ହସ୍ପିଟାଲରେ ପଶି ହାତରେ ପାଇଖାନା ସଫା କଲେ ବିଜେଡି ନେତା ପ୍ରଦୀପ ମାଝୀ, କାରଣ ଜାଣିଲେ…

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ): ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ଏମପି ପ୍ରଦୀପ ମାଝୀଙ୍କ ଅଭିନବ ପ୍ରତିବାଦ କରିଛନ୍ତି । ବାରମ୍ବାର ଅନୁରୋଧ ପରେ ମଧ୍ୟ ଶୁଣିଲାଣି ପ୍ରଶାସନ। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଡାଇଲେସିସ ସେଣ୍ଟରର ପାଇଖାନା ସଫା କରିଛନ୍ତି ପ୍ରଦୀପ ମାଝୀ । ଏପରିକି ସେ ନବରଙ୍ଗପୁର ସ୍ବାସ୍ଥ୍ୟ ବିଭାଗ ରୋଗୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଥିବା ଅଭିଯୋଗ ଆଣିଛନ୍ତି। ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଡାଇଲେସିସ ଗୃହର ପାଇଖାନା ଦୀର୍ଘ ୮ ମାସ ଧରି ସଫେଇ ହୋଇ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଯାହା ଅନେକ ରୋଗର ବାହକ ସାଜୁଛି । କିଡନୀ ରୋଗ ଭଳି ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ବିଶେଷ ଯତ୍ନର ସହ ଚିକିତ୍ସାର ଆବଶ୍ୟକ ଥିବା ବେଳେ ସେଠାର ଥିବା ପାଇଖାନା ଆଠ ମାସ ଧରି ସଫା ନ ହେବା ଦ୍ୱାରା ପାଇଖାନା ବ୍ୟବହାର କରୁଥିବା ରୋଗୀ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । ଯାହାକୁ ନେଇ ସେ ପାଇଖାନାକୁ ସଫା କରିବା ପାଇଁ ବାରମ୍ବାର ଅନୁରୋଧ କରି ଆସୁଥିଲେ । କିନ୍ତୁ, ସଫେଇ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ପ୍ରତିବାଦ ସ୍ବରୂପ ନିଜେ ଡାଇଲେସିସର
ପାଇଖାନା ଗୃହକୁ ଯାଇ ଫିନାଇଲ , ବ୍ଲିଚିଂ ପାଉଡର ଓ ଫ୍ଲୋର କ୍ଲିନର ପକାଇ ସଫେଇ କରିଥିଲେ । ସ୍ବଚ୍ଛ ଭାରତ ମିଶନରେ ପାଇଖାନା ସଫେଇ ପାଇଁ କୋଟି କୋଟି ଟଙ୍କା ଆସୁଥିବା ବେଳେ ତାହାକୁ ଜିଲା ସ୍ବାସ୍ଥ୍ୟ ବିଭାଗ ଆତ୍ମସାତ୍‌ କରୁଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । ଅପରପକ୍ଷରେ ଦୀର୍ଘ ଆଠ ମାସ ଧରି ପାଇଖାନା ସଫେଇ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗକୁ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ମେଡିକାଲ) ସୁକାନ୍ତ ଶତପଥୀ ଅସ୍ବୀକାର କରିବା ସହିତ ମେଡ଼ିକାଲ କତ୍ତୃପକ୍ଷଙ୍କ ତରଫରୁ ପ୍ରତିଦିନ ସଫେଇ କାର୍ଯ୍ୟ ଯାଞ୍ଚ କରାଯାଉଥିବା ପ୍ରକାଶ କରିଛନ୍ତି।, ଏବଂ ଅଭିଯୋଗ ପରେ ବର୍ତ୍ତମାନ ସେ ନିଜେ ଯାଇ ପାଇଖାନାର ସ୍ଥିତି ଯାଞ୍ଚ କରିବେ ବୋଲି ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ତେବେ ପ୍ରତି ମାସରେ ଡାଇଲେସିସ ପାଇଁ ୩୫୦ ରୋଗୀ ଆସୁଛନ୍ତି। ନେଗେଟିଭ ମେଶିନ ୪ଟି ଲାଗିଥିବା ବେଳେ ହେପାଟାଇଟିସ ପାଇଁ ଗୋଟିଏ ଡାଇଲେସିସର ମେଶିନ ଲାଗିଛି । ସେହିଭଳି ଭିତରକୁ ଚପଲ ଓ ଅନ୍ୟମାନେ ପଶିଲେ ସଂକ୍ରମଣ ହେବ ଏହି ସନ୍ଦେହ ଡାଇଲେସିସର କେନ୍ଦ୍ର ଭିତରକୁ ଛଡ଼ା ଯାଉନାହିଁ । କିନ୍ତୁ ଡାଇଲେସିସ କେନ୍ଦ୍ର ଭିତର ଭାଗ ଦେଖିଲେ ସମସ୍ତଙ୍କୁ ଆଚମ୍ବିତ କରିଦେବ । ବିଭିନ୍ନ ଥାକ ଗୁଡିକ ସିଉଳି ଲାଗି କଳା ଆବରଣ ପଡ଼ିଛି । ରୋଗୀଙ୍ଗ ପାଇଁ ବିଶୋଧନ ହେଉଥିବା ପାଇଁ କୋଠରୀ ଭିତରେ ଛାତରୁ ପାଣି ଗଲୁଛି । ଛାତ ମରାମତି ହେଉନାହିଁ । ସ୍ବାସ୍ଥ୍ୟ ବିଭାଗ ରୋଗୀସେବା ଯୋଗାଇବା ପାଇଁ ବ୍ୟାପକ ଅନୁଦାନ ଯୋଗାଉଛନ୍ତି । ତେବେ ପାଇଖାନା ପାଣି ଓ ମଳ ନିଷ୍କାସନ ହୋଇପାରୁନାହିଁ । ରୋଗୀ ପାଇଖାନା ଗଲେ ସଂକ୍ରମିତ ହେବେ । କିଡନୀ ରୋଗୀ ଥରେ ସଂକ୍ରମିତ ହେଲେ ତାହା ସ୍ବାସ୍ଥ୍ୟ ପ୍ରତି କେତେ ବିପଦ ରହିଛି । ତାହା ସ୍ବାସ୍ଥ୍ୟ ବିଭାଗ ଓ ଜନସାଧାରଣ ସାଧାରଣରେ ଅନୁମେୟ କରୁଥିବେ । ତେବେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ମେଡିକାଲ) କହିଛନ୍ତି ଯେ, ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଏନେଇ ଅବଗତ କରାଯାଇଛି । ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି । ବିଧାୟକ ସଦାଶିବ ପ୍ରଧନୀ, ରବି ପଟ୍ଟନାୟକ, ଉତ୍ତମ ତ୍ରିପାଠୀ, ଭୀମ ହରିଜନ, ନଗେନ୍ଦ୍ର ପଟ୍ଟନାୟକ, ବିଦ୍ୟାଧର ମଲିକ ସଞ୍ଜୟ ନାୟକ, କୁନା ପାଢ଼ୀ, ବିଜେଡି ନଗର ସଭାପତି ପ୍ରମୋଦ ରଥ, ସୁମିତ ପାଳ ସମେତ ବିଜେଡିର କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ବୁଧବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri