ନବୀନଙ୍କ ନିର୍ଦ୍ଦେଶକୁ ବି ଆଉ ମାନୁନାହାନ୍ତି ବିଜେଡି ନେତା

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର): ବିଜେଡିରେ ଆଉ କେହି କାହା କଥା ମାନିବାକୁ ରାଜିନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ମଧ୍ୟ କେତେଜଣ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି। ନବୀନ ଜାରି କରିଥିବା ନିର୍ଦ୍ଦେଶକୁ ଦଳ ଏକ ଗୋଷ୍ଠୀ ବାରମ୍ବାର ଉଲ୍ଲଂଘନ କରୁଥିବାର ନଜିର ସାମ୍ନାକୁ ଆସିଛି। ରାଜ୍ୟବ୍ୟାପୀ ଦଳ ଭିତରେ ଗୋଟିଏ କଥାକୁ ନେଇ ବିରୋଧ ହେଉଥିଲେ ବି ଏନେଇ କିଛି ଫରକ ପଡୁନାହିଁ। ଗୋଟିଏ ଗୋଷ୍ଠୀ ନିଜର ଜିଦ୍‌କୁ ପ୍ରମାଣ କରିବାକୁ ଜୋର୍‌ଦାର ପ୍ରୟାସ ଆରମ୍ଭ କରିଦେଇଛି।

କିଛି ମାସ ତଳେ ନବୀନ ଦଳର ସବୁ କମିଟିକୁ ରଦ୍ଦ କରିଦେଇଥିଲେ। ସେହି କ୍ରମରେ ଦଳର ଯୁବ, ଛାତ୍ର ଓ ମହିଳା ସାମ୍ମୁଖ୍ୟ ରଦ୍ଦ ହେବା ସହ ଏ ପର୍ଯ୍ୟନ୍ତ ଏହାର ପୁନର୍ଗଠନ ମଧ୍ୟ ହୋଇନାହିଁ। ତେଣୁ ବିଜେଡିର ବିଭିନ୍ନ ଜିଲାର ଯୁବ, ଛାତ୍ର ଓ ମହିଳା ନେତା ଏବଂ କର୍ମୀ, ଯେଉଁମାନେ ଦୀର୍ଘଦିନ ଧରି ଦଳ ପାଇଁ କାମ କରିଆସୁଛନ୍ତି, ସେମାନଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ଦଳର ଯୁବ ଓ ଛାତ୍ର ସାମ୍ମୁଖ୍ୟ ନ ଥିଲେ ସୁଦ୍ଧା ବିଧାୟକ ବ୍ୟୋମକେଶ ରାୟ ନିଜକୁ ଯୁବ ସଭାପତି ଏବଂ ଦେବୀରଞ୍ଜନ ତ୍ରିପାଠୀ ନିଜକୁ ଛାତ୍ର ସଭାପତି ବୋଲି ବାରମ୍ବାର ଉଲ୍ଲେଖ କରୁଛନ୍ତି। ଏହାକୁ ନେଇ ରାଜ୍ୟବ୍ୟାପୀ ଦଳର ଯୁବ ଓ ଛାତ୍ର ସଙ୍ଗଠନ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିକଟରେ ଦଳ ଗଠନ କରିଥିବା କମିଟିରେ ବ୍ୟୋମକେଶଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀ ମିଳିଛି। ହେଲେ ସେ ସେହି ପଦବୀ କଥା ଉଲ୍ଲେଖ ନ କରି ଦଳ ପକ୍ଷରୁ ଆସୁଥିବା ପ୍ରେସ୍‌ ବିଜ୍ଞପ୍ତିରେ ନିଜକୁ ଦଳର ଯୁବ ସଭାପତି ବୋଲି କହୁଛନ୍ତି। ଏହାର ଉଦାହରଣ ବିଜେଡି ପକ୍ଷରୁ ବୁଧବାର ଆସିଥିବା ଯୁବ ଓ ଛାତ୍ର ପକ୍ଷରୁ ରାଜ୍ୟବ୍ୟାପୀ କ୍ୟାମ୍ପସ୍‌ ଆନ୍ଦୋଳନ ସମ୍ପର୍କିତ ପ୍ରେସ୍‌ ବିଜ୍ଞପ୍ତି ଦେଖିଲେ ସ୍ପଷ୍ଟ ଜଣାପଡିଛି। କେବଳ ସେତିକି ନୁହେଁ, ନିକଟରେ ପୁରୀଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବ୍ୟୋମକେଶ ମଞ୍ଚ ପରିଚାଳନା କରୁଥିବା ବେଳେ ପୂର୍ବରୁ ଯୁବ ଓ ଛାତ୍ର ଜନତା ଦଳର ଯିଏ ଯେଉଁ ପାହ୍ୟାରେ ଥିଲେ ସେମାନଙ୍କୁ ତାଙ୍କ ପଦବୀ ସହିତ ମଞ୍ଚକୁ ଡାକିଥିଲେ। ଯାହାକୁ ଶୁଣି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ଓ ଛାତ୍ର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି କେତେଜଣ ନେତା କିପରି ନବୀନଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଜଣେ ଯୁବ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଯେଉଁମାନେ ପୂର୍ବରୁ ଯୁବ ଓ ଛାତ୍ରର ମୁଖ୍ୟ ପଦ ପଦବୀରେ ରହିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାଜପୁରର ଜଣେ ପାଓ୍ବାର ଫୁଲ୍‌ ନେତାଙ୍କ ଅନୁଗତ। ଦଳ ଗତ ନିର୍ବାଚନରେ ପରାଜୟ ପରେ ସେହି ନେତାଙ୍କ ପତିଆରାରେ ହାନି ଘଟିଛି। ହେଲେ ଏବେ ଧୀରେ ଧୀରେ ଯାଜପୁରର ସେହି ନେତା ନିଜ ଅନୁଗତମାନଙ୍କୁ ପୁଣି ଥରେ ଏହିପରି ଯୁବ ଓ ଛାତ୍ର ସଙ୍ଗଠନକୁ ନିଜ ଅକ୍ତିଆରରେ ନେବାକୁ ଏହିଭଳି ଏକ ରାସ୍ତା ବାଛିଛନ୍ତି। ଏହାଦ୍ୱାରା ସେମାନେ ମଧ୍ୟ ଯୁବ ଓ ଚାତ୍ର ସଙ୍ଗଠନ ହାତେଇବାକୁ ଲାଗିପଡିଲେଣି। ଖୁବ୍‌ଶୀଘ୍ର ଏକଥାକୁ ଜୋର୍‌ଦାର ବିରୋଧ କରାଯିବ। ଦଳରେ ଯଦି ସେହି ଗୋଷ୍ଠୀ ଏହିଭଳି କ୍ଷମତା ହାତେଇବାକୁ ପୂର୍ବଭଳି ଚେଷ୍ଟା କରନ୍ତି ତେବେ ଦଳର ଯୁବ ଓ ଛାତ୍ର ସଙ୍ଗଠନ ଭୁଶୁଡ଼ିପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri