ବିଜେଡି ସ୍ଥିର, ବଢୁଛି ଭାଜପା, କଂଗ୍ରେସ ନୀରବ

ଯାଜପୁର,୫ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ଯଥେଷ୍ଟ ପ୍ରାକୃତିକ ସମ୍ପଦ ଥିଲେ ବି ସେସବୁର ଠିକ୍‌ ବିନିଯୋଗ ନ ହେବାରୁ ନିଯୁକ୍ତି ସୁଯୋଗ ସୃଷ୍ଟି ସଙ୍କୁଚିତ ହୋଇଛି। ଏହା ଉପରେ ପୁଣି ଖଣି ଓ ଶିଳ୍ପାଞ୍ଚଳରେ ଅଣଓଡ଼ିଆଙ୍କ ଅନାଧିକାର ପ୍ରବେଶ ବେକାର ଯୁବତୀଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ କରୁଛି। ଖଣି ଓ ଶିଳ୍ପ ସମୃଦ୍ଧ ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହା ଦେଖିବାକୁ ମିଳିଛି। ଗତ ଦୁଇ ଦଶନ୍ଧି ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳବାସୀ ଏହି ସମସ୍ୟାକୁ ଠିକ୍‌ ଭାବେ ବୁଝି ପାରିଛନ୍ତି। ଚଳିତ ନିର୍ବାଚନରେ ଏହାକୁ ପ୍ରମୁଖ ଅସ୍ତ୍ର କରିଛି ବିରୋଧୀ ଭାଜପା। ଭାଜପା ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ(ଟୁଟୁ)ଙ୍କୁ ଅଞ୍ଚଳବାସୀ ସମ୍ବର୍ଦ୍ଧନା ଦେବାକୁ ଯାଇ ଦାନଗଦିଠାରୁ ସୁକିନ୍ଦା ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ଶାସକ ଦଳ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ(ଡାନି)ଙ୍କୁ ବିଚଳିତ କରିଛି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଶାସକ ବିଜେଡିର କେତେଜଣ ଅସନ୍ତୁଷ୍ଟ କର୍ମୀ ଟୁଟୁଙ୍କୁ ଭିତିରିଆ ସମର୍ଥନ କରୁଥିବା ଚର୍ଚ୍ଚା ଏଥର ରାଜନୈତିକ ସମୀକରଣକୁ ଓଲଟପାଲଟ କରି ଦେଇପାରେ ବୋଲି ଆଲୋଚନା ହେଉଛି।
ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ବାପପୁଅ ନିର୍ବାଚିତ ହୋଇ ଆସୁଛନ୍ତି ା ତେଣୁ ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି ା ପ୍ରତି ନିର୍ବାଚନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଏଠାରେ କଡା ଟକ୍କର ହେଉଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଡାନି ୭୭୫୧୦(୪୮.୨%), ଭାଜପାର ଟୁଟୁ ବଳ ୬୦୭୮୦(୩୭.୭୯%) ଓ କଂଗ୍ରେସର ଶରତ ରାଉତ ୧୮୬୧୯(୧୧.୫୮%) ଭୋଟ ପାଇଥିଲେ। ଏଥିରୁ ଭାଜପା ଦ୍ୱିତୀୟ ସ୍ଥାନରେ ରହି ବିଜେଡିକୁ ସତର୍କ ସୂଚନା ଦେଇଥିଲା। ଏଥର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି ସହ ବିଭିନ୍ନ ପ୍ରସଙ୍ଗ ବଢିଛି। ଭୋଟରମାନେ ମଧ୍ୟ ଅଧିକ ସଚେତନ ଥିବା ମନେ ହେଉଛି। ଭୋଟରମାନଙ୍କ କହିବା କଥା ଯେ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅଣଓଡିଆଙ୍କ ରାଜୁତି ଚାଲିଛି। ଶ୍ରମିକ ଓ ବିସ୍ଥାପିତମାନେ ନିଜ ହକ୍‌ ପାଇଁ ଆନ୍ଦୋଳନ କଲେ ବି କେହି ଶୁଣୁ ନାହାନ୍ତି। ଏଠାରେ ପ୍ରାୟ ୪୦୦ ଠିକାସଂସ୍ଥା ମଧ୍ୟରୁ ପ୍ରାୟ ୩୦୦ ଠିକାସଂସ୍ଥା ଅଣଓଡ଼ିଆ। ଏଠାରେ କାର୍ଯ୍ୟରତ ପ୍ରାୟ ୪୫୦୦୦ ଠିକା ଶ୍ରମିକ ଠିକ୍‌ ଭାବେ ତାଙ୍କ ନାର୍ଯ୍ୟ ଅଧିକାର ପାଇ ପାରୁନାହାନ୍ତି। ଏହାସହ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଇ ରାଜ୍ୟ ବାହାରର ଶିକ୍ଷିତ ଯୁବତୀଯୁବକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଏଭଳି ଗୁରୁତର ସମସ୍ୟାକୁ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଉପଯୁକ୍ତ ଭାବେ ସମାଧାନ କରିବାରେ ବିଫଳ ହୋଇଛନ୍ତି। ଏପରି କି ରାଜ୍ୟ ବାହାରର ଠିକାସଂସ୍ଥା ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ହାତ ମିଲାଇ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଥିବା ଆଲୋଚନା ହେଉଛି। ଏହି ପ୍ରସଙ୍ଗ ଭୋଟରଙ୍କ ମନକୁ ଏଥର ଆନ୍ଦୋଳିତ କରିଛି ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ଗ୍ରାମାଞ୍ଚଳରେ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦିଗରେ ବିଜେଡିର ଅସଫଳତା, ନଗଡ଼ାରେ ଶିଶୁ ମୃତ୍ୟୁହାର, ସୁଦୃଢ ଗମନାଗମନର ଅଭାବ, ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଆଦି ପ୍ରସଙ୍ଗ ଭାଜପା ଉତ୍ଥାନର ପ୍ରମୁଖ କାରଣ ହୋଇଛି। ନଗଡ଼ାକୁ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ଲୋକାୟୁକ୍ତରେ ମାମଲା, ଏହାର ମରାମତି ପାଇଁ ମିଥ୍ୟା ବିଲ ଭାଉଚର କରି ୪୪ ଲକ୍ଷ ଟଙ୍କା ହଡପ ଅଭିଯୋଗ ଏବଂ ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭାଗବଣ୍ଟା ନ ଛିଣ୍ଡିବାରୁ ଥାନାରେ ମାମଲା, ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ଅଭିଯୋଗ ଇତ୍ୟାଦି ପ୍ରସଙ୍ଗ ଭୋଟରଙ୍କୁ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହାବାଦ୍‌ ସୁକିନ୍ଦା ବିଜେଡିରେ ଅନ୍ତନ୍ଦ୍ୱନ୍ଦ୍ୱ ପ୍ରାର୍ଥୀଙ୍କୁ କାଳ ହେବ ବୋଲି ନିର୍ବାଚନ ସମୀକ୍ଷକମାନେ କହିଛନ୍ତି ା ଏହି କାରଣରୁ କଂଗ୍ରେସର ଭିତ୍ତିଭୂମିକୁ ଭାଜପା ଗତ ନିର୍ବାଚନରେ ଦଖଲ କରିବା ପରେ ଏଥର ବିଜେଡିକୁ ଅନେକ ମାତ୍ରାରେ ସଂଘର୍ଷ କରିବାକୁ ପଡୁଛି ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।
ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ଆମ୍ବେଡ଼କର ନ୍ୟାଶନାଲ କଂଗ୍ରେସ, ବହୁଜନ ମୁକ୍ତିପାର୍ଟି, କଳିଙ୍ଗସେନା ଓ ସ୍ବାଧୀନ ପ୍ରାର୍ଥୀ ମିଶି ପ୍ରାୟ ୨୨ ହଜାର ଭୋଟ ହାତେଇଥିଲେ। ସେତେବେଳେ ଅଧିକ ଆମତ୍ ବିଶ୍ୱାସ ଭାଜପାକୁ ହାନୀ କରିଥିଲା ବୋଲି ମତପ୍ରକାଶ ପାଇଥିଲା। ତେବେ ଏଥର ପରିସ୍ଥିତି ବହୁଳ ଭାବେ ପରିବର୍ତ୍ତନ ହୋଇଛି ା ଭାଜପା ଏଠାରେ ୨୦୧୪ରେ ୩%, ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୦% ଓ ୨୦୧୯ ସାଧାରଣ ନିର୍ବାଚନରେ ୩୮% ଭୋଟ ପାଇ ଲମ୍ବଡିଆ ମାରିଛି। ଭାଜପା ଏହି ସଫଳତାକୁ ଆଧାର କରି ନିର୍ବାଚନ ଲଢୁଥିବାବେଳେ ଲୋକଙ୍କ ଅତି ନିକଟତର ହେଉଥିବା ଚର୍ଚ୍ଚା ହେଉଛି। ହେଲେ ବିଜେଡି ଏହାର ମୁକାବିଲା କରିବାକୁ ଭିତ୍ତିଭୂମି ପ୍ରସ୍ତୁତ କରି ସାରିଛି। ନିର୍ବାଚନ ପାଖେଇ ଆସିଲେ ଅର୍ଥ ଓ ଲୋକବଳ ବିଜେଡିର ପ୍ରମୁଖ ଅସ୍ତ୍ର ହେବ ବୋଲି ମତ ପ୍ରକାଶ ପାଇଛି। କିନ୍ତୁ କଂଗ୍ରେସ ଏକ ପ୍ରକାର ନୀରବି ଯାଇଛି। ବିଗତ ନିର୍ବାଚନର ଫଳାଫଳକୁ ବିଶ୍ଲେଷଣ କଲେ ବିଜେଡିର ଭୋଟହାର କମିଥିବାବେଳେ ଭାଜପାର ଭୋଟମୁଣି ଓଜନିଆ ହେବାରେ ଲାଗିଛି। ତେବେ ମୁଖ୍ୟ ବିରୋଧି ଦଳ ଭାବେ କଂଗ୍ରେସ ହଟିଯିବା ପରେ ଚଳିତ ନିର୍ବାଚନରେ ଭାଜପା ପ୍ରଭାବୀ ଢଙ୍ଗରେ ରଣନୀତି ଆପଣାଇଥିବାରୁ ବିଜେଡି ପାଇଁ ଏକ ଶକ୍ତ ଆହ୍ବାନ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର,୬ା୨(ସୁଚିସ୍ମିତା ସାହୁ):ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri