‘ଆପଣମାନଙ୍କ ଭଲପାଇବା,ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି’

ଭୁବନେଶ୍ୱର,୨୬ା୧୨(ଭୁବନେଶ୍ୱର): ସୋମବାର ବିଜେଡି ତା’ର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶ୍ରେୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଓଡ଼ିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ୨୫ବର୍ଷ ପୂରଣ କରୁଛି। ଆପଣମାନଙ୍କ ଭଲପାଇବା ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଆସନ୍ତୁ ଏହି ଧାରାକୁ ଅତୁଟ ରଖି, ଲୋକଙ୍କ ସେବା ଓ ଉନ୍ନତିକୁ ସଙ୍କଳ୍ପ ଭାବେ ଗ୍ରହଣ କରି ଆଗକୁ ବଢ଼ିବା।