ତେଜୁଛି ବିଜେଡି କଳି: ନବୀନଙ୍କୁ ବରିଷ୍ଠଙ୍କ ପାଲଟା ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୨ା୪(ସୁନିତ୍‌ ମିଶ୍ର):ଦିନ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା କହୁଥିଲେ ଏହା ଉପରେ କେହି ପଦାରେ ମଧ୍ୟ ଆଲୋଚନା କରିବାକୁ ସାହସ ଜୁଟାଇପାରୁ ନ ଥିଲେ। ଯଦି ଦଳର କୌଣସି ବିଷୟରେ କେହି ପଚାରୁଥିଲେ ତେବେ ନ ଜାଣିଲା ଭଳି ପୂର୍ବରୁ ନେତାମାନେ ସ୍ଥାନ ଛାଡ଼ି ଚାଲିଯାଉଥିଲେ। ହେଲେ ବର୍ତ୍ତମାନ ଆଉ ସେ ସମୟ ନାହିଁ। ନବୀନଙ୍କ ନିୟନ୍ତ୍ରଣରେ ଦଳ ଆଉ ନ ଥିବା ସ୍ପଷ୍ଟ ହେବାରେ ଲାଗିଲାଣି। ନବୀନଙ୍କ ନିର୍ଦ୍ଦେଶକୁ ମଧ୍ୟ ତାଙ୍କ ଦଳର ନେତାମାନେ ପୂର୍ବଭଳି ଖାତିର କରୁନାହାନ୍ତି। ସିଧାସଳଖ ନବୀନଙ୍କ ନଁା ନେଇ ତାଙ୍କ ଦଳର ନେତାମାନେ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଦେଇଛନ୍ତି। ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଏବଂ ନୃସିଂହ ସାହୁ ବାହାରେ ବୈଠକ କରିବା ନେଇ ନବୀନ ଦେଇଥିବା ମନ୍ତବ୍ୟକୁ ଶୁକ୍ରବାର ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। କିଏ କେଉଁଠି ବସିବ ସେକଥା ଦଳର ସଭାପତି କହିପାରିବେନାହଁି ବୋଲି ଉଭୟ ନେତା ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି।
ପ୍ରତିକ୍ରିୟା ଦେଇ ପ୍ରଫୁଲ୍ଲ କହିଛନ୍ତି, ଆମେମାନେ କେତେବେଳେ ସାଙ୍ଗସାଥୀରେ ବସି କିଛି ଆଲୋଚନା କରିବୁ, ସେଥିରେ କ’ଣ ଅଛି। ଆମେମାନେ କ’ଣ ଦଳ ପାଇଁ ଅନ୍ତର୍ଘାତୀ କାର୍ଯ୍ୟ କରୁଛୁ। ଆମେ କ’ଣ ହୋଟେଲରେ ବସିପାରିବୁ ନାହିଁ। ଆମେ କ’ଣ କାହା ପାଖରେ ଚାକିରି କରିଛୁ! ଦଳ ବିଶ୍ୱାସରେ ଚାଲେ, କେହି କାହାକୁ ଏଠାରେ ନାଲିଆଖି ଦେଖାଇପାରିବେନାହିଁ। ଗଣତନ୍ତ୍ର ଉପରେ ଆମେ ବିଶ୍ୱାସ କରୁଛୁ। ନବୀନବାବୁ ସବୁବେଳେ କହିଛନ୍ତି, ବିଜେଡି ଏକ ଧର୍ମନିରପେକ୍ଷ ଦଳ। ପାଣ୍ଡିଆନ୍‌ ଫ୍ୟାକ୍ଟରକୁ ଲୋକମାନେ ଗ୍ରହଣ କରୁନାହାନ୍ତି। ଯଦି ପାଣ୍ଡିଆନ୍‌ ଦଳର କୌଣସି କଥାରେ ନାହାନ୍ତି ତେବେ ସେ ନିଜେ ଆସି ସିଧାସଳଖ ସେକଥା କୁହନ୍ତୁ ବୋଲି ପ୍ରଫୁଲ୍ଲ କହିଛନ୍ତି।
ନୃସିଂହ ସାହୁ କହିଛନ୍ତି, ପାଣ୍ଡିଆନ୍‌ ସରକାରୀ ଅଫିସର ଭାବେ ଭଲ କାମ କରିଛନ୍ତି, ହେଲେ ସେ ଦଳରେ ଯୋଗଦେବା ପରେ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ। ୨ରୁ ୪ଟା ବିଷୟକୁ ନେଇ ବିଜେଡି ହାରିଲା। ସେଥିରୁ ଗୋଟିଏ କାରଣ ହେଉଛି ନବୀନବାବୁ ଦୁଇଟି ଜାଗାରୁ ଠିଆହେଲେ। ପ୍ରଚାର କରାଗଲା ଗୋଟିଏ ଆସନ ନବୀନବାବୁ ଜିତିବା ପରେ ଛାଡ଼ିବେ, ସେଠାରୁ ପାଣ୍ଡିଆନ୍‌ ଲଢ଼ିବେ ଏବଂ ରାଜ୍ୟର ଦାୟିତ୍ୱ ନେବେ। ପାଣ୍ଡିଆନ୍‌ ଏବେ ବି ନବୀନ ନିବାସ ଯାଉଛନ୍ତି। ଆମେମାନେ ବାହାରେ ଯେଉଁ ମିଟିଂ କଲୁ, ନବୀନବାବୁ ଭାବିଲେ ପଲିଟିକାଲ ଆଫେୟାର୍ସ କମିଟି ଯାଇକି ବସିଥିଲା। ହେଲେ ସେମିତି ନୁହେଁ, ସେ ଭୁଲ୍‌ ବୁଝିଛନ୍ତି। ଆମେ ଯେମିତି ବସିବା କଥା ଯାଇ ବସିବୁ। ଯିଏ ଯାହା ଘରକୁ ଡାକିବେ ଆମେ ଯିବୁ, ଚା, ଜଳଖିଆ ଖାଇ ଆଲୋଚନା କରିବୁ। ଆମ ସ୍ବାଧୀନତା ଉପରେ କେହି ହସ୍ତକ୍ଷେପ କରିପାରିବେ ନାହିଁ। ଯେତେବେଳେ ଯାଇ ବାହାରେ ବସିଥାଉ ଦଳର ହିତ ବିଷୟରେ ଆଲୋଚନା କରିଥାଉ। ଓ୍ବକ୍‌ଫ ବିଲ୍‌ ନେଇ ଏ ପର୍ଯ୍ୟନ୍ତ ନବୀନବାବୁ କିଛି ସ୍ପଷ୍ଟ କରିନାହାନ୍ତି। ପୂର୍ବରୁ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ମଧ୍ୟ ମିଟିଂ କରିଥିଲେ। ହେଲେ ଦଳର କାର୍ଯ୍ୟକ୍ରମ ଶଙ୍ଖ ଭବନରେ ହେବା ଦରକାର ବୋଲି ସେ କହିଛନ୍ତି।
ଦୁଇ ନେତାଙ୍କ ମନ୍ତବ୍ୟକୁ ନେଇ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଦଳ କ୍ଷମତାରେ ଥାଉ କି ନ ଥାଉ କେବଳ ଶୃଙ୍ଖଳା ପାଇଁ ଏହି ଦଳ ତିଷ୍ଠିରହିଛି। ଓଡ଼ିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଏଭଳି ଦାୟିତ୍ୱ ତୁଲାଇଛନ୍ତି ସାରା ଭାରତବର୍ଷ ପାଇଁ ସିଏ ଉଦାହରଣ ହୋଇ ରହିବେ। ଦଳ ତାଙ୍କ ନେତୃତ୍ୱରେ ଚାଲିଛି। କିଛି ବାଦବିବାଦ ଆସିପାରେ, କିନ୍ତୁ ଆଗକୁ ଦଳ ପୁଣି ୟୁନାଇଟେଡ୍‌ ହେବ ବୋଲି ଅଶ୍ୱିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ...

ଫାଣ୍ଡି ସାମ୍ନାରେ ବସ୍‌କୁ ଧକ୍କା ଦେଲା ଟ୍ରଲର, ଯୋଡାରୁ ଟାଟାକୁ ଯାଉଥିବାବେଳେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଧିନସ୍ଥ ଜୟନ୍ତୀଗଡ଼ ଫାଣ୍ଡି ସାମ୍ନାରେ ମଙ୍ଗଳବାର କାରଓ୍ବା ନାମକ ଯାତ୍ରୀବାହୀ...

ଶହବାଜ-ମୁନିରଙ୍କୁ ମନାଇବାକୁ ପାକିସ୍ତାନ ଗସ୍ତ କରିବେ ସି ଜିନପିଙ୍ଗ

ବେଜିଂ,୨୦।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଘୋଷଣା କରିଛନ୍ତି ଯେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବେ। ଏହି ଗସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri