ବିଜେଡି-ଭାଜପା ମୁଖ୍ୟ ଲଢ଼େଇ

ଢେଙ୍କାନାଳ ଅଫିସ, ୩୦ା୧: ଜୋର୍‌ ଧରିଲାଣି ପ୍ରଚାର। ଗ୍ରାମାଞ୍ଚଳରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା। ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଘରମୁହଁା ହୋଇଥିବାବେଳେ ସୋସିଆଲ ମିଡିଆରେ ଚାଲିଛି ନୀତିଆଦର୍ଶର ଲଢ଼େଇ। ଫେବୃୟାରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସରଗରମ ହୋଇଉଠିଲାଣି ଢେଙ୍କାନାଳ ଜିଲାର ହିନ୍ଦୋଳ ବ୍ଲକ। ବିଜେଡି ଗଡ଼ ଭାବେ ପରିଚିତ ଏହି ବ୍ଲକରେ ଗତ ନିର୍ବାଚନରେ ଶାସକ ଦଳ ୩ଟି ଜୋନ୍‌ ଅକ୍ତିଆର କରିଥିବାବେଳେ ଗୋଟିଏ ଦଖଲ କରିଥିଲା ଭାଜପା। ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଜୋନ୍‌-୨ର ବିଜୟୀ ବିଜେଡି ପ୍ରାର୍ଥୀ ମିନତି ନାୟକ ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ବିଜେଡି-ଭାଜପା ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଫେବୃୟାରୀ ୧୬ରୁ ଆରମ୍ଭ ହେଉଛି ପଞ୍ଚାୟତ ନିର୍ବାଚନ ମହାପର୍ବ। ଢେଙ୍କାନାଳ ଜିଲାର ହିନ୍ଦୋଳ ଏବଂ ଗଁଦିଆରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଜୋର୍‌ ଧରିଛି ନିର୍ବାଚନୀ ତାତି। ହିନ୍ଦୋଳ ବ୍ଲକର ୪ ଜିଲା ପରିଷଦ ଜୋନ୍‌ରେ ସମୁଦାୟ ୧ଲକ୍ଷ ୩୨ ହଜାର ୩୦୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଗାଲପଡା, କଡଲା, କନ୍ତାମିଲି, ଗୁଳେହି, ପାଇକ ପୁରୁଣାକୋଟ, ପାଟଲା, ମାହାଲୁଣ୍ଡା, ସଞ୍ଜପଡ଼ା ଏବଂ ନୂଆଗଁା ପଞ୍ଚାୟତକୁ ନେଇ ଗଠିତ ଜୋନ୍‌-୧ରେ ମୋଟ ଭୋଟର ସଂଖ୍ୟା ୩୧ ହଜାର ୭୨୪। ୨୦୧୭ ନିର୍ବାଚନରେ ଏହି ଜୋନ୍‌ରୁ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେହିପରି ଜୋନ୍‌-୨ରେ ୨୬ ହଜାର ୩୧୬ ଭୋଟର ଅଛନ୍ତି। କନ୍ତାମିଲା, କଂସରା, ଦୁଦୁରକୋଟ, ନୂଆବଗ, ବାଉଁଶପୋଖରୀ, ହାତୁରା ପଞ୍ଚାୟତ ଏଥିରେ ଅନ୍ତର୍ଭୁକ୍ତ। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରାର୍ଥତ୍ନୀ ମିନତି ନାୟକ ଏହି ଜୋନ୍‌ରୁ ଜିତି ଜିଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ। କାରନ୍ଦା, ଗିରିଧର ପ୍ରସାଦ, ଚିତ୍ତଲପୁର, ବମ୍ପା, ବାବନ୍ଧ, ରଞ୍ଜାଗୋଳ, ଠୋକର, କୁକୁଟା, ଅସରଡା, କୁଟୁଣିଆ ପଞ୍ଚାୟତକୁ ନେଇ ଗଠିତ ଜୋନ୍‌-୩ର ମୋଟ ଭୋଟର ସଂଖ୍ୟା ୩୮ ହଜାର ୪୫୩ ଥିବାବେଳେ ୨୦୧୭ରେ ଏହାକୁ ହାତେଇଥିଲା ଶାସକ ଦଳ। ସେହିପରି ଜୋନ୍‌-୪ରେ ମୋଟ ୩୫ ହଜାର ୮୧୧ ଭୋଟର ଅଛନ୍ତି। କୁନୁଆ, ଖଲିବୋରେଇ, ଗଣ୍ଡାନାଳି, ଝାରଦା, ଦଣ୍ଡିରି, ନବକିଶୋରପୁର, ମାଧପୁର, ରାସୋଳ, କଳିଙ୍ଗା, ବୁହାଳିପାଳ ଏହି ଜୋନ୍‌ରେ ଆସୁଛି। ୨୦୧୭ ନିର୍ବାଚନରେ ଏହି ଜୋନ୍‌କୁ ବିଜେଡି ହାତେଇଥିଲା।
ଚଳିତ ନିର୍ବାଚନରେ ହିନ୍ଦୋଳ ବ୍ଲକର ୪ ଜୋନ୍‌ର ଫଳାଫଳ ଉଭୟ ବିଜେଡି ଏବଂ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଗତ ପଞ୍ଚାୟତ ଭୋଟରେ କଂଗ୍ରେସ ବହୁ ପଛରେ ପଡ଼ିଯାଇଥିଲା। ହେଲେ ଗତ ୫ବର୍ଷରେ ଅନେକ ସମୀକରଣ ବଦଳିଛି। ଶାସକ ବିଜେଡି ଏବଂ ଭାଜପା ସରକାରର ତ୍ରୁଟିବିଚ୍ୟୁତି ନେଇ ଦଳୀୟ ପ୍ରାର୍ଥୀମାନେ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅପରପକ୍ଷେ କରୋନା କଟକଣା ଯୋଗୁ ସୀମିତ ସଂଖ୍ୟକ ସମର୍ଥକଙ୍କୁ ନେଇ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ଭିକ୍ଷା ଆରମ୍ଭ କରିସାରିଥିବାବେଳେ ଡିଜିଟାଲ ପ୍ରଚାର ମଧ୍ୟ ଜୋର୍‌ ଧରିଛି। ୩୫ ପଞ୍ଚାୟତରେ ଛିଡ଼ା ହୋଇଥିବା ସରପଞ୍ଚ, ସମିତିସଭ୍ୟ ଏବଂ ଓ୍ବାର୍ଡମେମ୍ବର ପ୍ରାର୍ଥୀମାନେ ଘନ ଘନ ବୈଠକ କରି ପ୍ରଚାରରେ ମାତିଛନ୍ତି। ଏହାକୁ ନେଇ ବ୍ଲକ ରାଜନୈତିକ ବାତାବରଣ ଉଷ୍ମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri