ଭୁବନେଶ୍ୱର,୨୮ା୬(ଅନିଲଦାସ): ଭୁବନେଶ୍ୱର ଏମ୍ପି ଗତ ୧୭ ତାରିଖ କରିଥିବା ଖବରଦାତା ସମ୍ମିଳନୀର ୧୦ଦିନ ପରେ ବିଜେଡି ମୁଖପାତ୍ର ମଙ୍ଗଳବାର ଯେଉଁ ତଥ୍ୟ ରଖିଛନ୍ତି ତାହା ତଥ୍ୟ ଆଧାରିତ ନୁହେଁ। ବିର୍ତ୍ତମାନ ଏମ୍ପି ଅପରାଜିତା ଷଡଙ୍ଗୀ ଅନ୍ତର୍ଜାତୀୟ ସଂସଦୀୟ ସଂଘ (ଆଇପିୟୁ)ରେ ଯୋଗ ଦେବା ପାଇଁ ୭ଦିନିଆ ବିଦେଶ ଗସ୍ତରେ ଥିବାବେଳେ ଶାସକ ଦଳର ମୁଖପାତ୍ର ଗୁଜବ ସୃଷ୍ଟି କରିବା ଅତ୍ୟନ୍ତ ହାସ୍ପ୍ୟାସ୍ପଦ ଓ ନିନ୍ଦନୀୟ ବୋଲି ଭାଜପା ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂ କହିଛନ୍ତି।
ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବରଦତା ସମ୍ମିଳନୀରେ ସେ କହିଛନ୍ତି, ଭୁବନେଶ୍ୱର ଜନସାଧାରଣ ଅପରାଜିତାଙ୍କୁ ଭଲ ଭାବରେ ଜାଣିଛନ୍ତି ଓ ବୁଝିଛନ୍ତି। କିଛି ତଥ୍ୟ ନ ଜାଣି ବିଜେଡିର ମୁଖପାତ୍ରମାନେ ଏମ୍ପିଙ୍କ ଉପରେ ମନ୍ତବ୍ୟ ରଖିବା ଅତ୍ୟନ୍ତ ହାସ୍ପ୍ୟାସ୍ପଦ। ଭୁବନେଶ୍ୱରରେ କେବଳ ଇସ୍କନ ମନ୍ଦିରଠାରେ ନୁହେଁ ବଂର ସହରର ସବୁଆଡେ ଜଳ ସମସ୍ୟା ହୁଏ। ଏନେଇ ଷଡ଼ଙ୍ଗୀ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି (ସହରାଞ୍ଚଳ)ରେ ଉପସ୍ଥାପନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱରରେ ୧୪ଟି ଡ୍ରେନ ଗଙ୍ଗୁଆ ନଦୀ ସହ ସଂଯୋଗର ମାଷ୍ଟରପ୍ଲାନ ହେବା ଆବଶ୍ୟକ। ରାଜ୍ୟ ସରକାର ଏଥିପାଇଁ କେବେ ପ୍ଲାନ ଦେବେ ଏବଂ କେତେ ଅର୍ଥ ବ୍ୟବସ୍ଥା କରିଛନ୍ତି ତାହାର ଯବାବ ଦେବା ଦରକାର। ଖୋର୍ଦ୍ଧାରୁ ଭୁବନେଶ୍ୱର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇଛି। ଜନସାଧାରଣଙ୍କ ଆବଶ୍ୟକତା ଏବଂ ଆଗ୍ରହ ନେଇ ବିଭିନ୍ନ ଅତିରିକ୍ତ କାମ ହେଉଛି। ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ରାମେଶ୍ୱରଠାରୁ ଟାଙ୍ଗି ପର୍ଯ୍ୟନ୍ତ ୧୦୧କି.ମି. କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ (ସିଆର୍ଆର୍ଆର୍) ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଓଡ଼ିଶାରେ ନେଟୱାର୍କ ସମସ୍ୟା ପାଇଁ ରାଜ୍ୟ ସରକାର କେବେ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବ୍ୟାଙ୍କିଂ ସେକ୍ଟରରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଶେଷ ସମସ୍ୟା ନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅପରାଜିତା କହିଥିବା ତଥ୍ୟ ସତ୍ୟ । ଶ୍ରୀମନ୍ଦିର ସୁରକ୍ଷା ଆମ ପାଇଁ ପ୍ରାଥମିକତା ଥିଲା। ଏମ୍ପିଙ୍କ ପ୍ରୟାସ ପରେ ହିଁ ରାଜ୍ୟ ସରକାର ଏଏମଏସଏଆର ଆକ୍ଟ-୧୯୫୮ଅନୁଯାୟୀ ନିର୍ମାଣ କାର୍ଯ୍ୟ ୧୦୦ମିଟର ବାହାରକୁ ନେଇଛନ୍ତି ଏବଂ ଏନ୍ଏମ୍ଏ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ପ୍ଲାନ ଅନୁମୋଦନ ପରେ ନିର୍ମାଣ କରାଯାଉଛି। ଏମ୍ପିଙ୍କ ପ୍ରୟାସରେ ହିଁ ସମସ୍ୟା ଦୂରୀକରଣ ହୋଇ ମନ୍ଦିର ସୁରକ୍ଷାକୁ ପ୍ରାଥମିକତା ନେଇ ନିର୍ମାଣ ପ୍ରକ୍ରିୟା ହେଉଛି ା ମିଥ୍ୟା ଆରୋପ ଅଭିଯୋଗ କରି ଲୋକଙ୍କୁ ଭୂଆଁ ବୁଲାଇବା ଗଣତନ୍ତ୍ରରେ ସମିଚିନ ନୁହେଁ। ଏଥିରୁ ନିବୃତ ରହିବାକୁ ବାବୁ ସିଂ କହିଛନ୍ତି।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
Archives

