ଷଣ୍ଢପଣିଆ ଦେଖାଉଛି, ଗୋଟେ ଚାପୁଡ଼ା ପଡ଼ିଲେ ସେଇଠି ପଡ଼ିଯିବ: ଅରୂପ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଷଣ୍ଢପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡାଫଣ୍ଡା ଦରକାର ନାହିଁ, ତାକୁ ଗୋଟିଏ ଜାବଡା ଦରକାର। ପୋଲିସ ଭାଇଙ୍କୁ ଟିକେ ଚାନ୍ସ ଦେଇଦିଅ, ସେମାନେ ହଟାଇଦେବେ। ଗୁରୁବାର ବିଏମ୍‌ସି ଅଫିସ ସମ୍ମୁଖରେ ବିଜେଡି ପ୍ରତିବାଦ ସଭାରେ ବିଜେଡି ନେତା ଅରୂପ ପଟ୍ଟନାୟକ ଏପରି କଡ଼ା ମନ୍ତବ୍ୟ ଦେଇଛନ୍ତି। ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ପ୍ରସଙ୍ଗରେ କାହାର ନାଁ ନ ନେଇ ସେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପରୋକ୍ଷରେ ଶାଣିତ ଆକ୍ରମଣ କରିଛନ୍ତି।
ଅରୂପ କହିଛନ୍ତି, ୩୬ ବର୍ଷ ଧରି ପୋଲିସ ଅଫିସର ଥିଲି। ମୋ’ ଆଗରେ ଯେଉଁ ପୋଲିସ ଭାଇମାନେ ଅଛନ୍ତି, ମୁଁ ତାଙ୍କ ଆଡ଼କୁ ଅନାଇପାରୁନି। ଯେଉଁ ଅଫିସରଙ୍କୁ ଧକ୍କା ମରାଯାଇଛି, ସେ ମାଆ ନୁହନ୍ତି, ଜଣେ ପୋଲିସ ଅଫିସର। ସେଇଟା ଭାବି କାର୍ଯ୍ୟକ୍ରମ କରିବ। ଗତକାଲି ଯେଉଁ ଲୋକଟା ଏମିତି କଲା, ଏବେ ମୋ ହାବୁଡ଼ରେ ପଡ଼ିଗଲେ, କ’ଣ ହେବ ସେ ଜାଣିନି ବୋଲି ଅରୂପ କହିଛନ୍ତି। ଆମ ଦଳର ଜଣେ ବିଧାୟକ କ’ଣ ଗୋଟେ ବଚସା କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନବୀନବାବୁ ଦଳରୁ ବହିଷ୍କାର କରିଦେଲେ। କିନ୍ତୁ ଏମାନେ ଏୟା କରୁଛନ୍ତି ଓ କହୁଛନ୍ତି। ଆମକୁ ଧକ୍କା ମାରିଲେ। ତାଙ୍କ ବିରୋଧରେ ନନ୍‌ବେଲେବୁଲ୍‌ ଦଫା ଲାଗିଛି। ଏହି ଦଫାରେ ମହାରାଷ୍ଟ୍ରରେ ବେଲ୍‌ ମିଳିବ ନାହିଁ। ହେଲେ ସେ ଲୋକଟା ବୁଲୁଛି କେମିତି। ତାହା ମୁଁ ବୁଝିପାରୁନାହିଁ। ମୁଁ ଏବେ ଜଣେ ରାଜନେତା ନୁହେଁ, ଜଣେ ପୋଲିସ ଭାବେ ଏ କଥା କହୁଛି। ୩୬ ବର୍ଷ ଧରି ମହାରାଷ୍ଟ୍ରରେ ଚାକିରି କରିଛି। ଯାହା ଟିକେ ପରିଚୟ ରହିଛି, ରାଜନେତା ନୁହେଁ, ପୋଲିସ ଅଧିକାରୀ ଭାବେ। ଏମାନେ ଯାହାକାଣ୍ଡ ଘଟାଇଲେ, ତାହାର ଜବାବ ଆମ ସରକାର ଭଲ ଭାବେ ଦେବେ ବୋଲି ମୋର ଆଶା ଓ ପ୍ରାର୍ଥନା ବୋଲି ଅରୂପ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବୁଧବାର ଭାଜପା ପକ୍ଷରୁ କରାଯାଇଥିବା ଆନ୍ଦୋଳନରେ ସାମିଲ ହୋଇ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ଧକ୍କା ମାରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପ୍ରଧାନ ମଧ୍ୟ ପାଲଟା ଜୟନାରାୟଣଙ୍କୁ ମୁଥ ମାରିଥିବା ଅଭିଯୋଗ ହୋଇଛି। ଅନିତାଙ୍କ ଅଭିଯୋଗକ୍ରମେ ସମ୍ବଲପୁର ଟାଉନ ଥାନା ପୋଲିସ ଜୟନାରାୟଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୂର୍ବରୁ ମଧ୍ୟ ଜୟନାରାୟଣଙ୍କ ନାଁରେ ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri