ଓ୍ବକ୍‌ଫ ବିଲ୍‌କୁ ନେଇ ଅଡୁଆରେ ବିଜେଡି

ଭୁବନେଶ୍ୱର, ୫ା୪(ସୁନିତ୍‌ ମିଶ୍ର): ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡି ଆଭିମୁଖ୍ୟ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ପୂର୍ବରୁ ବିଲ୍‌କୁ ବିରୋଧକରିବା ଲାଗି କହୁଥିବା ବିଜେଡି ପରବର୍ତ୍ତୀ ସମୟରେ ବିବେକାନୁମୋଦିତ ଭୋଟ ଦେବା ଲାଗି ବିଜେଡି କହିବା କଥାକୁ ନେଇ ଦଳ ଭିତରେ ଏବଂ ବାହାରେ କମ୍ପନ ଆରମ୍ଭ ହୋଇଛି। ଏହି ଘଟଣାରେ ବିଜେଡି-ଭାଜପା ୨ ଦଳ ଏକାଠିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପଟେ ବିଜେଡି ଦୁଇଫାଳ ବୋଲି କହି ଭାଜପା ତେରଚ୍ଛା ବାଣ ମାରିଛି। ନେତୃତ୍ୱ ବିହୀନ ହେଲେ ଦଳ ଏଭଳି ନଷ୍ଟହେବାରେ ଲାଗେ ବୋଲି ଭାଜପା କହିଛି। ବିଜେଡି ନେତାମାନେ ମଧ୍ୟ ସିଧାସଳଖ ଏହି ପ୍ରସଙ୍ଗରେ ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଛନ୍ତି। ଅନ୍ୟପଟେ ବିଜେଡି ରାଜ୍ୟ ସଭା ସଦସ୍ୟ ଗଣମାଧ୍ୟମ ଆଗରେ ୨ ପ୍ରକାର ମତ ଦେବାକୁ ନେଇ ବିଜେଡି ନେତା ପ୍ରଫୁଲ୍ଲ ସାମଲ ନବୀନଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠି ଜରିଆରେ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ ବିଜେଡି ନେତାମାନେ ମଧ୍ୟ ଏଭଳି ନିଷ୍ପତ୍ତିକୁ ନେଇ ଦଳ ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି। ଶଙ୍ଖ ଭବନରେ ଏହାକୁ ନେଇ ଦୀର୍ଘ ସମୟ ବୈଠକ ହେବା ପରେ ନବୀନଙ୍କୁ ବହୁ ବରିଷ୍ଠ ନେତା ଭେଟିଛନ୍ତି। ଅନ୍ୟପଟେ ଓ୍ବକଫ୍‌ ବିଲ୍‌ ପାଇଁ ବିବେକ ଅନୁମୋଦିତ ଭୋଟ ଦେବା ନିଷ୍ପତ୍ତି କାହାର ସ୍ପଷ୍ଟ କରାଯାଉ ବୋଲି କଟକ ଜିଲା ବିଜେଡି ସଂଖ୍ୟାଲଘୁ ସେଲ୍‌ ଦାବି କରିଛି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ମଝିରେ ନବୀନ ଏବଂ ପାଣ୍ଡିଆନ ଦିଲ୍ଲୀ ଆସିଥିଲେ। ସେଥିରେ କ’ଣ ଡିଲ୍‌ ହେଲା ପାର୍ଲାମେଣ୍ଟ ପାର୍ଟି ବୈଠକ ବାହାରେ ଯାଇ କାମ କଲେ। ତାଙ୍କର ଯେଉଁ ସିବିଆଇ, ଇଡିକୁ ନେଇ ଭୟ ରହିଛି ସେସବୁରୁ ଦୂରେଇ ଶାନ୍ତିରେ ରହିବା ଲାଗି ଏପରି କରିଥାଇପାରନ୍ତି। ବିଜେଡି-ଭାଜପା ଏବେ ବି ଗୋଟିଏ ହୋଇ ଅଛନ୍ତି। ନିଜ ମାନସପୁତ୍ରକୁ ଖୁସି କରିବା ଲାଗି ନବୀନ ଏପରି କରିଥାଇପାରନ୍ତି। ନ ହେଲେ ବିଜେଡି-ଭାଜପା ମିଶିଯାଇପାରନ୍ତି। ଫଳରେ ନବୀନ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବେ ଏବଂ ପାଣ୍ଡିଆନ ସୁପର ଚିଫ୍‌ ମିନିଷ୍ଟର ହେବାକୁ ଲକ୍ଷ୍ୟ ରଖି କାମ କରୁଥାଇପାରନ୍ତି ବୋଲି ଭକ୍ତ କହିଛନ୍ତି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଗୋଟେ ପଟେ ଜେଲ ଯିବାର ଡର ଅନ୍ୟପଟେ ନିଜ ଘର ଭିତରର ଡର ରହିଛି। ବନ୍ଦୀ ନ ହେଲେ ଗୃହବନ୍ଦୀ। ନବୀନ କେଉଁ ପରିସ୍ଥିତିରେ ସେ ସମ୍ପୂର୍ଣ୍ଣ ପଲଟିଗଲେ ସ୍ପଷ୍ଟ କରନ୍ତୁ ବୋଲି ପ୍ରସାଦ କହିଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଜେଡିର ଯେତେ ମାଫିଆ ଅଛନ୍ତି ସେମାନେ ଗିରଫ ହେବା ଭୟରେ ପାର୍ଲାମେଣ୍ଟରେ ଭାଜପାକୁ ସମର୍ଥନ କଲେ। ସକାଳେ ଗୋଟେ, ଉପରବେଳା ଆଉ ଗୋଟେ କଥା ନବୀନ କହୁଛନ୍ତି ବୋଲି ସେ କହିଛନ୍ତି।
ଭାଜପା ବିଧାୟକ ବାବୁ ସିଂ କହିଛନ୍ତି, ଦିଲ୍ଲୀ କଥା ଖାଲି ନୁହେଁ, ବିଧାନସଭାରେ ମଧ୍ୟ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ଭୋଟିଂ ହୋଇଥିଲେ ସମାନ ଅବସ୍ଥା ହୋଇଥାଆନ୍ତା। ବିଧାନସଭାରେ ବିଲ୍‌ ଉପରେ ୩ ଜଣ ବିଜେଡି ବିଧାୟକ ସମର୍ଥନରେ କହିଥିବା ବେଳେ ୩ ଜଣ ବିରୋଧରେ କହିଥିଲେ। ସେମାନଙ୍କ ଦଳ ଏବେ ଦୁଇ ଭାଗ। ଦଳ ଭିତରେ ସମ୍ମତି ନାହିଁ। ଦଳ ନେତୃତ୍ୱ ବିହୀନ ହୋଇଗଲେ ଏପରି ସହମତି ରହେ ନାହିଁ, ଦଳ ବିଭାଜନ ଆଡକୁ ଯାଇଥାଏ। ଲୋକଙ୍କ ବିଶ୍ୱାସ ହରାଇଛନ୍ତି, ଧୀରେ ଧୀରେ ଦଳୀୟ କର୍ମୀଙ୍କ ବିଶ୍ୱାସ ହରାଇବେ। ଯେପରି ଦେଖାଯାଉଛି ଆଗକୁ ବିଜେଡି ଅନ୍ଧକାର ଭିତରକୁ ଚାଲିଯିବ। ହୁଇପ୍‌ ଜାରି ହେବା ନ ହେବା ଦରକାର ପଡେନି। ଦଳ ନିର୍ଦ୍ଦେଶ ଜଣା ନ ପଡିବ ଯଦି ବିଧାୟକ, ଏମ୍‌ପି ହୋଇ ଲାଭ ନାହିଁ। ଲୋକଙ୍କ ଆସ୍ଥା ହରାଇଛନ୍ତି, ଆଗକୁ ଦଳ ବୁଡିଯିବ ବୋଲି ବାବୁ କହିଛନ୍ତି।
ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି, ଓ୍ବକଫ ବିଲ୍‌କୁ ନେଇ ଦଳ ଭିତରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏହାକୁ ନେଇ ଦଳର ସଭାପତି ନିଷ୍ଠାପର ଭାବେ ଏହି ବିଲ୍‌କୁ ବିରୋଧ କରିବା ଲାଗି ନିର୍ଦ୍ଦେଶ ଦେବାପରେ ଏହା କିପରି ହେଲା ତାହା ଚିନ୍ତାର ବିଷୟ ପାଲଟିଛି। ଉପରୁ ଏହାକୁ ନେଇ ଚାପ ପଡ଼ିଥାଇପାରେ। ଏମ୍‌ପି ମୁନା ଖାଁଙ୍କୁ ବିଲ୍‌କୁ ବିରୋଧକରିବା ଲାଗି ନବୀନ ଦୁଇ ଥର କହିବା ପରେ ଏହା କିପରି ହେଲା ଆଶ୍ଚର୍ଯ୍ୟଜନକ। କିଏ ଏହା ଭିତରେ ଖେଳ କଲା ତାହା ଖୋଜା ଚାଲିଛି ବୋଲି ବଦ୍ରି କହିଛନ୍ତି। ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଛନ୍ତି, ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଦଳ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପାର୍ଲାମେଣ୍ଟ କମିଟି ବୈଠକରେ ନବୀନ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାହିଁକି ନିଷ୍ପତ୍ତି ବଦଳିଲା ଏବଂ କେଉଁ ପରିସ୍ଥିତିରେଏପରି ହେଲା ସେକଥା ସଭାପତିଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ନବୀନଙ୍କୁ ଭେଟି ଫେରିବା ପରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ଏକ ଧର୍ମନିରପେକ୍ଷ ଦଳ ଥିଲା, ରହିଛି ଏବଂ ରହିବ ବୋଲି ନବୀନ କହିଥିଲେ। ସେ ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ କି ହେବନାହିଁ ବୋଲି ପ୍ରସନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri