ଯ୍ୟ କରାଯାଉଛି । ଖୋଲତାଡ କରାଯିବ। ସମସ୍ତ ଟିମ ଆଲର୍ଟ ଅଛନ୍ତି ତେଣୁ କେହି ଭୟଭିତ ହେବାର ନାହିଁ । ତେବେ ରାଜ୍ୟ ସଭା ଏମପିକୁ ଧମକ ଦିଆଯାଇଛି ସେ ନେଇ ଏମପିଙ୍କ ସହ ଆଲୋଚନା କରାଯାଇଛି । ତାଙ୍କୁ ସୁରକ୍ଷା ଯୋଗାଇଦେବା ଆମର ଦାଇତ୍ୱ। ପୋଷ୍ଟକୁ ନେଇ ଯାଞ୍ଚ କରାଯାଉଛି ଖୁବଶୀଘ୍ର ସମସ୍ତ ଘଟଣା ସାମ୍ନାକୁ ଆସିବ।

ଧମକପୂର୍ଣ୍ଣ ପୋଷ୍ଟ ଆସିଥିବା ସୋସିଆଲ ମିଡିଆ ଆକାଉଣ୍ଟର ୟୁଆରଏଲ୍‌ ଲିଙ୍କକୁ ଯାଞ୍ଚକରାଯାଉଛି । ଘଟଣା ସ୍ପଷ୍ଟ ହେବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ସେହିପରି ଜୁଲିରାଣୀ ପଣ୍ଡା କିଏ ,ତାଙ୍କ ନାମ ନେଇ ଅ୍ଯଯ କିଏ ଏପରି ଆକାଉଣ୍ଟ କରି ପୋଷ୍ଟ କରିଛି ସେ ନେଇ ସିଟି ଡିଏଓପିଙ୍କ ନେତୁତ୍ୱରେ ଟିମ ଗଠନ କରାଯାଇ ତଦନ୍ତ କରାଯାଉଛି ବୋଲି ଏସ୍‌ପି କହିଛନ୍ତି। ଅପରପକ୍ଷରେ ରାଜ୍ୟ ସଭା ଏମପିଙ୍କ ଖୁଣ୍ଟିଆ କହିଛନ୍ତି କି ଦୁଇଦିନ ତଳେ ମୋ ମୋବାଇଲକୁ ଗୋଟିଏ ନମ୍ବରରୁ ମେସେଜ୍‌ ଯୋଗେ ୧୦ ଲକ୍ଷ ଟଙ୍କା ଦାବି କରିବା ସହ ରା୍ଯଯସଭା ଏମପିଙ୍କ ପଦରୁ ଇସ୍ତଫା ଦେବା ପାଇଁ ମେସେଜ ଆସିଥିଲା। ଏହା ଏକ ଫେକ୍‌ ମେସେଜ ଭାବି ଅଣଦେଖା କରିଥିଲି।ମାତ୍ର ମଙ୍ଗଳବାର ସୋସିଆଲ ମିଡିଆରେ ପୁଣି ଜୀବନରୁ ମାରିଦେବାକୁ ତଥା ଗୁଳିମାଡ଼ କରିବାକୁ ଧମକ ଆସିଛି।ଏନେଇ ପୋଲିସକୁ ଅବଗତ କରାଇଛି। ମୁଁ ଓ ମୋ ପରିବାରର ସୁରକ୍ଷା ବୃଦ୍ଧି ପାଇଁ ପୁରୀ ଏସପିଙ୍କୁ ନିବେଦନ କରିଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ଏବଂ ତାଙ୍କ ଜୀବନ ରକ୍ଷା ପାଇଁ ନିବେଦନ କରିଛନ୍ତି। ଏହା ସହ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା, ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ଏଥିସହ ବିଜେଡି ସୁପ୍ରିମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଜଣାଇଛନ୍ତି। ଖବରପାଇ ଏସପି ଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅତ୍ଧକରୀଙ୍କୁ ଜଣାଇଛି। ତେବେ ଘଟଣା ପଛରେ କେଉଁମାନେ ରହିଛନ୍ତି ,କାହିକି ଏପରୀ କରାଯାଇଛି ପୋଲିସ ତାହାର ତଦନ୍ତ କରି ଲୋକ ଲୋଚନକୁ ଆଣୁ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଚାମ୍ପିୟନ୍‌ କରାଇବା ପରେ ଅଧରାତିରେ ଲୁଚିକି ଟ୍ରେନ୍‌ରେ ଗଲେ ଏହି କ୍ରିକେଟର୍‌: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୩: ଟି-୨୦ ବିଶ୍ୱକପ ଜିତି ଟିମ ଇଣ୍ଡିଆ ପୁଣିଥରେ ସମଗ୍ର ଦେଶ ପାଇଁ ଖୁସି ଆଣିଛି। ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲରେ, ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ସମ୍ପୂର୍ଣ୍ଣ ଏକପାଖିଆ…

ଯୁଦ୍ଧ ଭିତରେ ବାଂଲାଦେଶ ଭାରତକୁ ପଠାଇଲା…ଚମକି ପଡିଲା ପାକିସ୍ତାନ!

ଢାକା,୧୧।୩: ବାଂଲାଦେଶରେ ଏକ ବଡ଼ ରାଜନୈତିକ ପଟ ପରିବର୍ତ୍ତନ ପରେ, ଦେଶ ଏବେ ପଡ଼ୋଶୀ ଭାରତ ସହିତ ଏହାର କୂଟନୈତିକ ଏବଂ ସୁରକ୍ଷା ସମ୍ପର୍କକୁ ପୁନଃନିର୍ମାଣ କରିବାକୁ…

୧୪ରେ ଟିପିସିଓଡିଏଲ୍‌ର ଲୋକ ଅଦାଲତ

ଭୁବନେଶ୍ୱର୧୧ା୩(ଅନୁରାଧା ମହାରଣା): ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍‌ର ଅନଧିକୃତ ବ୍ୟବହାର ଏବଂ ବିଦ୍ୟୁତ୍‌ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ସ୍କୁଲର ଶିକ୍ଷକଙ୍କୁ ପୋଲିସ ଅଟକ ରଖି…

ପଦ୍ମପୁର,୧୧।୩ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁରରେ ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ମଙ୍ଗଳବାର ରାତିରେ ବିଭିନ୍ସ୍କୁଲର ଶିକ୍ଷକମାନଙ୍କୁ ପୋଲିସ ଅଟକ ରଖିଛି। ସେଥିମଧ୍ୟରୁ ବିଳମ୍ବିତ…

ଯୁଦ୍ଧ ଭିତରେ ବଡ଼ ଗେମ୍‌ ଖେଳିଦେଲା ପାକିସ୍ତାନ: ଇରାନକୁ ପ୍ରଥମେ ଧମକ ଦେବା ପରେ ଏବେ କାନ୍ଦୁଛି

ଇସଲାମାବାଦ୍‌,୧୧।୩: ପାକିସ୍ତାନ ପୂର୍ବରୁ ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଇରାନର ନୂତନ ନେତା ମୋଜତାବା ଖାମେନେଇଙ୍କୁ ଅଭିନନ୍ଦନ…

ଆମେରିକା-ଇରାନ ଯୁଦ୍ଧ: ପୁଟିନଙ୍କୁ ବଡ଼ ଲାଭ, ଭିତିରି ପ୍ଲାନରେ ଫସିଲେ ଟ୍ରମ୍ପ!

ମସ୍କୋ,୧୧।୩: ୟୁରୋପୀୟ ୟୁନିଅନ (EU) ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ରୁଷିଆ ଏକମାତ୍ର ବିଜେତା ହୋଇଛି। ସେ ମଙ୍ଗଳବାର…

ଭିଜିଲାନ୍ସ ଜାଲରେ ତହସିଲ

କଣ୍ଟାପଡ଼ା,୧୧।୩: ଭିଜିଲାନ୍ସ ଜାଲରେ କଟକ ଜିଲା କଣ୍ଟାପଡ଼ା ତହସିଲ୍‌ଦାର। ବୁଧବାର ସକାଳୁ ସକାଳୁ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି…

ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍‌ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ, ବୋଲର, ଅଲରାଉଣ୍ଡର କିଏ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୩: ଟି୨୦ ବିଶ୍ୱକପ 2026 ପରେ, ICC ନୂଆ ଟି୨୦ ଅନ୍ତର୍ଜାତୀୟ ରାଙ୍କିଂ ପ୍ରକାଶ କରିଛି। ନୂତନ ରାଙ୍କିଂରେ ତିନୋଟି ବର୍ଗରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି: ବ୍ୟାଟିଂ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri