ତୁଟିଛି ମେଣ୍ଟ ଭାଗବଣ୍ଟା, ଏବେ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର, ୧୩।୩(ସୁନିତ୍‌ ମିଶ୍ର): ବିଜେଡି-ଭାଜପା ଭିତରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି ଏପର୍ଯ୍ୟନ୍ତ ସେ କଥାର କୌଣସି ସ୍ପଷ୍ଟ ଚିତ୍ର ବାହାରକୁ ଆସୁନାହିଁ। ଉଭୟ ଦଳର ନେତା ଯଦିଓ ମେଣ୍ଟ କଥାକୁ ଖଣ୍ଡନ କରୁନାହାନ୍ତି, ସେମାନଙ୍କ ନିକଟରେ ସେଭଳି କିଛି ଖବର ରହୁ ନ ଥିବାରୁ ଯାହା ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ, ତାହାକୁ ସମସ୍ତେ ମାନିନେବେ ବୋଲି କେବଳ କହୁଛନ୍ତି। ଉଭୟ ଦଳର ନେତା ମଧ୍ୟ ମେଣ୍ଟ ନେଇ ଶୀର୍ଷସ୍ତରରେ ଚାଲିଥିବା କଥା ଜାଣୁଛନ୍ତି; ହେଲେ ବାସ୍ତବ ସ୍ଥିତି ବିଷୟରେ କିଛି ଖବର ପାଉନାହାନ୍ତି। ଅନ୍ୟପଟେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ୨ ଦିନ ହେଲା ଦିଲ୍ଲୀରେ ଡେରା ପକାଇ ରହିଥିବା ବେଳେ ଗଣମାଧ୍ୟମକୁ କୌଣସି ସୂଚନା ଦେଉନାହାନ୍ତି। ଏଭଳି ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ଜାତୀୟ ଗଣମାଧ୍ୟମର ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ ‘ଏକ୍ସ’ରେ କରିଥିବା ପୋଷ୍ଟ ଆଲୋଚନାକୁ ବଳ ଯୋଗାଇଛି। ରାଜଦୀପ ସୋମବାର ବିଳମ୍ବିତ ରାତିରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ଆଲୋଚନା ସଫଳ ହୋଇଥିବା କଥା କହିଥିବା ବେଳେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏନେଇ ଘୋଷଣା ହୋଇଯିବ ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହାସହ ଲୋକ ସଭାରେ ବିଜେଡି ୮ ଏବଂ ଭାଜପା ୧୩ଟି ଆସନରେ ଲଢ଼ିବାକୁ ଥିବାବେଳେ ବିଧାନସଭାରେ ବିଜେଡି ୯୮ ଓ ଭାଜପା ୪୯ ଆସନରେ ଲଢ଼ିବ ବୋଲି ଉଭୟ ଦଳ ମଧ୍ୟରେ କଥା ସରିଥିବା ସେ ଉଲ୍ଲେଖ କରିଛନ୍ତି। ଓଡ଼ିଶାରେ ହେବାକୁ ଥିବା ମେଣ୍ଟ ବୁଝାମଣାରେ କାହା ଭାଗରେ କେତେ ଆସନ ପଡ଼ିବ ସେକଥା ପ୍ରାୟ କାହା ପାଖରେ ନ ଥିବାବେଳେ ରାଜଦୀପଙ୍କ ଏଭଳି ପୋଷ୍ଟକୁ ମଧ୍ୟ ଅନେକେ ଗ୍ରହଣ କରୁଛନ୍ତି। ଅନୁରୂପ ଭାବେ, ୧୪୭ ବିଧାନସଭା ଆସନରୁ କିଏ କେଉଁ ଆସନ ନେବେ, ତା’ର ଏକ ତାଲିକା ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଉକ୍ତ ତାଲିକାରେ ମଧ୍ୟ ୪୯ଟି ନିର୍ବାଚନମଣ୍ଡଳୀ ଭାଜପାର ଥିବାବେଳେ ୯୮ଟି ବିଜେଡି ହିସାବରେ ଥିବା ଉଲ୍ଲେଖ କରାଯାଇଛି। ଏହାକୁ ନେଇ ମେଣ୍ଟ ଆଲୋଚନା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଅପରପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଓଡ଼ିଶା ଆସିବେ ବୋଲି ଯାହା ଚର୍ଚ୍ଚା ହେଉଥିଲା ସେପରି କିଛି ଘଟିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ ବୋଲି ଯେଉଁ ଆଲୋଚନା ହେଉଥିଲା ସେକଥା ମଧ୍ୟ ମଙ୍ଗଳବାର ସୁଦ୍ଧା ଘଟିନାହିଁ। ହେଲେ ଭାଜପା ରାଜ୍ୟ ନେତୃତ୍ୱଙ୍କୁ ନେଇ ଦିଲ୍ଲୀରେ ଘନ ଘନ ବୈଠକ ବସିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଦୀର୍ଘ ସମୟ ଧରି ଏକ ପ୍ରକାର ଆଲୋଚନା ହୋଇଥିବା ଖବର ମିଳିଛି। ଯଦିଓ ବିଜେଡି ଏବଂ ଭାଜପାର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ମେଣ୍ଟ ହେବା କଥା ପୂର୍ବରୁ ଚୂଡ଼ାନ୍ତ ହୋଇସାରିଥିଲା ବୋଲି କୁହାଯାଇ ଆସୁଥିଲା, କିନ୍ତୁ କେଉଁ ଆସନରେ କିଏ ଲଢ଼ିବେ, ତା’ର ତାଲିକା କରିବା ଲାଗି କୁଆଡ଼େ ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡକରା ହୋଇଥିବା ଚର୍ଚ୍ଚା ହେଉଛି। ଆସନ ଭାଗବଣ୍ଟା ସମ୍ପର୍କିତ ତାଲିକା ପ୍ରସ୍ତୁତ ହେବା ପରେ ଉଭୟ ଦଳର ଶୀର୍ଷ ନେତୃତ୍ୱ ମେଣ୍ଟ ଘୋଷଣା କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଏଭଳି ସ୍ଥିତିରେ ମେଣ୍ଟ ଚର୍ଚ୍ଚାକୁ ଉଭୟ ବିଜେଡି ଏବଂ ଭାଜପା ବିଧାୟକ ଅସ୍ବୀକାର କରୁନାହାନ୍ତି। ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି, ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପଦକ୍ଷେପ ନେଇଛନ୍ତି। ମେଣ୍ଟ କିଛି ନୂଆ କଥା ନୁହେଁ। ବିଗତ ଦିନରେ ବି ଓଡ଼ିଶାରେ ମେଣ୍ଟ ହୋଇଥିଲା। ଆଗାମୀ ଦିନରେ ମଧ୍ୟ ମେଣ୍ଟ ହେବ। ଆସନ ବୁଝାମଣା ନେଇ ମୁଖ୍ୟମନ୍ତ୍ରୀ ଉଭୟ ଦଳ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ମେଣ୍ଟ ହେଲେ ବିଜେଡି ସବୁବେଳେ ଲାଭରେ ରହିଛି। ଲାଭ ଏବଂ କ୍ଷତି କଥା ସମୟ କହିବ ବୋଲି ପର୍ଶୁରାମ କହିଛନ୍ତି। ଭାଜପା ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ମେଣ୍ଟ ଚର୍ଚ୍ଚା ଗଣମାଧ୍ୟମରେ ରହିଛି। ଏ ସମ୍ପର୍କିତ ଆଲୋଚନା ସେମାନଙ୍କ ନିକଟକୁ ଆସିନାହିଁ। ଦଳର ସଭାପତି ଏବଂ ରାଜ୍ୟ ପ୍ରଭାରୀ ଏ ସମ୍ପର୍କରେ ମତାମତ ପୂର୍ବରୁ ରଖିଛନ୍ତି। ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତି ଜାଣିବା ପରେ ଯାହା କିଛି କହିହେବ। କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାହାକୁ ମାନିବେ ବୋଲି ସେ କହିଛନ୍ତି।
ଅପରପକ୍ଷରେ ମେଣ୍ଟ ସମ୍ପର୍କିତ କିଛି ସ୍ପଷ୍ଟ ଚିତ୍ର ବୁଧବାର ସୁଦ୍ଧା ସାମ୍ନାକୁ ଆସିବା ନେଇ ଜାତୀୟ ଗଣମାଧ୍ୟମର କିଛି ବରିଷ୍ଠ ଖବରଦାତା ଆଲୋଚନା ଆରମ୍ଭ କରିଛନ୍ତି। ଭାଜପା ନେତାମାନେ ଏ ବାବଦରେ କିଛି ସେମିତି ମୁହଁ ଖୋଲୁ ନ ଥିବାବେଳେ ବିଜେଡିର କିନ୍ତୁ ବହୁ ନେତା ବୁଧବାର ଏ ସମ୍ବନ୍ଧରେ ଘୋଷଣା ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଥିବା କହୁଛନ୍ତି। ତେବେ ମେଣ୍ଟ ହେବା ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି ସେକଥା କେବେ ଦୂରହେବ, ତାହା ସମୟ କହିବ। ଯେତିକି ମେଣ୍ଟ ସଂକ୍ରାନ୍ତ ଚର୍ଚ୍ଚା ସ୍ପଷ୍ଟ ନ ହେଉଛି, ବିଜେଡି ଏବଂ ଭାଜପା ନେତାମାନଙ୍କ ବ୍ୟସ୍ତତା ସେତିକି ବଢ଼ି ବଢ଼ିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri