![](https://www.dharitri.com/wp-content/uploads/2024/04/WhatsApp-Image-2024-04-22-at-2.22.27-PM.jpeg)
ଭୁବନେଶ୍ୱର,୨୨।୪: ବିଜେଡି ସୋମବାର ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୪ ଜଣ ବିଧାୟକଙ୍କ ଟିକେଟ କଟିଥିବାବେଳେ ଦୁଇ ଜଣ ବିଧାୟକଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି ଦଳ। ସବୁଠୁ ଏଥର ରୋଚକ ସ୍ଥିତି ମୟୁରଭଞ୍ଜରେ ଦେଖିବାକୁ ମଳିଛି। ଏଠାରେ ବିଜେଡି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଟିକେଟ୍ ଦେଇଛି। ମୟୁରଭଞ୍ଜ ଲୋକ ସଭା ଆସନରୁ ସୁଦାମ ମାର୍ଣ୍ଡିଙ୍କୁ ଟିକେଟ୍ ଦିଆଯାଇଥିବାବେଳେ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଛି।
ଏହି ପର୍ଯ୍ୟାୟକୁ ମିଶାଇ ବିଜେଡି ଏଯାବତ ୧୪୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଆଉ ୬ଟି ଆସନ ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡା, କୋରେଇ, ଭୋଗରାଇ ଓ ନୀଳଗିରି ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ଅଛି।