ବିଜେଡି-ଭାଜପା ମୁଖ୍ୟ ଲଢ଼େଇ

ଢେଙ୍କାନାଳ ଅଫିସ, ୩୦ା୧: ଜୋର୍‌ ଧରିଲାଣି ପ୍ରଚାର। ଗ୍ରାମାଞ୍ଚଳରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା। ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଘରମୁହଁା ହୋଇଥିବାବେଳେ ସୋସିଆଲ ମିଡିଆରେ ଚାଲିଛି ନୀତିଆଦର୍ଶର ଲଢ଼େଇ। ଫେବୃୟାରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସରଗରମ ହୋଇଉଠିଲାଣି ଢେଙ୍କାନାଳ ଜିଲାର ହିନ୍ଦୋଳ ବ୍ଲକ। ବିଜେଡି ଗଡ଼ ଭାବେ ପରିଚିତ ଏହି ବ୍ଲକରେ ଗତ ନିର୍ବାଚନରେ ଶାସକ ଦଳ ୩ଟି ଜୋନ୍‌ ଅକ୍ତିଆର କରିଥିବାବେଳେ ଗୋଟିଏ ଦଖଲ କରିଥିଲା ଭାଜପା। ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଜୋନ୍‌-୨ର ବିଜୟୀ ବିଜେଡି ପ୍ରାର୍ଥୀ ମିନତି ନାୟକ ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ବିଜେଡି-ଭାଜପା ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଫେବୃୟାରୀ ୧୬ରୁ ଆରମ୍ଭ ହେଉଛି ପଞ୍ଚାୟତ ନିର୍ବାଚନ ମହାପର୍ବ। ଢେଙ୍କାନାଳ ଜିଲାର ହିନ୍ଦୋଳ ଏବଂ ଗଁଦିଆରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଜୋର୍‌ ଧରିଛି ନିର୍ବାଚନୀ ତାତି। ହିନ୍ଦୋଳ ବ୍ଲକର ୪ ଜିଲା ପରିଷଦ ଜୋନ୍‌ରେ ସମୁଦାୟ ୧ଲକ୍ଷ ୩୨ ହଜାର ୩୦୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଗାଲପଡା, କଡଲା, କନ୍ତାମିଲି, ଗୁଳେହି, ପାଇକ ପୁରୁଣାକୋଟ, ପାଟଲା, ମାହାଲୁଣ୍ଡା, ସଞ୍ଜପଡ଼ା ଏବଂ ନୂଆଗଁା ପଞ୍ଚାୟତକୁ ନେଇ ଗଠିତ ଜୋନ୍‌-୧ରେ ମୋଟ ଭୋଟର ସଂଖ୍ୟା ୩୧ ହଜାର ୭୨୪। ୨୦୧୭ ନିର୍ବାଚନରେ ଏହି ଜୋନ୍‌ରୁ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେହିପରି ଜୋନ୍‌-୨ରେ ୨୬ ହଜାର ୩୧୬ ଭୋଟର ଅଛନ୍ତି। କନ୍ତାମିଲା, କଂସରା, ଦୁଦୁରକୋଟ, ନୂଆବଗ, ବାଉଁଶପୋଖରୀ, ହାତୁରା ପଞ୍ଚାୟତ ଏଥିରେ ଅନ୍ତର୍ଭୁକ୍ତ। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରାର୍ଥତ୍ନୀ ମିନତି ନାୟକ ଏହି ଜୋନ୍‌ରୁ ଜିତି ଜିଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ। କାରନ୍ଦା, ଗିରିଧର ପ୍ରସାଦ, ଚିତ୍ତଲପୁର, ବମ୍ପା, ବାବନ୍ଧ, ରଞ୍ଜାଗୋଳ, ଠୋକର, କୁକୁଟା, ଅସରଡା, କୁଟୁଣିଆ ପଞ୍ଚାୟତକୁ ନେଇ ଗଠିତ ଜୋନ୍‌-୩ର ମୋଟ ଭୋଟର ସଂଖ୍ୟା ୩୮ ହଜାର ୪୫୩ ଥିବାବେଳେ ୨୦୧୭ରେ ଏହାକୁ ହାତେଇଥିଲା ଶାସକ ଦଳ। ସେହିପରି ଜୋନ୍‌-୪ରେ ମୋଟ ୩୫ ହଜାର ୮୧୧ ଭୋଟର ଅଛନ୍ତି। କୁନୁଆ, ଖଲିବୋରେଇ, ଗଣ୍ଡାନାଳି, ଝାରଦା, ଦଣ୍ଡିରି, ନବକିଶୋରପୁର, ମାଧପୁର, ରାସୋଳ, କଳିଙ୍ଗା, ବୁହାଳିପାଳ ଏହି ଜୋନ୍‌ରେ ଆସୁଛି। ୨୦୧୭ ନିର୍ବାଚନରେ ଏହି ଜୋନ୍‌କୁ ବିଜେଡି ହାତେଇଥିଲା।
ଚଳିତ ନିର୍ବାଚନରେ ହିନ୍ଦୋଳ ବ୍ଲକର ୪ ଜୋନ୍‌ର ଫଳାଫଳ ଉଭୟ ବିଜେଡି ଏବଂ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଗତ ପଞ୍ଚାୟତ ଭୋଟରେ କଂଗ୍ରେସ ବହୁ ପଛରେ ପଡ଼ିଯାଇଥିଲା। ହେଲେ ଗତ ୫ବର୍ଷରେ ଅନେକ ସମୀକରଣ ବଦଳିଛି। ଶାସକ ବିଜେଡି ଏବଂ ଭାଜପା ସରକାରର ତ୍ରୁଟିବିଚ୍ୟୁତି ନେଇ ଦଳୀୟ ପ୍ରାର୍ଥୀମାନେ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅପରପକ୍ଷେ କରୋନା କଟକଣା ଯୋଗୁ ସୀମିତ ସଂଖ୍ୟକ ସମର୍ଥକଙ୍କୁ ନେଇ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ଭିକ୍ଷା ଆରମ୍ଭ କରିସାରିଥିବାବେଳେ ଡିଜିଟାଲ ପ୍ରଚାର ମଧ୍ୟ ଜୋର୍‌ ଧରିଛି। ୩୫ ପଞ୍ଚାୟତରେ ଛିଡ଼ା ହୋଇଥିବା ସରପଞ୍ଚ, ସମିତିସଭ୍ୟ ଏବଂ ଓ୍ବାର୍ଡମେମ୍ବର ପ୍ରାର୍ଥୀମାନେ ଘନ ଘନ ବୈଠକ କରି ପ୍ରଚାରରେ ମାତିଛନ୍ତି। ଏହାକୁ ନେଇ ବ୍ଲକ ରାଜନୈତିକ ବାତାବରଣ ଉଷ୍ମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପୁଛି ପ୍ରଚାର ମଇଦାନ

ଢେଙ୍କାନାଳ ଅଫିସ, ୧୪ା୨: ଜୋର୍‌ ଧରିଛି ପ୍ରଚାର। କମ୍ପୁଛି ମଇଦାନ। ଚାଲିଛି ଆରୋପ-ପ୍ରତ୍ୟାରୋପ। ଏସବୁ ଭିତରେ ବିକାଶର ସ୍ବପ୍ନ ଦେଖାଇ ଭୋଟରଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ।...

ଫେରୁଛି ମହିଳା ଖୋ ଖୋ ଚମକ

ଭୁବନ, ୧୯।୧୧(ଡି.ଏନ୍‌.ଏ.):  ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପରେ ଲୋକାଦୃତି ହାସଲ କରିଛି ହକି, ଫୁଟ୍‌ବଲ ଭଳି ଲୋକପ୍ରିୟ କ୍ରୀଡ଼ା। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ଆଉଟ୍‌ଡୋର...

ବହିରାଗତଙ୍କୁ ଗଁ। ମନା

ଢେଙ୍କାନାଳ ଅଫିସ, ୨୯।୩ – ଦିନକୁ ଦିନ ଅଧିକ ଭୟାବହ ହେଉଛି କରୋନା। ସଂକ୍ରମଣରେ ମୃତକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ...

ଚର୍ଚ୍ଚାରେ ସୌମ୍ୟବ୍ରତଙ୍କ ପେନ୍‌ସିଲ୍‌ ଆର୍ଟ

ଢେଙ୍କାନାଳ ଅଫିସ, ୧୪।୧୦ – କେଉଁଠି ରାମାୟଣର ଚରିତ୍ର ତ ଆଉ କେଉଁଠି ଦେବଦେବୀଙ୍କ ପ୍ରତିକୃତି। ବଲିଉଡ୍‌ଠାରୁ ଆରମ୍ଭ କରି ଟଲିଉଡ୍‌। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କଠୁ...

ଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁଥିଲା ବିଜେଡି: ଅଭିଯୋଗ ଆଣିଲା ଭାଜପା

ପାଟଣା,୨୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ୨୯ ନମ୍ବର ଜୋନ୍‌ ତେଣ୍ଡେରା ପଞ୍ଚାୟତ ଭାଣ୍ଡାରୀ ବିଲା ଓ ଖିଲାରୀ ପାଟ ଗାଁରେ ବୁଧବାର ରାତିରୁ ବଡ଼ବିଲରୁ...

ପୂର୍ତ୍ତ ବିଭାଗ ରାସ୍ତାରେ ଏନ୍‌ଟିପିସି ପ୍ରକଳ୍ପ ପାଉଁଶ ପାଣି

କଣିହଁା, ୭।୧୦(ଡି.ଏନ.ଏ.)-କଣିହଁା ବ୍ଲକ ଅଞ୍ଚଳରେ ୨ଦିନ ହେଲା ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶପାଣି ପ୍ରବାହିତ ହୋଇ ମାଡୁଆ...

ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ

ଢେଙ୍କାନାଳ ଅଫିସ,୨୧।୯: ଢେଙ୍କାନାଳ ଜିଲା ସଦର ଥାନା କଙ୍କଡାହାଡ ଗ୍ରାମ ଛକରେ ବୁଧବାର ସକାଳେ ଏକ ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ କରାଯାଇଛି। ଭ୍ୟାନ୍‌ରେ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ଅଭିଯୋଗ ଆଣିଲେ ବାପା

ଚଣ୍ଡିଖୋଲ,୧୨ା୬(ଡି.ଏନ.ଏ.)- ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ରମାକାନ୍ତ ପ୍ରଧାନ(୩୭)ଙ୍କର ମୃତ୍ୟୁ ମଙ୍ଗଳବାର ଢେଙ୍କାନାଳ ଜିଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ମୃତ୍ୟୁ ହୋଇଛି।...

Advertisement
Archives

Model This Week