ବିଜେଡି ଉଠାଇଲା ପଛୁଆବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗ

ଭୁବନେଶ୍ୱର,୨୫ା୩:(ରବିନାରାୟଣ ଜେନା): ବଜେଟ ଅଧିବେଶନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ହେଲେ କଂଗ୍ରେସ ସେଇ ଗୋଟିଏ ଜିଦ୍‌ରେ ଅଟଳ ରହିଛି। ମହିଳାଙ୍କ ସୁରକ୍ଷା ପାଇଁ ଗୃହ କମିଟି ଗଠନ କରିବା ଦାବି ନେଇ ସୋମବାର ପୁଣି ହଟ୍ଟଗୋଳ ଜାରି ରଖିଛି। ଅନ୍ୟପକ୍ଷରେ ପ୍ରମୁଖ ବିରୋଧୀ ବିଜେଡି ଇଞ୍ଜିନିୟରିଂ ଓ ଭେଷଜ ଶିକ୍ଷାକ୍ଷେତ୍ରରେ ରାଜ୍ୟର ସମସ୍ତ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ଦାବିରେ ନାରାବାଜି କରିଥିଲା। ଫଳରେ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ଉଭୟ ଦଳର ସଦସ୍ୟଙ୍କୁ ନିଜ ନିଜ ଆସନକୁ ଯିବାପାଇଁ ଅନୁରୋଧ କରିଥିଲେ। ମାତ୍ର କେହି ଶୁଣି ନ ଥିଲେ। ଫଳରେ ସେ ପ୍ରଥମେ ମଧ୍ୟାହ୍ନ ୧୨.୦୯ ମିନିଟ୍‌ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ହେଲେ ତାହା ସଫଳ ହୋଇ ନ ଥିଲା, ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ସୋମବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନକାଳ ଆରମ୍ଭ କରି ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଉତ୍ତର ରଖିବା ପାଇଁ ଡାକିଥିଲେ। ମନ୍ତ୍ରୀ ଏହି ସମୟରେ ରାଜ୍ୟରେ ଆଇଟି କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ସମ୍ପର୍କରେ ଉତ୍ତର ରଖୁଥିଲେ। ରାଜ୍ୟରେ ଓଡ଼ିଶା ଆଇଟି ନୀତି-୨୦୨୨ କାର୍ଯ୍ୟକାରୀ ହେବାସହିତ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ନୀତି-୨୦୨୨, ଇଲେକ୍ଟ୍ରୋନିକ୍ସ ନୀତି-୨୦୨୧, ବିପିଓ ନୀତି-୨୦୨୧ ଏବଂ ଓଡ଼ିଶା ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଆଣ୍ଡ ଫାବଲେସ ନୀତି-୨୦୨୩ କାର୍ଯ୍ୟକାରୀ ହୋଇଥିବା ଦର୍ଶାଇଥିଲେ। ଏହି ଅବସରରେ ମୂଳ ପ୍ରଶ୍ନକର୍ତ୍ତା ଅମରେନ୍ଦ୍ର ଦାସ ଜଗତ୍‌ସିଂହପୁରରେ ଆଇଟି ପାଇଁ କିଛି ସୁଯୋଗ ରହିଛି କି ? ଯଦି ରହିଛି ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଉପରେ ଜାଣିବାକୁ ଚାହିଁଥିଲେ। ମାତ୍ର ଏହି ସମୟରେ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ପ୍ରବଳ ନାରାବାଜି କରିଥିଲେ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ଓ ଅନ୍ୟମାନେ ଗୃହର ମଧ୍ୟଭାଗରେ ଘଣ୍ଟ ଓ କରତାଳି ମାଡ଼ କରି ଗୃହରେ ଏକ ପ୍ରକାର ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ। ଗୃହକୁ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଆଣିବାପାଇଁ ଉଦ୍ୟମ କରି ମଧ୍ୟ ବାଚସ୍ପତି ସଫଳ ନ ହେବାରୁ ଗୃହକୁ ମଧ୍ୟାହ୍ନ ୧୨.୦୯ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ସମୟ ମଧ୍ୟରେ ତିନିଥର ଗୃହ ମୁଲତବୀ ଘୋଷଣା ହୋଇଥିଲା। ମାତ୍ର ବୈଠକରେ କୌଣସି ନିଷ୍କର୍ଷ ନ ବାହାରିବାରୁ ଅପରାହ୍ନ ୪ଟା ଯାଏ ଉପବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଗୃହ ମୁଲତବୀ ସମୟରେ ବିଜେଡି ପକ୍ଷରୁ ଏକ ରାଲି ଗୃହ ଚାରିପାର୍ଶ୍ୱରେ ପରିକ୍ରମା କରିଥିଲା। ସରକାର ସମସ୍ତ ପଛୁଆବର୍ଗଙ୍କ ପାଇଁ ଇଞ୍ଜିନିୟରିଂ ଓ ଭେଷଜ ଶିକ୍ଷାରେ ସିଟ୍‌ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ ବୋଲି ବିଜେଡି ସଦସ୍ୟ ଧ୍ୱନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri