ପେଟରେ ଅଧା, ପାଟିରେ ଅଧା

ଭୁବନେଶ୍ୱର, ୧୧।୩:(ସୁନିତ୍‌ ମିଶ୍ର) ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଉଛନ୍ତି। ସେଠାରୁ ଫେରିବା ପରେ ରାଜ୍ୟର ସବୁ ଲୋକ ସଭା ଓ ବିଧାନସଭା ଆସନରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା କହୁଛନ୍ତି। କିନ୍ତୁ କେଉଁଠାରେ ମଧ୍ୟ ସେ ବିଜେଡି ସହ ମେଣ୍ଟ ହେବ ନାହିଁ ବୋଲି ଅସ୍ବୀକାର କରୁନାହାନ୍ତି। ରବିବାର ମଧ୍ୟ ମନମୋହନ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଓଡ଼ିଶା ଆସିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିଲ୍ଲୀ ଯାଇପାରନ୍ତି। ଉଭୟଙ୍କ ମଧ୍ୟରେ ଆସନ ବୁଝାମଣା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ। ତେଣୁ ମନମୋହନ ପେଟରେ ଅଧା କଥା ରଖି ପାଟିରେ ଅଧା କଥା କହୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଓଡ଼ିଶାରେ ବିଜେଡି-ଭାଜପା ମଧ୍ୟରେ ନିର୍ବାଚନୀ ମେଣ୍ଟ ପାଇଁ ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଯାହା ଭଲ ହେବ, ବିଜେଡି ତାହା କରିବ ବୋଲି କହି ଶାସକ ଦଳ ଏହି ପ୍ରସଙ୍ଗକୁ ଆଗେଇ ନେଉଛି। ମେଣ୍ଟ କଥାକୁ ବିଜେଡିର କୌଣସି ନେତା ଆଉ ଅସ୍ବୀକାର ମଧ୍ୟ କରୁନାହାନ୍ତି। ହେଲେ ମେଣ୍ଟର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ଉପରେ ସମସ୍ତଙ୍କ ନଜର ରହିଛି। କେତେ ଆସନରେ ଦୁଇ ଦଳ ମଧ୍ୟରେ ଭାଗ ଛିଣ୍ଡିବ ତା’ ଉପରେ ସଭିଙ୍କ ନଜର ରହିଛି। ହେଲେ ମେଣ୍ଟ କଥା ଏକପ୍ରକାର ସର୍ବସାଧାରଣକୁ ଆସି ସାରିଥିବା ସତ୍ତ୍ୱେ ଭାଜପାର କେତେଜଣ ଆଗଧାଡ଼ିର ନେତା ଆଗାମୀ ନିର୍ବାଚନରେ ୧୪୭ ବିଧାନସଭା ଏବଂ ୨୧ ଲୋକ ସଭା ଆସନରେ ଦଳ ଲଢ଼ିବ ବୋଲି ଯୁକ୍ତି ରଖୁଛନ୍ତି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନ ଥିବା କଥା କହିଛନ୍ତି। ହେଲେ ସେମାନେ ମେଣ୍ଟ ନ ହେବା କଥା କେଉଁଠାରେ ବି କହିନାହାନ୍ତି।

ଭୁବନେଶ୍ୱର ବିମାନବନ୍ଦରରେ ରବିବାର ପହଞ୍ଚିବା ପରେ ଲତା ଉସେଣ୍ଡି କହିଛନ୍ତି, ରାଜ୍ୟରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବ। ବିଧାନସଭା ହେଉ କିମ୍ବା ଲୋକ ସଭା; ସବୁ ଆସନ ପାଇଁ ଦଳ ପ୍ରସ୍ତୁତି କରୁଛି। ଗୋଟିଏ ଗୋଟିଏ ଆସନ ପାଇଁ ଆଲୋଚନା ହୋଇଛି। ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି ବୋଲି ସେ କହିଛନ୍ତି। ଏ କଥାରେ ମଧ୍ୟ ସେତେଟା ମିଥ୍ୟା ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବିଜେଡିର ଦୁଇ ଆଗଧାଡ଼ିର ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତ ଗୁରୁବାର ନୂଆଦିଲ୍ଲୀ ଗସ୍ତ କରିଥିଲେ। ମିଳିଥିବା ସୂଚନା ମୁତାବକ, ସେମାନଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଣ୍ଟ ବିଷୟରେ ଆଲୋଚନା କରିଥିଲେ। ହେଲେ ଏହାପରେ ଆଉ ଭାଜପାର ରାଜ୍ୟ ନେତୃତ୍ୱଙ୍କ ସହ କଥା ନ ହୋଇ ସେମାନଙ୍କୁ ଦିଲ୍ଲୀ ଫେରିଯିବାକୁ କହିଥିଲେ। ଏହି କଥାକୁ ଏବେ ମନମୋହନ ଏବଂ ଦୁଇ ପ୍ରଭାରୀ ବାରମ୍ବାର କହୁଛନ୍ତି। ଅନ୍ୟପଟେ ଭାଜପା ରାଜ୍ୟ ନେତୃତ୍ୱଙ୍କ ଏଭଳି ମନ୍ତବ୍ୟ ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଉଥିବାବେଳେ ମନମୋହନ, ଦଳର ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ପ୍ରଭାରୀ, ସହ ପ୍ରଭାରୀ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଭାଜପା ରାଜ୍ୟ ନେତୃତ୍ୱଙ୍କ ଏହି ଗସ୍ତ ହିଁ ମେଣ୍ଟର ଚୂଡାନ୍ତ ବିଷୟ ପଦାକୁ ଆଣିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ବଢ଼ାଇଦେଇଛି।

ଦିଲ୍ଲୀରେ ଭାଜପାର ଶୀର୍ଷ ନେତୃତ୍ୱଙ୍କ ସହ ବିଜେଡିର ଯେଉଁ ଆଲୋଚନା ଚାଲିଛି ସେକଥା ଚୂଡାନ୍ତ କରିବା ଲାଗି ରାଜ୍ୟ ନେତୃତ୍ୱଙ୍କ ସେତେଟା ଆବଶ୍ୟକତା ପଡୁ ନ ଥାଇପାରେ। କାରଣ ବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟ ସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବ ଉଭୟ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରିବା କ୍ଷେତ୍ରରେ ଏକ ଭଲ ମାଧ୍ୟମ ଅଟନ୍ତି। କୁହାଯାଏ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ସେତେବେଳେ ବିଜେଡିର ସୁସମ୍ପର୍କ ରଖିବାରେ ଅଶ୍ୱିନୀ ଜରିଆ ସାଜିଥିଲେ। ତେଣୁ ଏବେ ଯେତେବେଳେ ସେହି ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ରାଜ୍ୟ ସଭା ଯିବା କ୍ଷେତ୍ରରେ ଦୁଇ ଥର ସମର୍ଥନ ଦେଇସାରିଲାଣି ତାଙ୍କ ମାଧ୍ୟମରେ ଅନେକ କଥା ଚୂଡ଼ାନ୍ତ ହେଉଥାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖୁଛନ୍ତି। ଅନ୍ୟପଟେ ଅଶ୍ୱିନୀଙ୍କୁ ବାଦ୍‌ ଦେଲେ ଆହୁରି ଏଭଳି ଅନେକ ଲୋକ ରହିଛନ୍ତି, ଯେଉଁମାନେ ବିଜେଡି ଏବଂ ଭାଜପା ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିପାରିବେ। ଏଥିଲାଗି ହୁଏତ ମେଣ୍ଟ ବିଷୟରେ ଭାଜପା ରାଜ୍ୟ ନେତୃତ୍ୱଙ୍କ ସହ ସବିଶେଷ ଆଲୋଚନା ଏ ପର୍ଯ୍ୟନ୍ତ କରାଯାଇ ନ ଥାଇପାରେ।

ଓଡ଼ିଶାରେ ମେଣ୍ଟ ସମ୍ପର୍କିତ ବାସ୍ତବ ଚିତ୍ର ଯଦି ଆଗୁଆ ବାହାରକୁ ଛାଡ଼ିବାକୁ ଚାହୁଁ ନ ଥିବେ ତେବେ ମଧ୍ୟ ରାଜ୍ୟ ନେତୃବୃନ୍ଦ ଅନ୍ଧାରରେ ରହୁଥିବେ। ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ଗୃହ ବିଭାଗ ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସୁଥିବା ନେଇ ଖବର ରହିଛି। ହେଲେ ସରକାରୀ ଭାବେ ଏହା ସରକାରଙ୍କ ନିକଟକୁ ଆସିନାହିଁ। ଯେହେତୁ ରାଜନୈତିକ ବିଷୟରେ ଆଲୋଚନା ହେବାର ଅଛି, ସେଥିଲାଗି ଶେଷ ସମୟରେ ସରକାରୀ ଭାବେ ତାଙ୍କ ଗସ୍ତସୂଚୀ ଶେଷ ସମୟରେ ଆସିବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଆସନ୍ତା ଏନ୍‌ଡିଏ ବୈଠକ ଯେବେ ବସିବ ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇପାରନ୍ତି। ଏହାଦ୍ୱାରା ବିଜେଡି ଏନ୍‌ଡିଏରେ ବିଧିବଦ୍ଧ ଭାବେ ସାମିଲ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି। ଏପରି କି ମୁଖ୍ୟମନ୍ତ୍ରୀୂ ସୋମବାର ଦିଲ୍ଲୀ ଯାଇପାରନ୍ତି ବୋଲି ଜଣାପଡ଼ିଛି।

ଦିଲ୍ଲୀ ଗସ୍ତ କରିଥିବା ଭାଜପା ନେତାଙ୍କ ସହ ମେଣ୍ଟ ସମ୍ପର୍କିତ ଚୂଡ଼ାନ୍ତ ଆଲୋଚନା ବିଷୟରେ ବୋଧହୁଏ ଶୀର୍ଷ ନେତୃତ୍ୱ ଏଥର ଜଣାଇ ଦେଇପାରନ୍ତି। ଆସନ ବୁଝାମଣା କଥା ଯାହା ହେବ, ସେକଥା ମଧ୍ୟ ଅନ୍ୟ ଏକ ମାଧ୍ୟମରେ ଭାଜପା ଶୀର୍ଷ ନେତାମାନଙ୍କ ସହ ଚୂଡାନ୍ତ ହୋଇସାରିଥିବା ଦିଲ୍ଲୀସ୍ତରରେ ଚର୍ଚ୍ଚା ଚାଲିଛି। ଯାହା କୁହାଯାଉଛି, ଶାହାଙ୍କ ଓଡ଼ିଶା ଗସ୍ତ ପର୍ଯ୍ୟନ୍ତ ଏକଥା ଏଭଳି ଚାଲିବ। ଆସନ୍ତା ୧୨ରେ ଶାହାଙ୍କ ଗସ୍ତ ଦିନ ହିଁ ସବୁକିଛି ଚୂଡାନ୍ତ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ଭାଜପା ରାଜ୍ୟ ନେତାମାନଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri