ପୁରୁଷୋତ୍ତମପୁର ୩୬ ଜୋନକୁ ଦଖଲ କଲା ବିଜେଡି

ପୁରୁଷୋତ୍ତମପୁର, ୨୮/୨(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ୩୬ ଜୋନ ଅଧିନରେ ଥିବା ୧୦ଗୋଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡି ର ଭଜମନ ବେହେରା ୧୭,୮୫୮ ଭୋଟ ପାଇଥିବା ବେଳେ ଭାଜପାର ରାଜକୁମାରୀ ବେହେରା ୬,୭୦୦   ଭୋଟ ପାଇଛନ୍ତି ଓ କଂଗ୍ରେସର ଭଗବାନ ବେହେରା  ୯୮୯ ଭୋଟ ପାଇଛନ୍ତି। ଏଥିରେ ବିଜେଡିର ଭଜମନ ବେହେରା ୧୧,୧୫୮ଭୋଟ ରେ ବିଜୟୀ ହୋଇଛନ୍ତି। ସେହିପରି ପ୍ରତାପୁର ପଞ୍ଚାୟତର ସରପଞ୍ଚ ଦାସ ବେହେରା , ସମିତି ସଭ୍ୟ ଶୁଷମା ପାତ୍ର  , ଆଛୁଲି  ପଞ୍ଚାୟତ ର ସରପଞ୍ଚ ସୁଧାକର ଗୌଡ , ସମିତି ସଭ୍ୟ ବିନୋଦିନୀ ପଣ୍ଡା( ନିଦ୍ବନ୍ଦ), ହାଣ୍ଡିଘର ସରପଞ୍ଚ ସଙ୍ଗିତା ମହାପାତ୍ର , ସମିତି ସଭ୍ୟ ପିଙ୍କି ବେହେରା , ଚିଙ୍ଗୁଡି ଘାଇ ସରପଞ୍ଚ  ବିଷ୍ଣୁ ପ୍ରିୟା ବେହେରା , ସମିତି ସଭ୍ୟ ରଶ୍ମୀରାଣି ପ୍ରଧାନ( ନିର୍ଦ୍ବନ୍ଦ) , ବଡବରଗାଁ  ପଞ୍ଚାୟତ ସରପଞ୍ଚ ଏନ୍ ଭାସ୍କର ଦୋରା , ସମିତି ସଭ୍ୟ ଜି ବିଷ୍ଣୁ ଦୋରା , ଅରଖପୁର ସରପଞ୍ଚ ରଶ୍ମୀତା ସେଠୀ , ସମିତି ସଭ୍ୟ ମିନତି ବେହେରା , କେଏନ ପୁର ସରପଞ୍ଚ ରାଜଲକ୍ଷ୍ମୀ ବେହେରା,ସମିତି ସଭ୍ୟ ଶାରଳା ବେହେରା , ଭୂତସରସିଙ୍ଗି ସରପଞ୍ଚ ମନୋଜ ଦାଶ , ସମିତି ସଭ୍ୟ ମମତା ଦଳେଇ, ସମା ସରପଞ୍ଚ ମମତା କୁମାରୀ ସେଠୀ,  ସମିତି ସଭ୍ୟ ରିଙ୍କି ବେହେରା, ଶିକୁଳା ସରପଞ୍ଚ ପ୍ରଞ୍ଗାନ କୁମାରୀ ବେହେରା, ସମିତି ସଭ୍ୟ କୁମୁଦ ଚନ୍ଦ୍ର ବେହେରା   ନିର୍ବାଚିତ ହୋଇଛନ୍ତି। ଏହାସହ ୱାର୍ଡ ସଭ୍ୟ ମାନଙ୍କ ର ମଧ୍ୟ ଫଳାଫଳ ଘୋଷଣା ହୋଇଛି। ଗଞ୍ଜାମ ଏସପି ବ୍ରିଜେସ କୁମାର ରାୟ ଆସି ତଦାରଖ କରିଥିଲେ।  ନିର୍ବାଚନ ଅଧିକାରୀ ବିଡିଓ ବିଜୟ କୁମାର ବେହେରା ଏହାକୁ ପରିଚାଳନା କରିଥିବା ବେଳେ ମାଜିଷ୍ଟ୍ରେଟ ଦାଇତ୍ଯରେ ତହସିଲଦାର ନିତିଶ କୁମାର ତ୍ରିପାଠୀ , ଅତିରିକ୍ତ ତହସିଲଦାର ସୁନିଲ୍ କୁମାର ଟୁଡୁ,  ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଇନ୍ସପେକ୍ଟର ମମତା ସାମନ୍ତରାୟ ଙ୍କ ସହ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri