୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌ ଓ ଜିଲାରେ ୧୬୦୦ରୁ ଅଧିକ ବସ୍‌ ରହିଛି ଏବଂ ୧୨୨ଟି ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ୍‌ ଏବଂ ଲକ୍ଷ୍ମୀ ଏକ୍ସପ୍ରେସ୍‌ ବସ୍‌ ରହିଛି। ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବହେଳା ପାଇଁ ୩ ଜିଲା ସମ୍ବଲପୁର, ଅନୁଗୋଳ ଓ ଢେଙ୍କାନାଳର ଲୋକେ ଏହାର ସମ୍ପୂର୍ଣ୍ଣ ସୁଫଳ ପାଇପାରୁ ନ ଥିବା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ।

ଶୁକ୍ରବାର ଗଣମାଧ୍ୟମକୁ ସେ କହିଛନ୍ତି, ଏନ୍‌ଏଚ୍‌-୫୫ର ଅତ୍ୟନ୍ତ ଖରାପ ସ୍ଥିତି ଯୋଗୁ ଉପରୋକ୍ତ ୩ ଜିଲା ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ଲକ୍ଷ୍ମୀ ବସ୍‌ର ସୁବିଧା ସତ୍ତ୍ୱେ କିପରି ସେମାନଙ୍କ ପିଠି ଯନ୍ତ୍ରଣା ଓ ଦୁର୍ଘଟଣା ଭୟ ରହୁଛି ତାହା ଯାତ୍ରୀମାନେ ଅଭିଯୋଗ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିଫଳତା କାରଣରୁ ଏଭଳି ସ୍ଥିତି ଉପୁଜିଛି। ଦୀର୍ଘ ୧୦ ବର୍ଷ ଧରି ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ ରାସ୍ତା କାମ ଶେଷ କରି ପାରିନାହାନ୍ତି।
ଯଦି ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ ହୋଇଥାନ୍ତା, ତେବେ ଦୁର୍ଘଟଣା ଓ ପିଠି ଯନ୍ତ୍ରଣା ନେଇ ଲୋକଙ୍କ ମନରେ ଭୟ ନ ଥାନ୍ତା ବୋଲି ସସ୍ମିତ କହିଛନ୍ତି।