ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ ରାଜନୈତିକ କ୍ୟାରିୟର ଆରମ୍ଭ କରିବା ସହ ଟିକେଟ ଦୌଡ଼ରେ ରହିଛନ୍ତି। କୁହାଗଲାଣି ବିଜେଡି ଏଠାରେ ଭାଗ ଭାଗ ହୋଇଥିବାରୁ ତାହା କଂଗ୍ରେସ ଓ ଭାଜପାକୁ ଫାଇଦା ଦେଇପାରେ।
୨୦୧୪ରୁ ୨୦୧୯ ମଧ୍ୟରେ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅନେକ ଆପରାଧିକ କାର୍ଯ୍ୟକଳାପ ତଥା ଦୁର୍ନୀତି ଅଭିଯୋଗ ଚର୍ଚ୍ଚା ପରିସରକୁ ଆସିଥିଲା। ବହୁଚର୍ଚ୍ଚିତ ଟିଟୋ ଲିଙ୍କ୍‌, ଚଣ୍ଡିଖୋଲ ପରିବହନ ବିଭାଗରେ ଭୂତଗାଡ଼ି ମାମଲା, ଜଳ ସମ୍ପଦ ବିଭାଗରେ ଦୁର୍ନୀତି ଓ ଅନୁଦାନ ହରିଲୁଟ ଆଦି ଅଭିଯୋଗରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସମାଲୋଚିତ ହୋଇଥିଲେ। ଏହାବାଦ୍‌ ବଡ଼ଚଣାକୁ ସବ୍‌ଡିଭିଜନ ମାନ୍ୟତା ଦାବି, ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, କୋଣାର୍କ ଝୋଟକଳ ବନ୍ଦ ଆଦି ପ୍ରସଙ୍ଗ ଭୋଟରଙ୍କୁ ଆନ୍ଦୋଳିତ କରିଥିଲା। ଏଥିଯୋଗୁ ୨୦୧୯ ନିର୍ବାଚନରେ ବଡ଼ଚଣାରେ ବିଜେଡି ସେଭଳି ଉତ୍ତମ ପ୍ରଦର୍ଶନ କରିପାରି ନ ଥିଲା। ବିଜେଡିରୁ ଅମର ପ୍ରସାଦ ଶତପଥୀ ମାତ୍ର ୧,୪୮୫ ଭୋଟ ବ୍ୟବଧାନରେ ଭାଜପାର ଅମର ନାୟକଙ୍କଠାରୁ ବିଜୟୀ ହୋଇ ପାରିଥିଲେ। ଅମର ୬୪, ୦୮୪(୪୬.୬୪%) ଏବଂ ଭାଜପାର ଅମର ନାୟକ ୬୨,୫୯୯(୪୫.୫୫%) ଭୋଟ ପାଇଥିଲେ। ପରବର୍ତ୍ତୀ ସମୟରେ ଅମର ଶତପଥୀ ବିଜେଡିର ସାଙ୍ଗଠନିକ ସ୍ଥିତିରେ ସୁଧାର ଆଣିବା ସହ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେଥିଯୋଗୁ ୨୦୨୨ ଜିଲା ପରିଷଦ ନିର୍ବାଚନରେ ବିଜେଡି ୪୬.୬୪%ରୁ ୫୫% ଭୋଟ ପାଇବାକୁ ସକ୍ଷମ ହୋଇପାରିଥିଲା। କିନ୍ତୁ ଗତ ପ୍ରାୟ ୪ ମାସ ହେବ ଏହି ନିର୍ବାଚନମଣ୍ଡଳୀର ୩ ଜଣ ଜିଲା ପରିଷଦ ସଦସ୍ୟ ଅମର ଶତପଥୀଙ୍କ ବିରୋଧରେ ସ୍ବର ଉଠାଇଛନ୍ତି। ଏପରି କି ତାଙ୍କୁ ବିରୋଧ କରି ମାସକ ତଳେ ଏକ ବୈଠକର ମଧ୍ୟ ଆୟୋଜନ କରିଛନ୍ତି। ଆଗଧାଡ଼ିର କେତେକ କର୍ମୀ ଓ ନେତାଙ୍କ ଏଭଳି ବିଷୋଦ୍‌ଗାର ଯୋଗୁ ବିଧାୟକ ଅମରଙ୍କୁ ଟିକେଟ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ହେଲେ ଏହା ତାଙ୍କ ବିରୋଧୀଙ୍କ ଚକ୍ରାନ୍ତ ବୋଲି ଅମର ଶତପଥୀଙ୍କ ସମର୍ଥକମାନେ କହୁଛନ୍ତି। ଏଠାରେ ବିଜେଡି ଟିକେଟ ଦେବାରେ ବିଳମ୍ବ କରିଛି। ପୁଣି ରାଜନାରାୟଣଙ୍କ ବିଜେଡିରେ ଯୋଗଦାନ ସ୍ଥିତିକୁ ଅଡ଼ୁଆ ଆଡ଼କୁ ଟାଣି ନେଇଛି।
୨୦୧୪ରୁ ବଡ଼ଚଣା କଂଗ୍ରେସ ରାଜନୀତିରେ ପାଦ ଥାପିଥିବା ରାଜନାରାୟଣ ଏଯାଏ ସେତେଟା ସଫଳ ହୋଇପାରିନାହାନ୍ତି। ତାଙ୍କ ନେତୃତ୍ୱରେ ଗତ ଜିଲା ପରିଷଦ ନିର୍ବାଚନରେ କଂଗ୍ରେସ ଏଠାରୁ ମାତ୍ର ୧୧% ଭୋଟ ପାଇଥିଲା। ଅନ୍ୟପକ୍ଷେ ଭାଜପା ୩୩% ଭୋଟ ପାଇବାକୁ ସକ୍ଷମ ହୋଇଥିଲା। ତେଣୁ ରାଜନାରାୟଣଙ୍କ ସାଙ୍ଗଠନିକ ଦକ୍ଷତା ନେଇ ବିଜେଡି ନେତୃବର୍ଗ ତାଙ୍କ ଉପରେ ଭରସା କରିବେ କି ନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠିଛି। ଏହାବାଦ୍‌ ଅମର ଶତପଥୀଙ୍କ ପୁଅ ଅଦ୍ୱିତୀୟ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। ଏହି ପରିସ୍ଥିତିରେ ରାଜନାରାୟଣଙ୍କୁ ଯଦି ଟିକେଟ ମିଳେ, ତେବେ ବିଧାୟକ ଅମର ସହଯୋଗ କରିବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ରାଜନାରାୟଣ ବିଜେଡିରେ ଯୋଗ ଦେଇଥିବାରୁ କଂଗ୍ରେସ ଟିକେଟ ଲବିରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଜୟ ସାମଲ ଏବଂ ଗୁରୁବାର ବିଜେଡିରୁ କଂଗ୍ରେସ ଯାଇଥିବା ମନୋରମା ଆଚାର୍ଯ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରୁ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ଅଶାୟୀ ଅନାଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri