ବଢୁଛି ବିଜେଡି କଳି:ସମ୍ବିତଙ୍କ ବିରୋଧରେ ପୁଣି ମେଳି

ପାରାଦୀପ,୯।୪(ଶରତ ରାଉତ):ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି , ବିଧାୟକ ସମ୍ବିତ ରାଉତରାୟଙ୍କୁ ବିରୋଧ ସେତିକି ବୃଦ୍ଧି ପାଉଛି। ସମ୍ବିତଙ୍କୁ ଆଉ ପ୍ରାର୍ଥୀ ନ କରିବା ପାଇଁ ୮ ଥର ବିରୋଧୀ ସଭା ହୋଇଥିଲା। ପୁଣି ରବିବାର ସାରେ ପାରାଦୀପ ମଧୁବନ ଶ୍ରମିକ ଭବନରେ ବଡ଼ଧରଣର ବିରୋଧ ହୋଇଛି। ଦଳର ଛାମୁଆ କର୍ମୀମାନେ ବୈଠକ କରିବା ସହ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ତପନ ସାମନ୍ତରାୟ, ସରପଞ୍ଚ ସରୋଜ ସେଠୀଙ୍କ ସମେତ ଆଗଧାଡ଼ିର କର୍ମୀ, ପାରାଦୀପ ପୌରାଞ୍ଚଳର ୭ ଜଣ କାଉନ୍‌ସିଲର ଓ ଅନେକ କର୍ମୀ ଖୋଲାଖୋଲି ସମ୍ବିତଙ୍କ ବିରୋଧରେ ବିଷୋଦଗାର୍‌ କରିଛନ୍ତି। ସ୍ବର୍ଗତ ଦାମୋଦର ରାଉତ ୪୦ ବର୍ଷ ଧରି କ୍ଷମତା ଉପଭୋଗ କଲେଣି। ୨୦୧୯ରେ ଦାମୋଦର ବିଜେଡି ଛାଡି ଭାଜପା ପ୍ରାର୍ଥୀ ହୋଇଥିଲେ। ପୁଅ ସମ୍ବିତ ପାରାଦୀପ ବିଜେଡି ପ୍ରାର୍ଥୀ ହେଲେ। ଏବେ ବୋହୂ କିମ୍ବା ଝିଅ ପ୍ରାର୍ଥୀ ହେବାପାଇଁ ଆଗୁଆ ଘୋଷଣା କରି ସାରିଲେଣି। ଗତ ୩ ଦିନ ତଳେ କୁଜଙ୍ଗ ମୁକ୍ତେଶ୍ୱର ମନ୍ଦିର ପରିସରରେ କର୍ମୀ ଓ ଖବରଦାତାଙ୍କ ଆଗରେ ସମ୍ବିତ ଭାବନାତ୍ମକ ଅନୁକମ୍ପା ସୃଷ୍ଟି କରିଥିଲେ ଏବଂ ଆମକୁ ନିନ୍ଦୁକ କହିଥିଲେ ବୋଲି ସ୍ମୃତିରଞ୍ଜନ କ୍ଷୋଭର ସହ ପ୍ରକାଶ କରିଛନ୍ତି। ବିଧାୟକ କାହାର କ୍ଷତି କରିନାହାନ୍ତି ବୋଲି କହିବା ଘଟଣାରେ ପାରାଦୀପର ପୂର୍ବତନ କାଉନ୍‌ସିଲର ମନୋଜ କୁମାର ବେହେରା ଦଳୀୟ କ୍ଷତି ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି।
ରବିବାର ଯେଉଁମାନେ ଏପରି ବିରୋଧ କରିଥିଲେ, ସେମାନେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମର୍ଥକ ବୋଲି ଜଣାପଡ଼ିଛି। ଏପରିକି କେତେଜଣ ବସନ୍ତଙ୍କୁ ପ୍ରାର୍ଥୀ କରାଯାଉ କିମ୍ବା ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ଟିକେଟ ଦିଅନ୍ତୁ ବୋଲି କହିଥିଲେ। ଏ ସମ୍ପର୍କରେ ବିଧାୟକ ରାଉତରାୟଙ୍କୁ ପଚାରିବାରେ କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ବାକ୍‌ ସ୍ବାଧୀନତା ଅଛି। ମୁଁ ସବୁ କର୍ମୀଙ୍କର ଗ୍ରହଣୀୟ ହେବି ବୋଲି କିଛି ମାନେ ନାହିଁ। ପ୍ରାର୍ଥୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri