ପୁରୁଷୋତ୍ତମପୁର ୩୬ ଜୋନକୁ ଦଖଲ କଲା ବିଜେଡି

ପୁରୁଷୋତ୍ତମପୁର, ୨୮/୨(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ୩୬ ଜୋନ ଅଧିନରେ ଥିବା ୧୦ଗୋଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡି ର ଭଜମନ ବେହେରା ୧୭,୮୫୮ ଭୋଟ ପାଇଥିବା ବେଳେ ଭାଜପାର ରାଜକୁମାରୀ ବେହେରା ୬,୭୦୦   ଭୋଟ ପାଇଛନ୍ତି ଓ କଂଗ୍ରେସର ଭଗବାନ ବେହେରା  ୯୮୯ ଭୋଟ ପାଇଛନ୍ତି। ଏଥିରେ ବିଜେଡିର ଭଜମନ ବେହେରା ୧୧,୧୫୮ଭୋଟ ରେ ବିଜୟୀ ହୋଇଛନ୍ତି। ସେହିପରି ପ୍ରତାପୁର ପଞ୍ଚାୟତର ସରପଞ୍ଚ ଦାସ ବେହେରା , ସମିତି ସଭ୍ୟ ଶୁଷମା ପାତ୍ର  , ଆଛୁଲି  ପଞ୍ଚାୟତ ର ସରପଞ୍ଚ ସୁଧାକର ଗୌଡ , ସମିତି ସଭ୍ୟ ବିନୋଦିନୀ ପଣ୍ଡା( ନିଦ୍ବନ୍ଦ), ହାଣ୍ଡିଘର ସରପଞ୍ଚ ସଙ୍ଗିତା ମହାପାତ୍ର , ସମିତି ସଭ୍ୟ ପିଙ୍କି ବେହେରା , ଚିଙ୍ଗୁଡି ଘାଇ ସରପଞ୍ଚ  ବିଷ୍ଣୁ ପ୍ରିୟା ବେହେରା , ସମିତି ସଭ୍ୟ ରଶ୍ମୀରାଣି ପ୍ରଧାନ( ନିର୍ଦ୍ବନ୍ଦ) , ବଡବରଗାଁ  ପଞ୍ଚାୟତ ସରପଞ୍ଚ ଏନ୍ ଭାସ୍କର ଦୋରା , ସମିତି ସଭ୍ୟ ଜି ବିଷ୍ଣୁ ଦୋରା , ଅରଖପୁର ସରପଞ୍ଚ ରଶ୍ମୀତା ସେଠୀ , ସମିତି ସଭ୍ୟ ମିନତି ବେହେରା , କେଏନ ପୁର ସରପଞ୍ଚ ରାଜଲକ୍ଷ୍ମୀ ବେହେରା,ସମିତି ସଭ୍ୟ ଶାରଳା ବେହେରା , ଭୂତସରସିଙ୍ଗି ସରପଞ୍ଚ ମନୋଜ ଦାଶ , ସମିତି ସଭ୍ୟ ମମତା ଦଳେଇ, ସମା ସରପଞ୍ଚ ମମତା କୁମାରୀ ସେଠୀ,  ସମିତି ସଭ୍ୟ ରିଙ୍କି ବେହେରା, ଶିକୁଳା ସରପଞ୍ଚ ପ୍ରଞ୍ଗାନ କୁମାରୀ ବେହେରା, ସମିତି ସଭ୍ୟ କୁମୁଦ ଚନ୍ଦ୍ର ବେହେରା   ନିର୍ବାଚିତ ହୋଇଛନ୍ତି। ଏହାସହ ୱାର୍ଡ ସଭ୍ୟ ମାନଙ୍କ ର ମଧ୍ୟ ଫଳାଫଳ ଘୋଷଣା ହୋଇଛି। ଗଞ୍ଜାମ ଏସପି ବ୍ରିଜେସ କୁମାର ରାୟ ଆସି ତଦାରଖ କରିଥିଲେ।  ନିର୍ବାଚନ ଅଧିକାରୀ ବିଡିଓ ବିଜୟ କୁମାର ବେହେରା ଏହାକୁ ପରିଚାଳନା କରିଥିବା ବେଳେ ମାଜିଷ୍ଟ୍ରେଟ ଦାଇତ୍ଯରେ ତହସିଲଦାର ନିତିଶ କୁମାର ତ୍ରିପାଠୀ , ଅତିରିକ୍ତ ତହସିଲଦାର ସୁନିଲ୍ କୁମାର ଟୁଡୁ,  ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଇନ୍ସପେକ୍ଟର ମମତା ସାମନ୍ତରାୟ ଙ୍କ ସହ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।