ତେଜୁଛି ବିଜେଡି କଳି: ନବୀନଙ୍କୁ ବରିଷ୍ଠଙ୍କ ପାଲଟା ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୨ା୪(ସୁନିତ୍‌ ମିଶ୍ର):ଦିନ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା କହୁଥିଲେ ଏହା ଉପରେ କେହି ପଦାରେ ମଧ୍ୟ ଆଲୋଚନା କରିବାକୁ ସାହସ ଜୁଟାଇପାରୁ ନ ଥିଲେ। ଯଦି ଦଳର କୌଣସି ବିଷୟରେ କେହି ପଚାରୁଥିଲେ ତେବେ ନ ଜାଣିଲା ଭଳି ପୂର୍ବରୁ ନେତାମାନେ ସ୍ଥାନ ଛାଡ଼ି ଚାଲିଯାଉଥିଲେ। ହେଲେ ବର୍ତ୍ତମାନ ଆଉ ସେ ସମୟ ନାହିଁ। ନବୀନଙ୍କ ନିୟନ୍ତ୍ରଣରେ ଦଳ ଆଉ ନ ଥିବା ସ୍ପଷ୍ଟ ହେବାରେ ଲାଗିଲାଣି। ନବୀନଙ୍କ ନିର୍ଦ୍ଦେଶକୁ ମଧ୍ୟ ତାଙ୍କ ଦଳର ନେତାମାନେ ପୂର୍ବଭଳି ଖାତିର କରୁନାହାନ୍ତି। ସିଧାସଳଖ ନବୀନଙ୍କ ନଁା ନେଇ ତାଙ୍କ ଦଳର ନେତାମାନେ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଦେଇଛନ୍ତି। ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଏବଂ ନୃସିଂହ ସାହୁ ବାହାରେ ବୈଠକ କରିବା ନେଇ ନବୀନ ଦେଇଥିବା ମନ୍ତବ୍ୟକୁ ଶୁକ୍ରବାର ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। କିଏ କେଉଁଠି ବସିବ ସେକଥା ଦଳର ସଭାପତି କହିପାରିବେନାହଁି ବୋଲି ଉଭୟ ନେତା ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି।
ପ୍ରତିକ୍ରିୟା ଦେଇ ପ୍ରଫୁଲ୍ଲ କହିଛନ୍ତି, ଆମେମାନେ କେତେବେଳେ ସାଙ୍ଗସାଥୀରେ ବସି କିଛି ଆଲୋଚନା କରିବୁ, ସେଥିରେ କ’ଣ ଅଛି। ଆମେମାନେ କ’ଣ ଦଳ ପାଇଁ ଅନ୍ତର୍ଘାତୀ କାର୍ଯ୍ୟ କରୁଛୁ। ଆମେ କ’ଣ ହୋଟେଲରେ ବସିପାରିବୁ ନାହିଁ। ଆମେ କ’ଣ କାହା ପାଖରେ ଚାକିରି କରିଛୁ! ଦଳ ବିଶ୍ୱାସରେ ଚାଲେ, କେହି କାହାକୁ ଏଠାରେ ନାଲିଆଖି ଦେଖାଇପାରିବେନାହିଁ। ଗଣତନ୍ତ୍ର ଉପରେ ଆମେ ବିଶ୍ୱାସ କରୁଛୁ। ନବୀନବାବୁ ସବୁବେଳେ କହିଛନ୍ତି, ବିଜେଡି ଏକ ଧର୍ମନିରପେକ୍ଷ ଦଳ। ପାଣ୍ଡିଆନ୍‌ ଫ୍ୟାକ୍ଟରକୁ ଲୋକମାନେ ଗ୍ରହଣ କରୁନାହାନ୍ତି। ଯଦି ପାଣ୍ଡିଆନ୍‌ ଦଳର କୌଣସି କଥାରେ ନାହାନ୍ତି ତେବେ ସେ ନିଜେ ଆସି ସିଧାସଳଖ ସେକଥା କୁହନ୍ତୁ ବୋଲି ପ୍ରଫୁଲ୍ଲ କହିଛନ୍ତି।
ନୃସିଂହ ସାହୁ କହିଛନ୍ତି, ପାଣ୍ଡିଆନ୍‌ ସରକାରୀ ଅଫିସର ଭାବେ ଭଲ କାମ କରିଛନ୍ତି, ହେଲେ ସେ ଦଳରେ ଯୋଗଦେବା ପରେ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ। ୨ରୁ ୪ଟା ବିଷୟକୁ ନେଇ ବିଜେଡି ହାରିଲା। ସେଥିରୁ ଗୋଟିଏ କାରଣ ହେଉଛି ନବୀନବାବୁ ଦୁଇଟି ଜାଗାରୁ ଠିଆହେଲେ। ପ୍ରଚାର କରାଗଲା ଗୋଟିଏ ଆସନ ନବୀନବାବୁ ଜିତିବା ପରେ ଛାଡ଼ିବେ, ସେଠାରୁ ପାଣ୍ଡିଆନ୍‌ ଲଢ଼ିବେ ଏବଂ ରାଜ୍ୟର ଦାୟିତ୍ୱ ନେବେ। ପାଣ୍ଡିଆନ୍‌ ଏବେ ବି ନବୀନ ନିବାସ ଯାଉଛନ୍ତି। ଆମେମାନେ ବାହାରେ ଯେଉଁ ମିଟିଂ କଲୁ, ନବୀନବାବୁ ଭାବିଲେ ପଲିଟିକାଲ ଆଫେୟାର୍ସ କମିଟି ଯାଇକି ବସିଥିଲା। ହେଲେ ସେମିତି ନୁହେଁ, ସେ ଭୁଲ୍‌ ବୁଝିଛନ୍ତି। ଆମେ ଯେମିତି ବସିବା କଥା ଯାଇ ବସିବୁ। ଯିଏ ଯାହା ଘରକୁ ଡାକିବେ ଆମେ ଯିବୁ, ଚା, ଜଳଖିଆ ଖାଇ ଆଲୋଚନା କରିବୁ। ଆମ ସ୍ବାଧୀନତା ଉପରେ କେହି ହସ୍ତକ୍ଷେପ କରିପାରିବେ ନାହିଁ। ଯେତେବେଳେ ଯାଇ ବାହାରେ ବସିଥାଉ ଦଳର ହିତ ବିଷୟରେ ଆଲୋଚନା କରିଥାଉ। ଓ୍ବକ୍‌ଫ ବିଲ୍‌ ନେଇ ଏ ପର୍ଯ୍ୟନ୍ତ ନବୀନବାବୁ କିଛି ସ୍ପଷ୍ଟ କରିନାହାନ୍ତି। ପୂର୍ବରୁ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ମଧ୍ୟ ମିଟିଂ କରିଥିଲେ। ହେଲେ ଦଳର କାର୍ଯ୍ୟକ୍ରମ ଶଙ୍ଖ ଭବନରେ ହେବା ଦରକାର ବୋଲି ସେ କହିଛନ୍ତି।
ଦୁଇ ନେତାଙ୍କ ମନ୍ତବ୍ୟକୁ ନେଇ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଦଳ କ୍ଷମତାରେ ଥାଉ କି ନ ଥାଉ କେବଳ ଶୃଙ୍ଖଳା ପାଇଁ ଏହି ଦଳ ତିଷ୍ଠିରହିଛି। ଓଡ଼ିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଏଭଳି ଦାୟିତ୍ୱ ତୁଲାଇଛନ୍ତି ସାରା ଭାରତବର୍ଷ ପାଇଁ ସିଏ ଉଦାହରଣ ହୋଇ ରହିବେ। ଦଳ ତାଙ୍କ ନେତୃତ୍ୱରେ ଚାଲିଛି। କିଛି ବାଦବିବାଦ ଆସିପାରେ, କିନ୍ତୁ ଆଗକୁ ଦଳ ପୁଣି ୟୁନାଇଟେଡ୍‌ ହେବ ବୋଲି ଅଶ୍ୱିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri