ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ ନେତାଙ୍କ ଉପରେ କ୍ରମାଗତ ଭରସା କରି ଚାଲିଥିବା ଦେଖିବାକୁ ମିଳୁଛି। କେବଳ ୨୦୧୯ରେ ଏହି ପ୍ରୟୋଗ ସଫଳ ହୋଇଥିଲା। ଚଳିତ ନିର୍ବାଚନରେ ବିଜେଡି କୁଚିଣ୍ଡାରୁ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ କଂଗ୍ରେସର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ବିଜେଡିରେ ଯୋଗଦେବା ପରେ ଉପରଲିଖିତ ଚର୍ଚ୍ଚା ପୁଣି ଜୋର ଧରିଛି ।
ଦେଖିଲେ ୨୦୦୦ ମସିହା ପୁର୍ବରୁ ଏହି ସିଟ୍‌ କଂଗ୍ରେସର ଗଡ଼ ଭାବେ ପରିଗଣିତ ହେଉଥିଲା । ୨୦୦୦ରେ ବିଜେଡି-ଭାଜପା ମିଳିତ ଭାବେ ନିର୍ବାଚନ ଲଢ଼ିଥିବା ବେଳେ ଏହି ଆସନ ଭାଜପା ଅଧୀନରେ ରହିଥିଲା। ବିଜେଡି ସହଯୋଗରେ ଭାଜପା ପ୍ରାର୍ଥୀ ରବିନାରାୟଣ ନାଏକ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ ଭାଜପା ସହିତ ମେଣ୍ଟ ଭାଙ୍ଗିବା କାରଣରୁ ବିଜେଡି ପ୍ରଥମ ଥର କୁଚିଣ୍ଡା ବିଧାନସଭାରେ ନିଜର ପ୍ରାର୍ଥୀ ଦେଇଥିଲା । ସେତେବେଳ ବିଜେଡିର ସଙ୍ଗଠନ କୁଚିଣ୍ଡାରେ ଆଦୌ ମଜଭୁତ ନ ଥିବା ବେଳେ ଆମଦାନୀ ନେତାଙ୍କ ଉପରେ ବିଶ୍ୱାସ ରଖି ଭାଜପା ନେତା ତଥା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କୁ ଦଳ ଟିକେଟ ଦେଇ ପ୍ରାର୍ଥୀ କରିଥିଲା। ସେହି ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବା ଦ୍ୱାରା ଏହାର ଫାଇଦା କଂଗ୍ରେସକୁ ଯାଇଥିଲା। କଂଗ୍ରେସର ରାଜେନ୍ଦ୍ର ଛତ୍ରିଆ ଭାଜପାର ରବିନାରାୟଣ ନାଏକଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ପୁଣି ଆମଦାନୀ ନେତାଙ୍କୁ ସୁଯୋଗ ଦେଇଥିଲା। ଭାଜପାର ସମିତିସଭ୍ୟ ଭୁବନେଶ୍ୱର କିଷାନଙ୍କୁ ବିଜେଡି ସେତେବେଳେ ଟିକେଟ ଦେଇଥିଲା। ସେହି ନିର୍ବାଚନରେ ଭାଜପା ପ୍ରାର୍ଥୀ ରବିନାରାୟଣ ବିଜେଡିର ଭୁବନେଶ୍ୱରଙ୍କୁ ପରାଜିତ କରିଥିଲେ ।
ସେତେବେଳେ କୁଚିଣ୍ଡାରେ ବିଜେଡି ସଙ୍ଗଠନ ଦୁର୍ବଳ ରହିଥିବା ବେଳେ ହଠାତ୍‌ ଭାଜପାରୁ ଆସି ବିଜେଡିରେ ଭୁବନେଶ୍ୱର କିଷାନ ଦଳୀୟ ସଂଗଠନ ସଜାଡ଼ିବାକୁ ସୁଯୋଗ ପାଇପାରି ନ ଥିଲେ। ତେବେ ସେ ପାଞ୍ଚବର୍ଷ ଧରି ସଙ୍ଗଠନ କରି ୨୦୧୯ରେ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବେଳେ ଏହି ନିର୍ବାଚନରେ ବିଜେଡି ତା’ର ପୁରୁଣା ନୀତି ଦୋହରାଇଥିଲା। ଭାଜପାରୁ ଆମଦାନୀ ହୋଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ନାଏକଙ୍କୁ ବିଜେଡି ଟିକେଟ ଦେଇଥିଲା। ଫଳସ୍ବରୂପ, ବିଜେଡିର ବିଜୟ ହୋଇଥିଲା। କିଶୋର ବିଧାୟକ ହେବା ପରେ ଦଳୀୟ ସଙ୍ଗଠନ ମଜଭୁତ ହେବା ପରିବର୍ତ୍ତେ ଦଳର ପୁରୁଣା କର୍ମୀ ଓ ନେତାଙ୍କ ସହ ତାଙ୍କର ସମ୍ପର୍କ ସେତେଟା ମଧୁର ରହିପାରି ନ ଥିଲା । ପାଞ୍ଚ ବର୍ଷ ମଧ୍ୟରେ ବିଜେଡି ନେତାଙ୍କ ମଧ୍ୟରେ ନେତୃତ୍ୱ ନେବାକୁ ନେଇ ବଳ କଷାକଷି ଲାଗି ରହିଥିଲା। ଏହା ଭିତରେ ବିଜେଡିରେ କଂଗ୍ରେସରୁ ଆମଦାନୀ ହୋଇଥିବା ଶୋଭାରାମ ପଧାନଙ୍କୁ ଦଳ ସମ୍ବଲପୁର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦ ଦେବା ପରେ ସେ ବିଜେଡି ଟିକେଟ ପାଇଁ ଆଶାବାଦୀ ରହିଥିଲେ। ତାଙ୍କ ବ୍ୟତୀତ ଭୁବନେଶ୍ୱର କିଷାନ, ବାମରାରୁ ସଦାନନ୍ଦ କୁଜୁର ଏବଂ ସପ୍ତମ ଥର ଦଳ ପରିବର୍ତ୍ତନ କରି ପୁଣିଥରେ ବିଜେଡିରେ କିଛିଦିନ ପୂର୍ବରୁ ସାମିଲ ହୋଇଥିବା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଟିକେଟ ଦୌଡ଼ରେ ଅଛନ୍ତି। ବିଜେଡି ବାରମ୍ବାର ଆମଦାନୀ ହୋଇ ଆସିଥିବା ନେତାଙ୍କୁ କୁଚିଣ୍ଡାରୁ ଟିକେଟ ଦେଉଥିବାରୁ ଅନ୍ୟ ଦଳର ନେତାମାନେ ଟିକେଟ ଆଶାରେ ବିଜେଡିରେ ଯୋଗଦାନ କରିବା ଦ୍ୱାରା ଏବେ ବିଜେଡି ନେତାଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀ ବାଛିବା କଷ୍ଟକର ହୋଇପଡିଛି।
ଦଳର ବିଧାୟକ ରହିଥିବା ସତ୍ତ୍ୱେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି । ଇତିମଧ୍ୟରେ କୁଚିଣ୍ଡାର ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରିଆ ବିଜେଡିରେ ଯୋଗଦେବା ପରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ରାଜେନ୍ଦ୍ର କିଛିଦିନ ହେବ ବିଜେଡି ନେତାଙ୍କ ଯୋଗାଯୋଗରେ ରହିଥିବା ବେଳେ ଟିକେଟ ପ୍ରତିଶ୍ରୁତି ପାଇ ଦଳରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି ।
କୁଚିଣ୍ଡାରେ ବିଜେଡି ସବୁବେଳେ ଆମଦାନୀ ନେତାଙ୍କ ଉପରେ ଭରସା କରୁଥିବାରୁ ରାଜେନ୍ଦ୍ର ଟିକେଟ ପାଇବା ଅସମ୍ଭବ ଲାଗୁନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri