ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ଭାଜପା ରାଜନୀତି ତେଜିଲା

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ନେଇ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଭର୍ତ୍ତୃହରି ମହତାବଙ୍କ ଅଭିଜ୍ଞତା କଥା କହି ବିଜେଡିକୁ ଟାର୍ଗେଟ କରିଛି ଭାଜପା। ଏହାକୁ ବିଜେଡି ମଧ୍ୟ ପ୍ରସଙ୍ଗ କରି ଭାଜପା ଉପରେ ବର୍ଷିଛି। ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ଭାଜପା ମଧ୍ୟରେ ଏକ ପ୍ରକାର ରାଜନୀତି ତେଜିବାରେ ଲାଗିଛି।
କଟକର ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ। ଏହି ଅବସରରେ ଧର୍ମେନ୍ଦ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଭର୍ତ୍ତୃହରିଙ୍କୁ ଦଳ କାହିଁକି ଗୁରୁତ୍ୱ ଦେଉନାହିଁ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି। ସମ୍ବିଧାନ ଦିବସ ପାଳନ ପଛରେ ଭର୍ତ୍ତୃହରିଙ୍କ ପ୍ରମୁଖ ଭୂମିକା ରହିଛି ା କିନ୍ତୁ ବିଜେଡି ତାଙ୍କ ଦଳର ବରିଷ୍ଠ ଏମ୍‌ପିଙ୍କୁ ଗୁରୁତ୍ୱ ଦେଉନାହିଁ ା ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍‌ କରି କେନ୍ଦ୍ରମନ୍ତ୍ରୀଙ୍କୁ ପଲଟା ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ପ୍ରଣବ ତାଙ୍କ ଟୁଇଟ୍‌ରେ ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି କହିଛନ୍ତି, ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ ଆପଣ ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଷୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିଭଳି ସହଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଏବଂ ଭାଜପା ପାଇଁ ସମର୍ପିତ ବୋଲି ପ୍ରଣବ କହିଛନ୍ତି। ପ୍ରଣବଙ୍କ ଏଭଳି ଟୁଇଟ୍‌ ପରେ ଭାଜପା ପୁଣି ବିଜେଡି ଆଡକୁ ସମାଲୋଚନା କରି ନିଜର ମନ୍ତବ୍ୟ ରଖିଛି। ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି, ଏଭଳି ନିରାଟ ସତ୍ୟ କଥାକୁ ଧର୍ମେନ୍ଦ୍ର ପ୍ରଧାନ କହିଥିବାରୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଟିକିଏ ବିବ୍ରତ ହୋଇପଡିଛନ୍ତି। ବବି ବାବୁଙ୍କ ପାଠ କମ୍‌, ବସ୍ତାନି ବଡ ା ଓଡିଶା ଏବଂ ରାଜ୍ୟ ମହାପୁରୁଷଙ୍କ ସମ୍ପର୍କରେ ତାଙ୍କର ଜ୍ଞାନ ଗରିମା କମ୍‌ ଅଛି ା ଯେଉଁମାନେ ଜାତି ଓ ଦେଶ ପାଇଁ କାମ କରିଛନ୍ତି, ତାଙ୍କୁ ସମ୍ମାାନ କଲେ ପ୍ରଣବଙ୍କୁ କଷ୍ଟ ଲାଗୁଛି ା ଏଭଳି ମନ୍ତବ୍ୟ ଦେଇ ସେ ତାଙ୍କର ଏବଂ ଦଳର ଗରିମା ନଷ୍ଟ କରିଛନ୍ତି ା ଓଡିଶାର ମହାପୁରୁଷଙ୍କୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଧର୍ମେନ୍ଦ୍ର ଅହରହ ପ୍ରଚେଷ୍ଟା ଚଲାଇଛନ୍ତି। କିନ୍ତୁ ବିଜେଡି ଓଡିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଚିନ୍ତା କରୁନାହାନ୍ତି ବୋଲି କାଳନ୍ଦୀ କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ୍‌ କରି ପ୍ରଣବଙ୍କୁ ଟାର୍ଗେଟ କରି କହିଛନ୍ତି, ଭର୍ତ୍ତୃହରିଙ୍କ ନାଁ ଶୁଣି ଆପଣ ଏତେ ଅସହିଷ୍ଣୁ କାହିଁକି ହେଉଛନ୍ତି। ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟାରେ ନଭେମ୍ବର ୨୬କୁ ସମଗ୍ର ଦେଶ ସମ୍ବିଧାନ ଦିବସ ଭାବେ ପାଳନ କରୁଛି। ତାଙ୍କ ଯୋଗଦାନକୁ ଦଳମତ ନିର୍ବିଶେଷରେ ପ୍ରଶଂସା କରାଯାଉଛି। ଏହାଛଡା ଓ଼ଡିଆ ଲୋକ ଏବଂ ବିଜେଡି ନେତା। ଆପଣ ଖୁସି ହେବା ପରିବର୍ତ୍ତେ କାହିଁକି ରାଗିଯାଉଛନ୍ତି ବୋଲି ସମ୍ବିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri