୨୮ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର ୨୬।୯(ବ୍ୟୁରୋ): ବିଜେଡି ବିଧାୟକ ଦଳ ବୈଠକ ଆସନ୍ତା ୨୮ ତାରିଖ ଅପରାହ୍ନ ୫ଟା ୩୦ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ବୈଠକରେ ସମସ୍ତ ବିଧାୟିକା ଓ ବିଧାୟକମାନଙ୍କୁ ଯୋଗ ଦେବା ପାଇଁ ଶୁକ୍ରବାର ସରକାରୀ ମୁଖ୍ୟସଚେତକ ଚିଠି କରିଛନ୍ତି। ସେହିପରି ଆସନ୍ତା ୨୭ରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି। ତେବେ ଭାଜପା ପକ୍ଷରୁ ବିଧାୟକ ଦଳ ବୈଠକ ବସିବା ନେଇ କୌଣସି ସୂଚନା ଦିଆଯାଇନାହିଁ।