ଶକ୍ତି ହରାଉଛି ବିଜେଡି: ଭାଜପାରେ ମିଶିଲେ ସରପଞ୍ଚ, ସମିତି ସଭ୍ୟ

ପୋଲସରା,୧୩।୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରାରେ ଶକ୍ତି ହରାଉଛି ବିଜେଡି। ବିଜେଡି ଛାଡ଼ି ଭାଜପାରେ ଅନେକ ନେତା ମିଶୁଥିବା ବେଳେ ଆଜି ଘୁମୁସର ସାଙ୍ଗଠନିକ ଜିଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ଶତାଧିକ ସ୍ଥାନୀୟ ନେତା, ସରପଞ୍ଚ, ସମିତି ସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି।

ପୋଲସରା ନିର୍ବାଚନ ମଣ୍ଡଳୀ ପ୍ରସିଦ୍ଧ ଦେବୀ ପୀଠ ମା’ ସିଂହସନିଙ୍କ ମନ୍ଦିରରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଏମ୍‌ଏସ୍‌ଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଣ୍ଡିରିପଡ଼ା ପଞ୍ଚାୟତର ସରପଞ୍ଚ ରଘୁନାଥ ଭୂୟାଁଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଦଳ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି।

ମନ୍ତ୍ରୀ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ସମସ୍ତେ ମିଶି ଅଞ୍ଚଳର କିପରି ବିକାଶ ହୋଇପାରିବ ସେ ନେଇ ମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଏହାସହିତ ଧନେଇ ଜଳ ଭଣ୍ଡାର ୧ ମିଟର ଗଭୀର କରିବା, ଦୋସିଙ୍ଗ ଓ ଚାଞ୍ଚରା ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ମନ୍ତ୍ରୀ କହିଥିଲେ।

ଏପରିକି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଣ୍ଡିରିପଡା ପଞ୍ଚାୟତର ୨୬ଟି ଗାଁର ବିକାଶ ନେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ପ୍ରକାଶ କରିଥିଲେ । ଏହା ସହିତ ଆଗାମୀ ଦିନରେ ବିଜେଡି ଛାଡ଼ି ବହୁ ନେତା ଭାଜପାରେ ଯୋଗଦେବେ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଏହା ସହିତ ମା ସିଂହାସନୀ ମନ୍ଦିରର ଉନ୍ନତି ପାଇଁ ୧୦ ଲକ୍ଷ୍ୟ ଟଙ୍କା ବଜେଟ ଘୋଷଣା କରିଥିଲେ। ଏପରିକି ସୁଭଦ୍ରା ଯୋଜନା ଦ୍ୱାରା ମା’ମାନେ ଉପକୃତ ହୋଇ ପାରିବେ। ଚାଷ କ୍ଷେତ୍ରରେ ଚାଷୀମାନେ ସିଏମ୍‌ କିଷାନ, ପିଏମ୍‌ କିଷାନ ମାଧ୍ୟମରେ ୧୦ ହଜାର ଟଙ୍କା ସହାୟତା ରାଶି ପାଇବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ବରିଷ୍ଠ ନେତା ପୀତବାସ ପ୍ରଧାନ, ପୂର୍ବତନ ସରପଞ୍ଚ କୈଳାସ ମହାରଣା, ଦଣ୍ଡପାଣି ନାୟକ, ରବିନ୍ଦ୍ର ନାୟକ, ବିପ୍ରଚରଣ ପ୍ରଧାନ, କୈଳାସ ପ୍ରଧାନ, କାଳୁ ସାହୁ, ବିଦ୍ୟାଧର ନାୟକ, ଧର୍ମେନ୍ଦ୍ର ଗୁରୁ, ଇଶର ପ୍ରଧାନ, ଲାବନ୍ୟ ବେହେରା, ବସନ୍ତ କୁମାର ବିଷୋୟୀ, ଶିବରାମ ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ସମିତି ସଭ୍ୟା ମନୋଜ ବିଷୋୟୀଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ଯୁବ ନେତା ମନୋଜ କୁମାର ଖଟୁଆ, ସତ୍ୟନାରାୟଣ ସାହୁ, ରଘୁନାଥ ପ୍ରଧାନ, ଭଗବାନ ସାହୁ, ସୁରେନ୍ଦ୍ର ପ୍ରଧାନ, ମହେଶ୍ୱର ପରିଡ଼ା, ରଘୁନାଥ ପଣ୍ଡା, ଦୀପକ ପୋଲାଇ, କାମ୍ପ ବାଡ଼େଇ ସମେତ ଅନ୍ୟ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ମହା ମିଶ୍ରଣ ପର୍ବରେ ୪ହାଜରରୁ ଊଦ୍ଧର୍‌ବ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ଦୁଇ ଗୁରୁତର

ଜି.ଉଦୟଗିରି,୨୬।୧(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ…

ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ…

ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା: ଏମ୍‌ପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ମଞ୍ଚରେ ଛିଡ଼ା କରାଇଲେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ସିମନବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ୨ ଦିନିଆ    ଭାରତ ମାତା ପୂଜନ ଉତ୍ସବରେ…

‘ହେଲୋ ପଏଣ୍ଟ’ ପ୍ରହସନ: ୨୦ ଲକ୍ଷ ଟଙ୍କା ଗଲା କୁଆଡ଼େ

ଥୁଆମୂଳ ରାମପୁର, ୨୬ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଷାବରା ‘ହେଲୋ ପଏଣ୍ଟ’ ଏବେ ଏକ ଭିନ୍ନ  ସ୍ଥିତିରେ। ଆଦିବାସୀ ସଂସ୍କୃତିର ସୁରକ୍ଷା ଓ…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

୮ ଫୁଟର ଅଜଗର ଉଦ୍ଧାର

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ନିକଟ ଘୋଡ଼ାହାଡ଼ ନଦୀପଠାରୁ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ୮ ଫୁଟ ବିଶିଷ୍ଟ…

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ମହୋତ୍ସବ: ପତାକା ଉତ୍ତୋଳନ କଲେ ଉପଜିଲାପାଳ

ବାଲିଗୁଡ଼ା,୨୬।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ…

ସାଧାରଣତନ୍ତ୍ର ଦିବସ ପାଳନକୁ ଅବମାନନା, ଉଡ଼ିଲା ନାହିଁ ଜାତୀୟ ପତାକା, ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ତୁମୁଡିବନ୍ଧ,୨୬।୧(ଦୀପକ କୁମାର ପରାସେଠ): ପଲ୍ଲୀରୁ ଦିଲ୍ଲୀ ସୋମବାର ଆନନ୍ଦ ଉଲ୍ଲାସରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୃଷି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri