ମମତା ମହାନ୍ତଙ୍କୁ ନେଇ ବିଜେଡି-ଭାଜପାରେ କଥା କଟାକଟି

ଭୁବନେଶ୍ୱର,୪।୮(ଅନିଲ ଦାସ): ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ମୋରଡ଼ାର ପୂର୍ବତନ ବିଧାୟକ ରାଜକିଶୋର ଦାସ କହିଛନ୍ତି, ମମତା ମହାନ୍ତ ସେମିତି ବଡ଼ ବ୍ୟକ୍ତିତ୍ୱର ଅଧିକାରୀ ନୁହଁନ୍ତି। ନା ସେ ତାଙ୍କ ସମ୍ପ୍ରଦାୟ ପାଇଁ ନା ଦଳ ପାଇଁ କାମ କଲେ। ୨୦୨୪ ନିର୍ବାଚନ ସମୟରେ ତାଙ୍କ କାର୍ଯ୍ୟକଳାପ ଠିକ୍‌ ନଥିଲା। ଯେଉଁଥିପାଇଁ ଦଳ ତାଙ୍କୁ ଦାୟିତ୍ୱ ଦେଇନଥିଲା। ଭାଜପାର ରାଜ୍ୟସଭାରେ ସଂଖ୍ୟା କମ୍‌। ସେଥିପାଇଁ ଭାଜପା ସବୁ କ୍ଷମତାକୁ ପ୍ରୟୋଗ କରି ଜଣକ ପରେ ଜଣଙ୍କୁ ନେବା ପାଇଁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।
ପକ୍ଷରେ ଭାଜପା ବିଧାୟକ ସରୋଜ ପାଢୀ କହିଛନ୍ତି, ମମତା ଦଳରେ ମିଶିବା ନେଇ କୌଣସି ଡିଲ୍‌ ହୋଇନି। ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରୀ ଭିତରେ ଅଛନ୍ତି। ଅମ୍ଳଜାନ ମିଳୁନି, ଅଣନିଶ୍ବାସୀ ହୋଇଗଲେଣି। ନିଶ୍ବାସ ନେବାକୁ ସେମାନେ ବନ୍ଦ କୋଠରୀ ବାହାରକୁ ଆସୁଛନ୍ତି। ଯେତେବେଳେ ନେତାମାନେ ଅନୁଭବ କରୁଛନ୍ତି ଯେ ବିଜେଡିରେ ତାଙ୍କର ଆଉ ଭବିଷ୍ୟତ ନାହିଁ, ସେମାନେ ବାହାରକୁ ଆସୁଛନ୍ତି ଏବଂ ଅନ୍ୟର ଆଶ୍ରା ନେଉଛନ୍ତି। ଯଦି ମମତା ମହାନ୍ତ ଲୋକପ୍ରିୟ ନୁହଁନ୍ତି, ତେବେ ତାଙ୍କ ଯିବାପରେ ଶୁକ୍ରବାର ବିଜେଡି ସଭାପତି କାହିଁକି ମୟୂରଭଞ୍ଜ ନେତାଙ୍କୁ ଡାକି ବୈଠକ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଗଞ୍ଜାମରେ ବି ତାଙ୍କର ଅବସ୍ଥା ଭଲ ନାହିଁ। ଆଗକୁ ବିସ୍ଫୋରଣ ହେବ ବୋଲି ସରୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri