ବିଜେଡି ବଢିଛି, ଭାଜପା କମିଛି

ଯାଜପୁର ଅଫିସ,୨୮ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ଫଳାଫଳ ଭାଜପା ଓ କଂଗ୍ରେସକୁ ନିରାଶ କରିଛି। ସମସ୍ତ ୧୦ ଆସନକୁ ବିଜେଡି ହାତେଇ ନେଇଛି। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଅବଲୋକନ କଲେ ଧର୍ମଶାଳାର ୧୧ ନମ୍ବର ଜୋନ୍‌ରେ ଏଥର ବିଜେଡି ବିଜୟୀ ହୋଇଥିଲେ ହେଁ ୧୬୮୨ ଭୋଟ କମ୍‌ ପାଇଛି। ଅନ୍ୟପକ୍ଷେ ଭାଜପା ଏଠାରେ ୭୬୩୪ ଭୋଟ ବୃଦ୍ଧି କରି ପାରିଥିବାବେଳେ କଂଗ୍ରେସର ପ୍ରାୟ ୪ ହଜାର ଭୋଟ ହ୍ରାସ ହୋଇଛି। ଅବଶିଷ୍ଟ ୯ ଜୋନ୍‌ରେ ବିଜେଡିର ଭୋଟ ମୁଣି ବଢିଛି। ତେଣୁ ଧର୍ମଶାଳା ନିର୍ବାଚନମଣ୍ଡଳୀ ବିଜେଡି ନେତାଙ୍କ ପାଇଁ ଏହି ପରିସଂଖ୍ୟାନ ଚିନ୍ତାର କାରଣ ହୋଇଛି। କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଯୁବନେତ୍ରୀ ସ୍ମୃତିରେଖା ପହି ନିକଟରେ ଭାଜପାରେ ଯୋଗଦେଇଥିଲେ। ଧର୍ମଶାଳା ନିର୍ବାଚନମଣ୍ଡଳୀରେ ତାଙ୍କ ନେତୃତ୍ୱରେ ଚାଲିଥିବା ଏହି ଭୋଟର ଫଳାଫଳ ଶାସକଦଳ ପାଇଁ ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି।
ଜିଲାର ବଡ଼ଚଣା ବ୍ଲକକୁ ନେଇ ବଡ଼ଚଣା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ଏହି ବ୍ଲକର ୧୬ନଂ. ଜିଲା ପରିଷଦ ଜୋନ୍‌ରେ ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡିର ବିନୋଦିନୀ ସାହୁ ୭,୩୧୦ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଲ୍ଲିକଙ୍କୁ ହରାଇ ବିଜୟୀ ହୋଇଥିଲେ। ହେଲେ ଏଥର ଜନାଧାର ସମ୍ପୂର୍ଣ୍ଣ ଭାବେ ଏପଟସେପଟ ହୋଇଛି। ବିଜେଡି ପ୍ରାର୍ଥୀ ଯତୀନ୍ଦ୍ର ପ୍ରସାଦ ନାୟକଙ୍କୁ ୧୫୪୬୪ ଭୋଟ ମିଳିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱି ଭାଜପାର ପବିତ୍ର କୁମାର ରାଉତଙ୍କୁ ୧୧୬୧୪ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଦୀପ୍ତ ମହାନ୍ତି ୨୩୪୨ ଭୋଟ ପାଇ ସନ୍ତୁଷ୍ଟ ହୋଇଛନ୍ତି। ବରୀ ବ୍ଲକର ୨୧ନଂ.ଜୋନ୍‌ରେ ବିଜେଡିର ଅଶୋକ କୁମାର ସାମଲ ୧୩୭୫୭ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଭାଜପାର ତପନ ପଣ୍ଡା ୮୫୮୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗତ ନିର୍ବାଚନ ଅପେକ୍ଷା ଭାଜପା ଏଥର ୩୦୫୨ ଭୋଟ ହରାଇଥିବାବେଳେ ବିଜେଡିର ୧୩୧୩ ଭୋଟ ବୃଦ୍ଧି ପାଇଛି। ବିଞ୍ଝାରପୁର ବ୍ଲକର ୨୫ନଂ. ଜୋନ୍‌ରେ ଅହଲ୍ୟା ସ୍ବାଇଁ ୧୬,୦୯୨ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଭାଜପାର ଅର୍ଚ୍ଚନା ମହାପାତ୍ର ୭୦୨୩ ଭୋଟ ପାଇଛନ୍ତି। ଗତ ନିର୍ବାଚନ ଅପେକ୍ଷା ଏଥର ଭାଜପା ୩୨୫୮ ଭୋଟ ହରାଇଥିବାବେଳେ ବିଜେଡି ମୁଣିକୁ ଅଧିକ ୪୩୮୪ ଭୋଟ ଯାଇଛି। ଦାନଗଦି ବ୍ଲକର ୮ନଂ. ଜୋନ୍‌ରେ ଏଥର ବିଜେଡି ଓ ଭାଜପା ମଧ୍ୟରେ ଟକ୍କର ହୋଇଛି। ବିଜେଡିର ସ୍ମୃତିରାଣୀ ରାଉତ ୧୧,୩୯୮ ଭୋଟ ପାଇଁ ବିଜୟୀ ହୋଇଥିବାବେଳେ ଭାଜପାର ମିଳିରାଣୀ ଚୌଧୂରୀ ୮୯୮୩ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗତ ନିର୍ବାଚନ ଅପେକ୍ଷା ଏଥର ଭାଜପାର ଭୋଟ ୭୭୦୮ ବୃଦ୍ଧି ପାଇଥିବାବେଳେ ବିଜେଡିର ୧୦୩୬ ଭୋଟ ବୃଦ୍ଧି ପାଇଛି। ଏଠାରେ କଂଗ୍ରେସର ଭୋଟ ୭୬୫୧ ହ୍ରାସ ପାଇଛି। ଦଶରଥପୁର ବ୍ଲକର ୪ନଂ. ଜୋନ୍‌ରେ ବିଜେଡିର ପାର୍ଥସାରଥି ମହାପାତ୍ର ସର୍ବାଧିକ ୨୩୧୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ଭାଜପାର ଶ୍ରୀନିବାସ ପରିଡ଼ା ୬୯୦୩ ଭୋଟ ପାଇଛନ୍ତି। ଗତ ନିର୍ବାଚନ ଅପେକ୍ଷା ଭାଜପା ଏଠାରେ ୪୭୮୨ ଭୋଟ ହରାଇଥିବାବେଳେ ବିଜେଡି ୫୭୫୮ ଭୋଟ ବୃଦ୍ଧି କରିଛି। ଧର୍ମଶାଳା ବ୍ଲକର ୧୧ନଂ.ଜୋନ୍‌ରେ ବିଜେଡିର ସୁଧାଂଶୁ ଭୂଷଣ ସାହୁ ୧୫୨୯୫ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଭାଜପାର ବିଷ୍ଣୁଚରଣ ସାହୁ ଏଠାରେ ୧୧୭୦୬ ଭୋଟ ପାଇ ଦ୍ୱିତୀୟରେ ରହିଛନ୍ତି। ଯାଜପୁର ବ୍ଲକର ୨୯ ନଂ.ଜୋନରେ ଏଥର ଭାଜପା ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ଓହରି ଯାଇଥିଲେ। ଫଳରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଥିଲା। ବିଜେଡିର ପ୍ରେମାନନ୍ଦ ଜେନା ୨୨୨୩୯ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଂଗ୍ରେସର ଜଗନ କେତକି ୬୧୭୮ ଭୋଟ ପାଇଛନ୍ତି। ଏଠାରେ ଗତ ନିର୍ବାଚନ ଅପେକ୍ଷା ବିଜେଡି ୭୬୪୧ ଭୋଟ ଓ କଂଗ୍ରେସର ୩୧୨୫ ଭୋଟ ବୃଦ୍ଧି ହୋଇଛି। କୋରେଇ ବ୍ଲକର ୧ ନମ୍ବର ଜୋନରେ ବିଜେଡି ୫୫୪୮ ଭୋଟ ବୃଦ୍ଧି କରି ୧୯୭୮୩ ଭୋଟ ପାଇଛି। ଅନ୍ୟପକ୍ଷେ ଭାଜପା ୨୧୨୫ ଭୋଟ ହରାଇ ୮୧୪୩ ଭୋଟରେ ସୀମିତ ରହିଛି। ରସୁଲପୁର ବ୍ଲକର ୩୩ ନମ୍ବର ଜୋନରେ ଏଥର ଭାଜପା ୪୩୧ ଭୋଟ ହରାଇଥିବାବେଳେ ବିଜେଡି ୪୪୬୭ ଭୋଟ ଅଧିକ ପାଇ ୧୬୮୩୮ ଭୋଟ ହାତେଇଛି। ସୁକିନ୍ଦା ନିର୍ବାଚନ ବ୍ଲକର ୩୭ ନମ୍ବର ଜୋନ୍‌ରେ ଭାଜପା ୫୯୮୯ ଭୋଟ ବଢାଇ ୮୦୮୮ ଭୋଟ ପାଇଛି। ବିଜେଡି ୧୨୫୭ ଭୋଟ ବୃଦ୍ଧି କରି ୧୫୦୪୦ ଭୋଟ ହାତେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri