ମାରାଥନ ପ୍ରଚାରରେ ବିଜେଡି ମେୟର ପ୍ରାର୍ଥୀନୀ: ବସ୍ତି ଭୋଟରଙ୍କ ଉପରେ ଫୋକସ୍‌

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ପାଇଁ ଏବେ ଲଢେଇ ଜୋର୍‌ଦାର ହେବା ଆରମ୍ଭ ହୋଇଯାଇଛି। ପ୍ରଥମ ଥର ମେୟର ନିର୍ବାଚନ ପାଇଁ ସିଧାସଳଖ ଭୋଟ୍‌ ହେଉଥିବାରୁ ଏହାକୁ ଦଖଲ କରିବା ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ କସରତ ଆରମ୍ଭ କରିଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଭୁବନେଶ୍ୱର ଅନ୍ତର୍ଗତ ୩ ବିଧାନସଭା ଆସନ ହାତେଇଥିବାବେଳେ ଭାଜପା ଏମ୍‌ପି ଆସନ ହାତେଇଛି। ତେଣୁ ଏବେ ମେୟର ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାବେଳେ ଉଭୟ ବିଜେଡି ବିଧାୟକ ଏବଂ ଭାଜପା ଏମ୍‌ପି ସେମାନଙ୍କ ସମ୍ମାନର ପ୍ରସଙ୍ଗ ପାଲଟିଛି। ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଉତ୍ତର ବିଧାୟକ ସୁଶାନ୍ତ ରାଉତ ବିଜେଡି ମେୟର ପ୍ରାର୍ଥତ୍ନୀ ସୁଲୋଚନା ଦାସଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି।

ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ସୁଲୋଚନା କହିଛନ୍ତି, ଦଳର ସଭାପତି ବହୁ ଜଣଙ୍କ ମଧ୍ୟରୁ ତାଙ୍କୁ ପ୍ରାର୍ଥୀ କରିଛନ୍ତି। ତେଣୁ ବିଏମ୍‌ସି ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେବା ତାଙ୍କର ପ୍ରାଥମିକତା ରହିବ। ଭୁବନେଶ୍ୱରକୁ ନମ୍ବର ଓ୍ବାନ ସ୍ମାର୍ଟସିଟିରେ ପରିଣତ କରିବାକୁ କାର୍ଯ୍ୟ ଜାରି ରଖିବେ। ମେୟର ପ୍ରାର୍ଥୀ ହିସାବରେ ସମସ୍ତ ଭୁବନେଶ୍ୱରବାସୀ ତାଙ୍କ ପରିବାର ତେଣୁ ଏଠାରେ ବାସ କରୁଥିବା ସମସ୍ତଙ୍କ ସମସ୍ୟା ବୁଝି ସେମାନଙ୍କ କଥାକୁ ପ୍ରାଥମିକତା ଦେବି। ବିଭିନ୍ନ ଓ୍ବାର୍ଡରେ ଯେଉଁ ସବୁ ସମସ୍ୟା ରହିଛି, ତାକୁ ସମାଧାନ କରିବି। ଲୋକଙ୍କ ପାଇଁ ୨୪ ଘଣ୍ଟା କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି ଏବଂ ରହିବି ମଧ୍ୟ। ୨୦୧୯ ଲୋକ ସଭା ନିର୍ବାଚନ ଫଳାଫଳ ଭଳି ଏଥର ହେବନାହିଁ। ଲୋକଙ୍କ ପାଖରେ ବହୁତ ଭଲ ପାଇବା ମିଳୁଛି ସେଥିରୁ ହିଁ ବିଜେଡି ପ୍ରତି ଲୋକଙ୍କ ଥିବା ସମର୍ଥନ ଥିବା ଜଣାପଡୁଛି। ଦଳରୁ ଯେଉଁମାନେ ଟିକେଟ ନ ପାଇ ଅସନ୍ତୁଷ୍ଟ ହୋଇଛନ୍ତି ସେମାନଙ୍କ ଯୋଗୁ ମେୟର ଭୋଟ୍‌ରେ କିଛି ପ୍ରଭାବ ପଡ଼ିବନି। ଦଳ ତରଫରୁ ସର୍ଭେ କରାଯାଇ ରିପୋର୍ଟ ଆସି ସାରିଛି। ସମସ୍ତେ ଶଙ୍ଖ ଚିହ୍ନ ଏବଂ ବିଜେଡିକୁ ଭଲ ପାଆନ୍ତି ସେଭଳି କିଛି ଖରାପ ପ୍ରଭାବ ଭୋଟ୍‌ ଉପରେ ଅସନ୍ତୁଷ୍ଟ ପ୍ରାର୍ଥୀ ପକାଇବେ ନାହିଁ ବୋଲି ସେ କହିଛନ୍ତି। ବିଏମ୍‌ସି ଅଞ୍ଚଳରେ ବସ୍ତି ସଂଖ୍ୟା ୪୦୦ରୁ ଊର୍ଦ୍ଧ୍ୱ ରହିଛି। ଜନସଂଖ୍ୟା କେତେ ତାହା ଜଣା ନାହିଁ। ବସ୍ତିବାସିନ୍ଦାଙ୍କ ମନରେ ମୁଖ୍ୟତଃ ଉଚ୍ଛେଦ ନେଇ ଭୟ ରହିଥିବା ପ୍ରଚାର ବେଳେ ଜାଣିବାକୁ ମିଳୁଛି। ହେଲେ ଏଥିରେ ଭୟ କରିବାର କିଛି ନାହିଁ। କାରଣ ବସ୍ତି ଉଚ୍ଛେଦ ହେଲେ ତାହା ବିଜୁ ଆଦର୍ଶ କଲୋନୀକୁ ରୂପାନ୍ତର ହେବ। ଏପରି କି ଯାହାର ଜମି ନାହିଁ ସେମାନଙ୍କୁ ପଟ୍ଟା ଏବଂ ଟଙ୍କା ମିଳିବ ବୋଲି ବୁଝାଉଛୁ। ସେହିପରି ଭୁବନେଶ୍ୱରରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ବିଏମ୍‌ସି ପକ୍ଷରୁ ୭୦ଟି ସ୍ଥାନ ଚିହ୍ନଟ କରାଯାଇଛି। ୪୦ଟିରେ କାମ ଆରମ୍ଭ ହୋଇଥିବାବେଳେ ୩୦ଟିରେ ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ଟାର୍ଗେଟ ପ୍ରସ୍ତୁତ କରି ଏହି କାମକୁ ତ୍ୱରାନ୍ବିତ କରିବାକୁ ଚେଷ୍ଟା କରିବେ ବୋଲି ସୁଲୋଚନା କହିଛନ୍ତି।

ମେୟର ପ୍ରାର୍ଥିନୀ ସୁଲୋଚନା ବୁଧବାର ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୬ ନମ୍ବର ଏବଂ ୭ ନମ୍ବର ଓ୍ବାର୍ଡର ପ୍ରଚାର କରିଥିଲେ। ମେୟର ପ୍ରାର୍ଥୀଙ୍କ ସହ ପ୍ରଚାରରେ ସ୍ଥାନୀୟ ବିଧାୟକ ରାଉତ, ୬ ନମ୍ବର କର୍ପୋରେଟର ପ୍ରାର୍ଥୀ ପ୍ରୀତିନନ୍ଦା ରାଉତରାୟ, ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ୭ ନମ୍ବର କର୍ପୋରେଟର ପ୍ରାର୍ଥୀ ମାନସ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ। ଏହି ପ୍ରଚାର ସମୟରେ ଦୁଇଟି ଯାକ ଓ୍ବାର୍ଡର ବସ୍ତି ଭୋଟ୍‌ ଉପରେ ବିଜେଡି ନେତାଙ୍କ ସମ୍ପୂର୍ଣ୍ଣ ଫୋକସ୍‌ ରହିଥିବା ଦେଖିବାକୁ ମିଳିଛି। ୬ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନୀଳପଡିଆ ବସ୍ତିରେ ପହଞ୍ଚତ୍ ସ୍ତିବାସିନ୍ଦାଙ୍କୁ ଭୋଟ୍‌ ଭିକ୍ଷା କରିବା ସହ ବିକାଶର ପକ୍ଷଭୁକ୍ତ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସ୍ଥାନୀୟ ବିଧାୟକ ମଧ୍ୟ ସେଠାରେ ସମାନଭାବେ ଭୋଟ୍‌ ଦେଇ ବିଜେଡିକୁ ଶକ୍ତିଶାଳୀ କରିବା ପାଇଁ ଅନୁରୋଧ କରିଥିଲେ। ସେଠାରୁ ରାଲି ବାହାରି ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚତ୍ଥିଲା। ସେଠାରେ ଅନୁଷ୍ଠିତ ସଭାରେ ସୁଲୋଚନା ସମସ୍ତଙ୍କୁ ଏଥର ମେୟର ଭୋଟ୍‌ ପାଇଁ ସିଧାସଳଖ ନିର୍ବାଚନ ହେଉଥିବା କଥା ବୁଝାଇଥିଲେ। ପରେ ବିଜେଡି ପ୍ରଚାର ୭ନମ୍ବର ଓ୍ବାର୍ଡ ଅନ୍ତର୍ଗତ ସୋନାଲି ଆପାର୍ଟମେଣ୍ଟ ନିକଟରୁ ବାହାରି ଶ୍ରୀକୃଷ୍ଣ ନଗର ବସ୍ତିରେ ପହଞ୍ଚତ୍ଥିଲା। ସେଠାରୁ ମହାବୀର ବସ୍ତି, ସରସ୍ବତୀ ବସ୍ତି, ପାଓ୍ବାର୍‌ ଗ୍ରୀଡ୍‌ ପାଖ ଟ୍ରାଞ୍ଜିଟ୍‌ ହଲ୍‌ ବସ୍ତିରେ ପହଞ୍ଚତ୍ ସୁଲୋଚନା ଭୋଟ୍‌ ଭିକ୍ଷା କରିଥିଲେ। ଏହାପରେ ଜି.ଏ କୈଳାସ ବିହାର, ବିବେକାନନ୍ଦ ସ୍କୁଲ ନିକଟସ୍ଥ ଜି.ଏ ଆସୋସିଏଶନ, ମା’ ତାରେଣୀ ମନ୍ଦିର ନିକଟସ୍ଥ ଫେଜ-୨ ଛକ, ନିଳକଣ୍ଠେଶ୍ୱର ମନ୍ଦିର ଛକ ଠାରୁ ରାଲି ଯାଇ ଲକ୍ଷ୍ମୀ ମଣ୍ଡପ ପଡିଆଠାରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri