ରଣପୁର ଦଖଲ କଲା ବିଜେଡି

ନୟାଗଡ଼ ଅଫିସ/ ରଣପୁର୨୬।୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍‌ଏସିରେ ବିଜେଡିର ଚେୟାରମ୍ୟାନ ପ୍ରାର୍ଥିନୀ ରଙ୍ଗୀନ ମହାନ୍ତି ୩୨୩ ଭୋଟରେ ବିଜୟୀ ହୋଇଛନ୍ତି। ରଙ୍ଗୀନ ମହାନ୍ତି ୪ ହଜାର ୨୧୫ ଭୋଟ ପାଇଥିବା ବେଳେ, ସ୍ବାଧୀନ ପ୍ରାର୍ଥିନୀ ମଧୁସ୍ମିତା ପ୍ରହରାଜ ୩ ହଜାର ୮୯୨ ଭୋଟ ପାଇଛନ୍ତି। ଭାଜପା ପ୍ରାର୍ଥିନୀ ସୁପ୍ରିୟା ମହାପାତ୍ର ୬୭୪ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥିନୀ ସୁଚିତ୍ରା ମତା ୧୯୦ ଭୋଟ ପାଇଛନ୍ତି। ସେହିପରି ୧୫ଟି ୱାର୍ଡ ମଧ୍ୟରୁ ୧୧ଟି ଆସନ ବିଜେଡି ହାତେଇଥିବା ବେଳେ, ଭାଜପା ଏବଂ ସ୍ବାଧୀନ ୨ଟି ଲେଖାଏ ଆସନ ହାତେଇଛନ୍ତି।