୩୬ ନମ୍ବର ଜୋନ ଦଖଲ କଲା ବିଜେଡି

ପୁରୁଷୋତ୍ତମପୁର,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ୩୬ ଜୋନ ଅଧୀନରେ ଥିବା ୧୦ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଜିଲା ବିଜେଡିର ଜିଲା ପରିଷଦ ପ୍ରାର୍ଥୀ ଭଜମନ ବେହେରା ୧୭ ୮୫୮ ଭୋଟ ପାଇଥିବା ବେଳେ ଭାଜପାର ରାଜକୁମାରୀ ବେହେରା ୬୭୦୦ ଭୋଟ ପାଇଛନ୍ତି। କଂଗ୍ରେସର ଭଗବାନ ବେହେରାଙ୍କୁ ୯୮୯ ଖଣ୍ଡ ଭୋଟ ମିଳିଛି। ଫଳରେ ବିଜେଡିର ଭଜମନ ବେହେରା ୧୧,୧୫୮ଭୋଟରେ ବିଜୟୀ ହୋଇଛନ୍ତି।

ସେହିପରି ପ୍ରତାପୁର ପଞ୍ଚାୟତର ସରପଞ୍ଚ ଦାସ ବେହେରା, ସମିତି ସଭ୍ୟ ଶୁଷମା ପାତ୍ର, ଆଛୁଲି ପଞ୍ଚାୟତର ସରପଞ୍ଚ ସୁଧାକର ଗୌଡ, ସମିତି ସଭ୍ୟ ବିନୋଦିନୀ ପଣ୍ଡା(ନିଦ୍ବନ୍ଦ), ହାଣ୍ଡିଘର ସରପଞ୍ଚ ସଙ୍ଗିତା ମହାପାତ୍ର, ସମିତି ସଭ୍ୟ ପିଙ୍କି ବେହେରା, ଚିଙ୍ଗୁଡି ଘାଇ ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା, ସମିତି ସଭ୍ୟ ରଶ୍ମୀରାଣି ପ୍ରଧାନ( ନିଦର୍‌ବନ୍ଦ), ବଡବରଗାଁ ପଞ୍ଚାୟତ ସରପଞ୍ଚ ଏନ୍‌ ଭାସ୍କର ଦୋରା, ସମିତି ସଭ୍ୟ ଜି ବିଷ୍ଣୁ ଦୋରା, ଅରଖପୁର ସରପଞ୍ଚ ରଶ୍ମୀତା ସେଠୀ, ସମିତି ସଭ୍ୟ ମିନତି ବେହେରା, କେଏନ ପୁର ସରପଞ୍ଚ ରାଜଲକ୍ଷ୍ମୀ ବେହେରା, ସମିତି ସଭ୍ୟ ଶାରଳା ବେହେରା, ଭୂତସରସିଙ୍ଗି ସରପଞ୍ଚ ମନୋଜ ଦାଶ, ସମିତି ସଭ୍ୟ ମମତା ଦଳେଇ, ସମା ସରପଞ୍ଚ ମମତା କୁମାରୀ ସେଠୀ, ସମିତି ସଭ୍ୟ ରିଙ୍କି ବେହେରା, ଶିକୁଳା ସରପଞ୍ଚ ପ୍ରଞ୍ଗାନ କୁମାରୀ ବେହେରା, ସମିତି ସଭ୍ୟ କୁମୁଦ ଚନ୍ଦ୍ର ବେହେରା ନିର୍ବାଚିତ ହୋଇଛନ୍ତି। ଏହାସହ ୱାର୍ଡ ସଭ୍ୟ ଫଳାଫଳ ଘୋଷଣା ହୋଇଛି।

ଗଞ୍ଜାମ ଏସ୍‌ପି ବ୍ରିଜେସ କୁମାର ରାୟ ଭୋଟ ଗଣତି କେନ୍ଦ୍ର ବୁଲି କାର୍ଯ୍ୟର ତଦାରଖ କରିଥିଲେ। ନିର୍ବାଚନ ଅଧିକାରୀ ବିଡିଓ ବିଜୟ କୁମାର ବେହେରା ଗଣତି କାର୍ଯ୍ୟର ପରିଚାଳନା କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ନିତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଇନ୍ସପେକ୍ଟର ମମତା ସାମନ୍ତରାୟ ପ୍ରମୁଖ ନିର୍ବାଚନ ଦାୟିତ୍ୱ ନିର୍ବାହ କରିଥିଲେ।