ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ ସଂଯୋଗ ସମସ୍ୟାର ସମୀକ୍ଷା କରିବା ପାଇଁ ରେଳ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ । ଯାତ୍ରୀମାନଙ୍କ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ କରିବା ସହିତ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଟବଙ୍କୁ ଶନିବାର ପତ୍ର ମାଧ୍ୟମରେ ଜଣାଇଛନ୍ତି । ହୁମ୍ମା ରେଳ ଷ୍ଟେଶନରେ ମୁଖ୍ୟ ବିଷୟ ଗୁଡିକ ହେଲା ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଏବଂ ଗୁଣୁପୁର-କଟକ ପାସେଞ୍ଜରର ରହଣି ପାଇଁ ଏକ ଦୃଢ଼ ଦାବି ଉଠିଥିଲା। ଏହି ରହଣିଗୁଡ଼ିକ ଦୈନନ୍ଦିନ ଯାତ୍ରୀ, ଛାତ୍ର ଏବଂ ଚିକିତ୍ସା ପାଇଁ ଯାତ୍ରା କରୁଥିବା ରୋଗୀମାନଙ୍କୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିବ।
ପ୍ଲାଟଫର୍ମ ସେଡ ଓ ପର୍ଯ୍ୟାପ୍ତ ଆଶ୍ରୟସ୍ଥଳର ଅଭାବ ଯୋଗୁ ଯାତ୍ରୀମାନେ ଗ୍ରୀଷ୍ମ ସମୟରେ ପ୍ରଚଣ୍ଡ ଗରମ ଏବଂ ବର୍ଷା ସମୟରେ ପ୍ରବଳ ବର୍ଷା ସହିବାକୁ ବାଧ୍ୟ ହେଉଛନ୍ତି।
ହୁମ୍ମା ରେଳ ଷ୍ଟେଶନରେ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା, ସଂଯୋଗ ବୃଦ୍ଧି କରିବା ଏବଂ ଉତ୍ତମ ସାର୍ବଜନୀନ ସୁବିଧା ସୁନିଶ୍ଚିତ କରିବା ପାଇଁ ଦାବିକୁ ପ୍ରାଥମିକତା ଭିତ୍ତିରେ ରେଳ ବିଭାଗର ମୁଖ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।