ବିଜେଡି ତଣ୍ଟିରେ ଅନାସ୍ଥା କଣ୍ଟା: ଆଇଏଏସ୍‌ଙ୍କ ପରେ ଜଣେ ଓଏଏସ୍‌ ଅଫିସରଙ୍କୁ ଭେଟିବାକୁ ଧାଉଁଛନ୍ତି

ଭୁବନେଶ୍ୱର,୧୯ା୯(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଚଳିତ ଅଧିବେଶନରେ ଅନାସ୍ଥା ଆଣିବ ବୋଲି କଂଗ୍ରେସ ପକ୍ଷରୁ ବହୁ ଆଗରୁ ବାରମ୍ବାର କୁହାଯାଇଥିଲା। ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା, ବେରୋଜଗାରି ବୃଦ୍ଧି ପାଉଥିବା ଆଦି ପ୍ରସଙ୍ଗ ନେଇ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିବା କହିଛି। ଅନାସ୍ଥା ପ୍ରସ୍ତାବକୁ ସମର୍ଥନଦେବା ଲାଗି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ବିଜେଡିର ସହଯୋଗ ଲୋଡ଼ିଛନ୍ତି। ଏହାପରେ ବିଜେଡି ବିଧାୟକ ପ୍ରତାପ ଦେବ ବିଜେଡି ପକ୍ଷରୁ ଗଠିତ ଫ୍ଲୋର ମ୍ୟାନେଜମେଣ୍ଟ କମିଟି ସହ ଦ୍ୱିପ୍ରହର ସମୟରେ ଏକ ବୈଠକ କରିଥିଲେ। କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅରୁଣ କୁମାର ସାହୁ, ମନୋହର ରନ୍ଧାରୀ, ବ୍ରଜ କିଶୋର ପ୍ରଧାନ, ସାରଦା ନାୟକ, ଗୌତମବୁଦ୍ଧ ଦାସ ଏବଂ ସାରଦା ଜେନା ରହିଛନ୍ତି। ଦଳ ପକ୍ଷରୁ ଅନାସ୍ଥାକୁ ସମର୍ଥନ ନ ଦେବା ନେଇ ଏକ ପ୍ରକାର ସ୍ଥିର ହୋଇଥିବା ଜଣାପଡ଼ିଛି। ବିଜେଡି ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହ ନ ଚଳାଇ ଦେବାକୁ ସ୍ଥିର କରାଯାଇଛି। ଏହାକୁ ବିଜେଡିର ବହୁ ବିଧାୟକ ଗ୍ରହଣ କରିନାହାନ୍ତି। ଭାଜପା ଏବଂ ବିଜେଡି ମଧ୍ୟରେ ଭଲ ସମ୍ପର୍କ ରହିଥିବା କଥା ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ସେଥିପାଇଁ ବିଜେଡିର ଅନେକ ନେତା ଏହାକୁ ବିରୋଧ ମଧ୍ୟ କରିଆସୁଛନ୍ତି। ଏବେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ନ କରିବା ଅର୍ଥ ପରୋକ୍ଷରେ ଭାଜପା ସହ ବିଜେଡିର ବୁଝାମଣା କଥା ପୁଣି ଥରେ ତଳସ୍ତରକୁ ଯିବ ବୋଲି ଦଳର ବହୁ ବିଧାୟକ ଯୁକ୍ତି ରଖୁଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଯଦି ବିଜେଡି ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ କରାଯାଉଛି ତେବେ ଅନାସ୍ଥାକୁ ସମର୍ଥନ ଦେବାରେ ଅସୁବିଧା କେଉଁଠି ବୋଲି ଦଳର ବିଧାୟକମାନେ ହିଁ କୁହାକୁହି ହେଲେଣି। ଏଭଳି ସ୍ଥିତିରେ ବିଜେଡି ତଣ୍ଟିରେ ଅନାସ୍ଥା ଏକ କଣ୍ଟା ଭଳି ଲାଗିବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ସବୁବେଳେ ସମଦୂରତା ନୀତି ଅବଲମ୍ବନ କରିଆସିଛି। ଅନାସ୍ଥାକୁ ବାଚସ୍ପତି ଏ ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି। ତେଣୁ ନଈ ନ ଦେଖୁଣୁ ଲଙ୍ଗଳା ହେବା
ଉଚିତ
ନୁହେଁ ବୋଲି ସେ କହିଛନ୍ତି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମଦୂରତା ନୀତି ବିଷୟରେ କହିବା ପରେ ବିଜେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବ ନାହିଁ ବୋଲି ପରୋକ୍ଷରେ ଇଙ୍ଗିତ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଦଳ ଭିତରେ ବର୍ତ୍ତମାନ ଆଉ ଏକ ନୂଆ କଥା ଚର୍ଚ୍ଚାକୁ ଆସିଛି। ଦଳର ବହୁ ବରିଷ୍ଠ ନେତା ପୂର୍ବରୁ ଜଣେ ଆଇଏଏସ୍‌ଙ୍କ ପଛରେ ଯେମିତି ଦୌଡୁଥିଲେ ବର୍ତ୍ତମାନ ସେହିଭଳି ଆଉ ଜଣେ ଓଏଏସ୍‌ ଅଫିସରଙ୍କ ପାଖରେ ନିଜର ଓଜନ ଖସାଇବାକୁ ବସିଲେଣି ବୋଲି ଶୁଣିବାକୁ ମିଳୁଛି। ନବୀନ ନିବାସରେ ଅଧିକାଂଶ ବିଷୟ ବୁଝାବୁଝି କରୁଥିବା ଜଣେ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଦେଖା ହେବାକୁ ଦଳର ବରିଷ୍ଠ ନେତାମାନେ କୁଆଡ଼େ ସମୟ ମାଗୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେହି ଓଏଏସ୍‌ ଅଫିସର ଜଣଙ୍କ ଭି.କେ. ପାଣ୍ଡିଆନ୍‌ଙ୍କ ଏକାନ୍ତ ଅନୁଗତ ବୋଲି ସମସ୍ତେ ଜାଣନ୍ତି। ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲିଥିବା ରାଜନୀତି ବିଷୟରେ ଚର୍ଚ୍ଚା ଆଉ ଆଲୋଚନା କରିବାକୁ ଅଧିକାଂଶ ନେତା ନବୀନ ନିବାସ ଯାଇ ସେହି ଓଏଏସ୍‌ ଅଧିକାରୀଙ୍କୁ ଭେଟିଥିବା ଜଣାପଡ଼ିଛି, ଯେତେବେଳେ କି ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri