ପେଟରେ ଅଧା, ପାଟିରେ ଅଧା

ଭୁବନେଶ୍ୱର, ୧୧।୩:(ସୁନିତ୍‌ ମିଶ୍ର) ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଉଛନ୍ତି। ସେଠାରୁ ଫେରିବା ପରେ ରାଜ୍ୟର ସବୁ ଲୋକ ସଭା ଓ ବିଧାନସଭା ଆସନରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା କହୁଛନ୍ତି। କିନ୍ତୁ କେଉଁଠାରେ ମଧ୍ୟ ସେ ବିଜେଡି ସହ ମେଣ୍ଟ ହେବ ନାହିଁ ବୋଲି ଅସ୍ବୀକାର କରୁନାହାନ୍ତି। ରବିବାର ମଧ୍ୟ ମନମୋହନ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଓଡ଼ିଶା ଆସିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିଲ୍ଲୀ ଯାଇପାରନ୍ତି। ଉଭୟଙ୍କ ମଧ୍ୟରେ ଆସନ ବୁଝାମଣା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ। ତେଣୁ ମନମୋହନ ପେଟରେ ଅଧା କଥା ରଖି ପାଟିରେ ଅଧା କଥା କହୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଓଡ଼ିଶାରେ ବିଜେଡି-ଭାଜପା ମଧ୍ୟରେ ନିର୍ବାଚନୀ ମେଣ୍ଟ ପାଇଁ ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଯାହା ଭଲ ହେବ, ବିଜେଡି ତାହା କରିବ ବୋଲି କହି ଶାସକ ଦଳ ଏହି ପ୍ରସଙ୍ଗକୁ ଆଗେଇ ନେଉଛି। ମେଣ୍ଟ କଥାକୁ ବିଜେଡିର କୌଣସି ନେତା ଆଉ ଅସ୍ବୀକାର ମଧ୍ୟ କରୁନାହାନ୍ତି। ହେଲେ ମେଣ୍ଟର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ଉପରେ ସମସ୍ତଙ୍କ ନଜର ରହିଛି। କେତେ ଆସନରେ ଦୁଇ ଦଳ ମଧ୍ୟରେ ଭାଗ ଛିଣ୍ଡିବ ତା’ ଉପରେ ସଭିଙ୍କ ନଜର ରହିଛି। ହେଲେ ମେଣ୍ଟ କଥା ଏକପ୍ରକାର ସର୍ବସାଧାରଣକୁ ଆସି ସାରିଥିବା ସତ୍ତ୍ୱେ ଭାଜପାର କେତେଜଣ ଆଗଧାଡ଼ିର ନେତା ଆଗାମୀ ନିର୍ବାଚନରେ ୧୪୭ ବିଧାନସଭା ଏବଂ ୨୧ ଲୋକ ସଭା ଆସନରେ ଦଳ ଲଢ଼ିବ ବୋଲି ଯୁକ୍ତି ରଖୁଛନ୍ତି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନ ଥିବା କଥା କହିଛନ୍ତି। ହେଲେ ସେମାନେ ମେଣ୍ଟ ନ ହେବା କଥା କେଉଁଠାରେ ବି କହିନାହାନ୍ତି।

ଭୁବନେଶ୍ୱର ବିମାନବନ୍ଦରରେ ରବିବାର ପହଞ୍ଚିବା ପରେ ଲତା ଉସେଣ୍ଡି କହିଛନ୍ତି, ରାଜ୍ୟରେ ଭାଜପା ଏକାକୀ ନିର୍ବାଚନ ଲଢ଼ିବ। ବିଧାନସଭା ହେଉ କିମ୍ବା ଲୋକ ସଭା; ସବୁ ଆସନ ପାଇଁ ଦଳ ପ୍ରସ୍ତୁତି କରୁଛି। ଗୋଟିଏ ଗୋଟିଏ ଆସନ ପାଇଁ ଆଲୋଚନା ହୋଇଛି। ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି ବୋଲି ସେ କହିଛନ୍ତି। ଏ କଥାରେ ମଧ୍ୟ ସେତେଟା ମିଥ୍ୟା ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବିଜେଡିର ଦୁଇ ଆଗଧାଡ଼ିର ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତ ଗୁରୁବାର ନୂଆଦିଲ୍ଲୀ ଗସ୍ତ କରିଥିଲେ। ମିଳିଥିବା ସୂଚନା ମୁତାବକ, ସେମାନଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଣ୍ଟ ବିଷୟରେ ଆଲୋଚନା କରିଥିଲେ। ହେଲେ ଏହାପରେ ଆଉ ଭାଜପାର ରାଜ୍ୟ ନେତୃତ୍ୱଙ୍କ ସହ କଥା ନ ହୋଇ ସେମାନଙ୍କୁ ଦିଲ୍ଲୀ ଫେରିଯିବାକୁ କହିଥିଲେ। ଏହି କଥାକୁ ଏବେ ମନମୋହନ ଏବଂ ଦୁଇ ପ୍ରଭାରୀ ବାରମ୍ବାର କହୁଛନ୍ତି। ଅନ୍ୟପଟେ ଭାଜପା ରାଜ୍ୟ ନେତୃତ୍ୱଙ୍କ ଏଭଳି ମନ୍ତବ୍ୟ ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଉଥିବାବେଳେ ମନମୋହନ, ଦଳର ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ପ୍ରଭାରୀ, ସହ ପ୍ରଭାରୀ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଭାଜପା ରାଜ୍ୟ ନେତୃତ୍ୱଙ୍କ ଏହି ଗସ୍ତ ହିଁ ମେଣ୍ଟର ଚୂଡାନ୍ତ ବିଷୟ ପଦାକୁ ଆଣିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ବଢ଼ାଇଦେଇଛି।

ଦିଲ୍ଲୀରେ ଭାଜପାର ଶୀର୍ଷ ନେତୃତ୍ୱଙ୍କ ସହ ବିଜେଡିର ଯେଉଁ ଆଲୋଚନା ଚାଲିଛି ସେକଥା ଚୂଡାନ୍ତ କରିବା ଲାଗି ରାଜ୍ୟ ନେତୃତ୍ୱଙ୍କ ସେତେଟା ଆବଶ୍ୟକତା ପଡୁ ନ ଥାଇପାରେ। କାରଣ ବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟ ସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବ ଉଭୟ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରିବା କ୍ଷେତ୍ରରେ ଏକ ଭଲ ମାଧ୍ୟମ ଅଟନ୍ତି। କୁହାଯାଏ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ସେତେବେଳେ ବିଜେଡିର ସୁସମ୍ପର୍କ ରଖିବାରେ ଅଶ୍ୱିନୀ ଜରିଆ ସାଜିଥିଲେ। ତେଣୁ ଏବେ ଯେତେବେଳେ ସେହି ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ରାଜ୍ୟ ସଭା ଯିବା କ୍ଷେତ୍ରରେ ଦୁଇ ଥର ସମର୍ଥନ ଦେଇସାରିଲାଣି ତାଙ୍କ ମାଧ୍ୟମରେ ଅନେକ କଥା ଚୂଡ଼ାନ୍ତ ହେଉଥାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖୁଛନ୍ତି। ଅନ୍ୟପଟେ ଅଶ୍ୱିନୀଙ୍କୁ ବାଦ୍‌ ଦେଲେ ଆହୁରି ଏଭଳି ଅନେକ ଲୋକ ରହିଛନ୍ତି, ଯେଉଁମାନେ ବିଜେଡି ଏବଂ ଭାଜପା ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିପାରିବେ। ଏଥିଲାଗି ହୁଏତ ମେଣ୍ଟ ବିଷୟରେ ଭାଜପା ରାଜ୍ୟ ନେତୃତ୍ୱଙ୍କ ସହ ସବିଶେଷ ଆଲୋଚନା ଏ ପର୍ଯ୍ୟନ୍ତ କରାଯାଇ ନ ଥାଇପାରେ।

ଓଡ଼ିଶାରେ ମେଣ୍ଟ ସମ୍ପର୍କିତ ବାସ୍ତବ ଚିତ୍ର ଯଦି ଆଗୁଆ ବାହାରକୁ ଛାଡ଼ିବାକୁ ଚାହୁଁ ନ ଥିବେ ତେବେ ମଧ୍ୟ ରାଜ୍ୟ ନେତୃବୃନ୍ଦ ଅନ୍ଧାରରେ ରହୁଥିବେ। ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ଗୃହ ବିଭାଗ ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସୁଥିବା ନେଇ ଖବର ରହିଛି। ହେଲେ ସରକାରୀ ଭାବେ ଏହା ସରକାରଙ୍କ ନିକଟକୁ ଆସିନାହିଁ। ଯେହେତୁ ରାଜନୈତିକ ବିଷୟରେ ଆଲୋଚନା ହେବାର ଅଛି, ସେଥିଲାଗି ଶେଷ ସମୟରେ ସରକାରୀ ଭାବେ ତାଙ୍କ ଗସ୍ତସୂଚୀ ଶେଷ ସମୟରେ ଆସିବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଆସନ୍ତା ଏନ୍‌ଡିଏ ବୈଠକ ଯେବେ ବସିବ ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇପାରନ୍ତି। ଏହାଦ୍ୱାରା ବିଜେଡି ଏନ୍‌ଡିଏରେ ବିଧିବଦ୍ଧ ଭାବେ ସାମିଲ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି। ଏପରି କି ମୁଖ୍ୟମନ୍ତ୍ରୀୂ ସୋମବାର ଦିଲ୍ଲୀ ଯାଇପାରନ୍ତି ବୋଲି ଜଣାପଡ଼ିଛି।

ଦିଲ୍ଲୀ ଗସ୍ତ କରିଥିବା ଭାଜପା ନେତାଙ୍କ ସହ ମେଣ୍ଟ ସମ୍ପର୍କିତ ଚୂଡ଼ାନ୍ତ ଆଲୋଚନା ବିଷୟରେ ବୋଧହୁଏ ଶୀର୍ଷ ନେତୃତ୍ୱ ଏଥର ଜଣାଇ ଦେଇପାରନ୍ତି। ଆସନ ବୁଝାମଣା କଥା ଯାହା ହେବ, ସେକଥା ମଧ୍ୟ ଅନ୍ୟ ଏକ ମାଧ୍ୟମରେ ଭାଜପା ଶୀର୍ଷ ନେତାମାନଙ୍କ ସହ ଚୂଡାନ୍ତ ହୋଇସାରିଥିବା ଦିଲ୍ଲୀସ୍ତରରେ ଚର୍ଚ୍ଚା ଚାଲିଛି। ଯାହା କୁହାଯାଉଛି, ଶାହାଙ୍କ ଓଡ଼ିଶା ଗସ୍ତ ପର୍ଯ୍ୟନ୍ତ ଏକଥା ଏଭଳି ଚାଲିବ। ଆସନ୍ତା ୧୨ରେ ଶାହାଙ୍କ ଗସ୍ତ ଦିନ ହିଁ ସବୁକିଛି ଚୂଡାନ୍ତ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ଭାଜପା ରାଜ୍ୟ ନେତାମାନଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?