ରାୟଗଡା,୪।୯ (ରଞ୍ଜନ ପଣ୍ଡା): ବିଜେଡି ରାୟଗଡ଼ା ଜିଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ଏନେଇ ଗୁରୁବାର ବିଧିବଦ୍ଧ ଘୋଷଣା କରିଛନ୍ତି। ତେବେ ଜିଲାରେ ଦଳୀୟ କାର୍ଯ୍ୟକୁ ସୁରୁଖୁରୁ ଭାବେ ପରିଚାଳନା କରିବା ପାଇଁ ଦୁଇ ଜଣ କାର୍ଯ୍ୟକାରୀ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ରାୟଗଡ଼ାରୁ ଗଙ୍ଗାଧର ପୁଆଲା ଓ ଗୁଣପୁରରୁ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ନାମ ରହିଛି। ଗଙ୍ଗା ରାୟଗଡ଼ା ଜିଲାପରିଷଦ ପୂର୍ବତନ ଅଧ୍ୟକ୍ଷ ଥିଲେ। ସେହିପରି ବିଜେଡିର ପୁରୁଖା ନେତା ଭାବେ ରଞ୍ଜିତ ପାଣିଗ୍ରାହୀ ଗୁଣପୁର ଅଞ୍ଚଳରେ ପରିଚିତ।

