ପ୍ରାର୍ଥୀ ଚୟନରେ ବଦଳିଗଲା ବିଜେଡି ଅଙ୍କ

ରାୟଗଡ଼ା, ୯।୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡିକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାବାସୀ ଭାଜପାକୁ ସମର୍ଥନ କରିଛନ୍ତି। ହେଲେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୬ଟି ବିଧାନସଭା ଆସନର ଫଳାଫଳ ଗୋଟେ ବଡ଼ ଟ୍ବିଷ୍ଟ ଆଣିଛି। କଂଗ୍ରେସ ଶାସକ ବିଜେଡିକୁ ଧରାଶାୟୀ କରିବା ସହ ଭାଜପାକୁ ପୂର୍ବଭଳି ଖାତା ଖୋଲିବାକୁ ଦେଇନାହିଁ। ରାୟଗଡ଼ା ଜିଲାର ୩ଟି ଯାକ ବିଧାନସଭା ଆସନକୁ କଂଗ୍ରେସ ଦଖଲ କରିଛି। ରାୟଗଡ଼ାରେ କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରାକା, ବିଷମ କଟକରେ ନୀଳମାଧବ ହିକ୍‌କା ଏବଂ ଗୁଣପୁରରେ ସତ୍ୟଜିତ୍‌ ଗମାଙ୍ଗ ବିଜୟ ଲାଭ କରିଛନ୍ତି। ତେବେ ୨୪ ବର୍ଷ ଅପରାଜେୟ ରହିଥିବା ବିଜେଡି ଚଳିତ ନିର୍ବାଚନରେ ଜିଲାରେ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦଳୀୟ ନେତା ସମୀକ୍ଷା କରୁଛନ୍ତି। ଅନ୍ୟପଟେ ଦଳର ପ୍ରାର୍ଥୀ ଚୟନକୁ ନେଇ ବିଜେଡିର ଏଭଳି ପରିସ୍ଥିତି ହୋଇଥିବା ଦଳୀୟ କର୍ମୀ ଓ ଲୋକେ ଆଲୋଚନା କରୁଛନ୍ତି।
ରାୟଗଡ଼ା ବିଧାନସଭା ଆସନରେ ବିଜେଡି ପ୍ରଥମଥର ପାଇଁ ମହିଳା ପ୍ରାର୍ଥୀ ଦେଇଥିଲା। ହେଲେ ପ୍ରାର୍ଥୀଙ୍କ ନିଜସ୍ବ ସଂଗଠନ ଏବଂ ଭୋଟବ୍ୟାଙ୍କ ନ ଥିବା ଯୋଗୁ ଦଳ ଏଠାରେ ପରାଜୟ ବରଣ କରିଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। ରାୟଗଡ଼ା ବିଧାନସଭା ଆସନ ପାଇଁ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, କାଶୀପୁର ବ୍ଲକରେ ପୂର୍ବତନ ବିଧାୟକ ବିଭୀଷଣ ମାଝି, ନବାଗତା ରୀନା ସାଉଁତା ପ୍ରମୁଖ ରହିଥିଲେ ମଧ୍ୟ ଦଳର ଶୀର୍ଷନେତୃତ୍ୱ ସେମାନଙ୍କୁ ଅଣଦେଖା କରି ଅନସୂୟାଙ୍କୁ ଟିକେଟ ଦେଇଥିଲା। ଏପରିକି ରାୟଗଡ଼ାର ନିର୍ବାଚିତ ପ୍ରତିନିଧିଙ୍କ କୌଣସି ମତାମତ ସଂଗ୍ରହ ନ କରି ରାଜ୍ୟ ଶୀର୍ଷ ନେତୃତ୍ୱ ଏକପାଖିଆ ଅନସୂୟାଙ୍କୁ ଟିକେଟ ପ୍ରଦାନ କରିଥିବାରୁ ସେତେବେଳେ ଦଳରେ ଏକପ୍ରକାର ବିରୋଧର ସ୍ବର ଉଠିଥିଲା। ତେବେ ଦଳର ବରିଷ୍ଠ ନେତାଙ୍କ ବୁଝାଶୁଝା ପରେ ସେମାନେ ଅନସୂୟାଙ୍କୁ ସମର୍ଥନ କରିଥିଲେ ହେଁ ପରୋକ୍ଷରେ କର୍ମୀମାନେ ଚୁପ୍‌ ରହିଥିଲେ। ତୃଣମୂଳସ୍ତରର କର୍ମୀଙ୍କୁ ଅଣଦେଖା କରିବା ବିଜେଡି ପାଇଁ କାଳ ସାଜିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ରାୟଗଡ଼ା ଜିଲାରେ ବିଜେଡିର ପତିଆରା ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଜିଲା ବିଜେଡି ସଭାପତି ଏନ୍‌. ଭାସ୍କର ରାଓଙ୍କୁ ଜିଲାର ସମସ୍ତ ଦାୟିତ୍ୱ ନ ଦେଇ ଏକପ୍ରକାର ସଂକୁଚିତ କରି ରଖିବା ମଧ୍ୟ ଦଳର ସଙ୍ଗଠନ ଉପରେ ବିପରୀତ ପ୍ରଭାବ ପକାଇଥିବା କର୍ମୀ ମହଲରେ ଆଲୋଚନା ଚାଲିଛି। ସେହିଭଳି କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକ୍‌କା ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରିଙ୍କଠାରୁ ୩୬୧୩ ଭୋଟରେ ପରାଜିତ ହୋଇଥିଲେ। ତେଣୁ ବିଜେଡି ଏଥର ପୁଣି କୌଶଲ୍ୟାଙ୍କ ଉପରେ ଭରସା କରି ଟିକେଟ ପ୍ରଦାନ କରିଥିଲା। ତେବେ ସପ୍ତଗିରିଙ୍କ ରଣନୀତି ଆଗରେ କୌଶଲ୍ୟା ଫେଲ୍‌ ମାରିଥିଲେ। ସେହିଭଳି ବିଷମକଟକ ଏବଂ ଗୁଣପୁର ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବିଷମକଟକ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା ଗତ ୨ଥର ନିର୍ବାଚନ ଜିତିବା ସହିତ ମନ୍ତ୍ରୀ ମଧ୍ୟ ଥିଲେ। ହେଲେ ଅଞ୍ଚଳର ପ୍ରକୃତ ବିକାଶରେ ସମୟ ନ ଦେବା ପରାଜୟର କାରଣ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି। ଚଳିତ ନିର୍ବାଚନରେ ରାଜ୍ୟ ଶୀର୍ଷନେତୃତ୍ୱଙ୍କ ବହୁ ଭୁଲ୍‌ ନିଷ୍ପତ୍ତି ଯୋଗୁ ଦଳ କେବଳ ରାୟଗଡ଼ାରେ ନୁହେଁ, ବରଂ ଓଡ଼ିଶାରେ ଶାସନ ଗାଦିରୁ ହଟିଯିବାର ମୁଖ୍ୟ କାରଣ ବୋଲି କର୍ମୀ ମହଲରେ ଆଲୋଚନା ଚାଲିଛି। ଅପରପକ୍ଷରେ ଜିଲାର ସମସ୍ତ ଆସନରେ କାହିଁକି ପରାଜୟ ଘଟିଲା ତାହାର ସମୀକ୍ଷା ଆମେ କରୁଛୁ ବୋଲି ଜିଲା ବିଜେଡି ସଭାପତି ଭାସ୍କର ରାଓ କହିଛନ୍ତି। କେଉଁ ବୁଥ୍‌ରେ ଆମର ଭୋଟ କମିଛି ତାହା ଅନୁଧ୍ୟାନ ଚାଲିଛି। ସେ ଦଳର ସମସ୍ତ ନେତାଙ୍କ ସହ ଆଲୋଚନା ପରେ ଏକ ରିପୋର୍ଟ ପ୍ରସ୍ତୁତକରି ଦଳର ସଭାପତିଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି। ତେବେ ଗତ ୨ ଦିନ ଧରି କେତେଜଣ ନେତା ଦଳଡିଆଁ କରିବା ନେଇ ଆଲୋଚନା ଚାଲିଥିବା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ସେ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରେ ରହିଛନ୍ତି। ମୋର ରାଜନୀତି ବିଜୁ ପରିବାରକୁ ନେଇ। ହାର୍‌ଜିତ ରାଜନୀତିରେ ରହିଛି। ସେ କୁଆଡ଼େ ଯିବାର ନାହିଁ, କିଏ କୁଆଡ଼େ ଯିବେ ସେ ସୂଚନା ମଧ୍ୟ ତାଙ୍କ ନିକଟରେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri