ବିଜେଡି ତଣ୍ଟିରେ ଅନାସ୍ଥା କଣ୍ଟା: ଆଇଏଏସ୍‌ଙ୍କ ପରେ ଜଣେ ଓଏଏସ୍‌ ଅଫିସରଙ୍କୁ ଭେଟିବାକୁ ଧାଉଁଛନ୍ତି

ଭୁବନେଶ୍ୱର,୧୯ା୯(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଚଳିତ ଅଧିବେଶନରେ ଅନାସ୍ଥା ଆଣିବ ବୋଲି କଂଗ୍ରେସ ପକ୍ଷରୁ ବହୁ ଆଗରୁ ବାରମ୍ବାର କୁହାଯାଇଥିଲା। ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା, ବେରୋଜଗାରି ବୃଦ୍ଧି ପାଉଥିବା ଆଦି ପ୍ରସଙ୍ଗ ନେଇ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିବା କହିଛି। ଅନାସ୍ଥା ପ୍ରସ୍ତାବକୁ ସମର୍ଥନଦେବା ଲାଗି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ବିଜେଡିର ସହଯୋଗ ଲୋଡ଼ିଛନ୍ତି। ଏହାପରେ ବିଜେଡି ବିଧାୟକ ପ୍ରତାପ ଦେବ ବିଜେଡି ପକ୍ଷରୁ ଗଠିତ ଫ୍ଲୋର ମ୍ୟାନେଜମେଣ୍ଟ କମିଟି ସହ ଦ୍ୱିପ୍ରହର ସମୟରେ ଏକ ବୈଠକ କରିଥିଲେ। କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅରୁଣ କୁମାର ସାହୁ, ମନୋହର ରନ୍ଧାରୀ, ବ୍ରଜ କିଶୋର ପ୍ରଧାନ, ସାରଦା ନାୟକ, ଗୌତମବୁଦ୍ଧ ଦାସ ଏବଂ ସାରଦା ଜେନା ରହିଛନ୍ତି। ଦଳ ପକ୍ଷରୁ ଅନାସ୍ଥାକୁ ସମର୍ଥନ ନ ଦେବା ନେଇ ଏକ ପ୍ରକାର ସ୍ଥିର ହୋଇଥିବା ଜଣାପଡ଼ିଛି। ବିଜେଡି ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହ ନ ଚଳାଇ ଦେବାକୁ ସ୍ଥିର କରାଯାଇଛି। ଏହାକୁ ବିଜେଡିର ବହୁ ବିଧାୟକ ଗ୍ରହଣ କରିନାହାନ୍ତି। ଭାଜପା ଏବଂ ବିଜେଡି ମଧ୍ୟରେ ଭଲ ସମ୍ପର୍କ ରହିଥିବା କଥା ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ସେଥିପାଇଁ ବିଜେଡିର ଅନେକ ନେତା ଏହାକୁ ବିରୋଧ ମଧ୍ୟ କରିଆସୁଛନ୍ତି। ଏବେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ନ କରିବା ଅର୍ଥ ପରୋକ୍ଷରେ ଭାଜପା ସହ ବିଜେଡିର ବୁଝାମଣା କଥା ପୁଣି ଥରେ ତଳସ୍ତରକୁ ଯିବ ବୋଲି ଦଳର ବହୁ ବିଧାୟକ ଯୁକ୍ତି ରଖୁଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଯଦି ବିଜେଡି ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ କରାଯାଉଛି ତେବେ ଅନାସ୍ଥାକୁ ସମର୍ଥନ ଦେବାରେ ଅସୁବିଧା କେଉଁଠି ବୋଲି ଦଳର ବିଧାୟକମାନେ ହିଁ କୁହାକୁହି ହେଲେଣି। ଏଭଳି ସ୍ଥିତିରେ ବିଜେଡି ତଣ୍ଟିରେ ଅନାସ୍ଥା ଏକ କଣ୍ଟା ଭଳି ଲାଗିବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ସବୁବେଳେ ସମଦୂରତା ନୀତି ଅବଲମ୍ବନ କରିଆସିଛି। ଅନାସ୍ଥାକୁ ବାଚସ୍ପତି ଏ ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି। ତେଣୁ ନଈ ନ ଦେଖୁଣୁ ଲଙ୍ଗଳା ହେବା
ଉଚିତ
ନୁହେଁ ବୋଲି ସେ କହିଛନ୍ତି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମଦୂରତା ନୀତି ବିଷୟରେ କହିବା ପରେ ବିଜେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବ ନାହିଁ ବୋଲି ପରୋକ୍ଷରେ ଇଙ୍ଗିତ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଦଳ ଭିତରେ ବର୍ତ୍ତମାନ ଆଉ ଏକ ନୂଆ କଥା ଚର୍ଚ୍ଚାକୁ ଆସିଛି। ଦଳର ବହୁ ବରିଷ୍ଠ ନେତା ପୂର୍ବରୁ ଜଣେ ଆଇଏଏସ୍‌ଙ୍କ ପଛରେ ଯେମିତି ଦୌଡୁଥିଲେ ବର୍ତ୍ତମାନ ସେହିଭଳି ଆଉ ଜଣେ ଓଏଏସ୍‌ ଅଫିସରଙ୍କ ପାଖରେ ନିଜର ଓଜନ ଖସାଇବାକୁ ବସିଲେଣି ବୋଲି ଶୁଣିବାକୁ ମିଳୁଛି। ନବୀନ ନିବାସରେ ଅଧିକାଂଶ ବିଷୟ ବୁଝାବୁଝି କରୁଥିବା ଜଣେ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଦେଖା ହେବାକୁ ଦଳର ବରିଷ୍ଠ ନେତାମାନେ କୁଆଡ଼େ ସମୟ ମାଗୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେହି ଓଏଏସ୍‌ ଅଫିସର ଜଣଙ୍କ ଭି.କେ. ପାଣ୍ଡିଆନ୍‌ଙ୍କ ଏକାନ୍ତ ଅନୁଗତ ବୋଲି ସମସ୍ତେ ଜାଣନ୍ତି। ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲିଥିବା ରାଜନୀତି ବିଷୟରେ ଚର୍ଚ୍ଚା ଆଉ ଆଲୋଚନା କରିବାକୁ ଅଧିକାଂଶ ନେତା ନବୀନ ନିବାସ ଯାଇ ସେହି ଓଏଏସ୍‌ ଅଧିକାରୀଙ୍କୁ ଭେଟିଥିବା ଜଣାପଡ଼ିଛି, ଯେତେବେଳେ କି ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri