ଡେଇଁଲେ, ପଡ଼ିଲେ ଗାତରେ

ଭୁବନେଶ୍ୱର,୭ା୩(ଅନିଲ ଦାସ)ରାଜନୀତିରେ ଯାହାର ଅଧିକ ଧୈର୍ଯ୍ୟ ଥାଏ ସେ ତିଷ୍ଠି ରହିଥାଆନ୍ତି ବୋଲି କୁହାଯାଏ। ବିଗତ ଦିନରେ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳରୁ ଜଣାଶୁଣା ବ୍ୟକ୍ତି ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିବାର ନଜିର ରହିଛି। ଆସନ୍ତା ନିର୍ବାଚନ ପୂର୍ବରୁ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବିଜେଡିରେ ଅସନ୍ତୁଷ୍ଟ କେତେ ଜଣ ନାମକରା ବ୍ୟକ୍ତି ନିକଟରେ ଭାଜପାରେ ଯୋଗ ଦେଇଛନ୍ତି। ତେବେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ଜୋର ଧରିବା ପରେ ସେହି ଦଳ ଡିଆଁ ନେତାମାନେ ଏବେ ଗାତରେ ପଡ଼ିବା ସ୍ଥିତିରେ ରହିଛନ୍ତି। କାରଣ ବିଜେଡିରୁ ଯେଉଁମାନେ ଭାଜପାରେ ଯୋଗଦେଇଛନ୍ତି ସେହି ସ୍ଥାନରେ ବର୍ତ୍ତମାନ ବିଜେଡି ତା’ର ପ୍ରାର୍ଥୀ ଦେବାକୁ ଚାହଁିବ। ଫଳରେ ଭାଜପାରେ ଯୋଗଦେଇଥିବା ନେତାମାନଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ସେମାନେ ଚିନ୍ତାରେ ପଡ଼ିଲେଣି।
ଗତ କିଛିଦିନ ଭିତରେ ବିଜେଡିର ୨ ଜଣ ବହିଷ୍କୃତ ବିଧାୟକ, ୨ ଜଣ ବିଧାୟକ ଏବଂ ୬ ଜଣ ପୂର୍ବତନ ବିଧାୟକ ଭାଜପାରେ ଯୋଗଦେଇ ସାରିଲେଣି। ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡିର ଜୟଦେବ ବିଧାୟକ ଅରବିନ୍ଦ ଢାଲି, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ, ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ, ସାରସକଣାର ପୂର୍ବତନ ବିଧାୟକ ଭାଦବ ହଁାସଦା, ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବଂ ଭଦ୍ରକ ପୂର୍ବତନ ବିଧାୟକ ନରେନ ପଲେଇ ପ୍ରମୁଖ ଭାଜପାରେ ସାମିଲ ହୋଇଛନ୍ତି। ଆଉ କେତେଜଣ ନେତା ଦଳ ବଦଳାଇବା ପାଇଁ ସଜବାଜ ହେଉଛନ୍ତି। ଏପରି ସ୍ଥଳେ ସମ୍ଭାବ୍ୟ ମେଣ୍ଟ ସେହି ନେତାମାନଙ୍କ ଆଶାକୁ ଧୂଳିସାତ୍‌ କରିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri