Posted inରାଜ୍ୟ

ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ: ନାବାଳିକା ବଳାତ୍କାର ମାମଲାରେ ବାଲେଶ୍ୱରରୁ ଧରିଲା କମିଶନରେଟ ପୋଲିସ

ନୀଳଗିରି/ଭୁବନେଶ୍ୱର,୨୭।୭(ପ୍ରଶାନ୍ତ କୁମାର ବିଶ୍ୱାଳ): ବିଜୁ ଜନତା ଦଳ (ବିଜେଡି) କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା (ନଂ. ୩୯୪/୨୦୨୫) ରୁଜୁ ହୋଇଥିଲା। ଏହି ଘଟଣା ଓଡ଼ିଶାର ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ଗତକାଲି ଶନିବାର ଲକ୍ଷ୍ମୀସାଗର ପୋଲିସ ଅମରେଶଙ୍କୁ ଫେରାର ହେବାରେ ସହାୟତା କରିଥିବା ଅଭିଯୋଗରେ ତାଙ୍କର ୫ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଏମାନେ ହେଲେ ବିବେକ କୁମାର ସ୍ୱାଇଁ (୨୯), ବିକ୍ରମ ମହାନ୍ତି (୪୨), ଦେବେନ୍ଦ୍ର କୁମାର ଭୋଳ ଓରଫେ ବୁଲୁ (୪୫), ସୁମନ କୁମାର ସାହୁ (୨୭) ଏବଂ ରାଜୀବ ଚମ୍ପତି (୪୫)। ଏହି ଅଭିଯୁକ୍ତମାନଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS) ଓ POCSO ଆଇନରେ ବିଭିନ୍ନ ଧାରାରେ ଅଭିଯୋଗ ଲଗାଯାଇ ଝାରପଡ଼ା ଜେଲକୁ ପଠାଯାଇଛି।

ଅଭିଯୋଗ ଅନୁଯାୟୀ, ୨୦୨୩ ଜୁନ୍‌ରେ ରଜ ସମୟରେ ଅମରେଶ ଜେନା ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ସମ୍ପର୍କ ଗଢ଼ିଥିଲେ। ସେତେବେଳେ ଯୁବତୀ ନାବାଳିକା ଥାଇ ଅମରେଶ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରାଯାଇଛି। ୨୦୨୪ ଫେବୃଆରୀରେ ଯୁବତୀ ଗର୍ଭବତୀ ହେବା ପରେ ଅମରେଶ ତାଙ୍କୁ ଗର୍ଭନଷ୍ଟ କରିବାକୁ ବାଧ୍ୟ କରିଥିଲେ। ଏହାପରେ ଅମରେଶ ଯୁବତୀଙ୍କୁ ଏଡ଼ାଇବା ଆରମ୍ଭ କରି ଭୁବନେଶ୍ୱର ଛାଡ଼ିବାକୁ ଧମକ ଦେଇଥିଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଅମରେଶ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ ଏବଂ ଏହି ସମ୍ପର୍କ ବିଷୟରେ କାହାକୁ ନ କହିବାକୁ ଚେତାବନୀ ଦେଇଥିଲେ।

ଭୁବନେଶ୍ୱର ଡେପୁଟି କମିଶନର ଅଫ ପୋଲିସ (ଡିସିପି) ଜଗମୋହନ ମୀନା କହିଛନ୍ତି, “ଅମରେଶ ଜେନା ଫେରାର ଥିଲେ, କିନ୍ତୁ ବାଲେଶ୍ୱରରୁ ତାଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଛି, ଏବଂ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସମ୍ପନ୍ନ ହୋଇଛି। ତାଙ୍କ ବୟାନ ମାଜିଷ୍ଟ୍ରେଟ ଆଗରେ ରେକର୍ଡ କରାଯାଇଛି।”

ଏହି ମାମଲା ଓଡ଼ିଶାରେ ରାଜନୈତିକ ଓ ସାମାଜିକ ସ୍ତରରେ ତୀବ୍ର ବିବାଦ ସୃଷ୍ଟି କରିଛି। ବିଜେଡି ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ଏହି ଘଟଣାକୁ “ସମ୍ବେଦନଶୀଳ” ବୋଲି ବର୍ଣ୍ଣନା କରି ମାମଲାଟିକୁ ଦଳୀୟ ଶୃଙ୍ଖଳା କମିଟିକୁ ପଠାଯିବ ବୋଲି କହିଛନ୍ତି। ଏହାସହ ପୀଡ଼ିତା ନ୍ୟାୟ ନ ପାଇଲେ ଆତ୍ମଦାହ କରିବେ ବୋଲି ଧମକ ଦେଇଥିବାରୁ ମାମଲାଟି ଆହୁରି ଗୁରୁତର ହୋଇଛି।

ଅମରେଶଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଏବଂ POCSO ଆଇନର ଧାରା ୬ ଅନୁଯାୟୀ ଅଭିଯୋଗ ରୁଜୁ ହୋଇଛି। ଏହାସହ ଅମରେଶଙ୍କ ବଡ଼ ଭାଇ ସମରେଶ ଜେନାଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ପଦରୁ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri