ବିଜେବି କଲେଜକୁ ବାହାର ଲୋକଙ୍କ ପ୍ରବେଶ କଟକଣା

ଭୁବନେଶ୍ୱର,୨୭।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ପ୍ରତିଷ୍ଠିତ ବିଜେବି କଲେଜ ପରିସରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅନେକ ସମୟରେ ବାହାର ପିଲା ବା ଅଣଛାତ୍ର କ୍ୟାମ୍ପସକୁ ଅବୈଧ ଭାବେ ପ୍ରବେଶ କରି ଛାତ୍ରଙ୍କୁ ମାରପିଟ୍‌ କରିବା ସହ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବାରୁ କଲେଜ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। କଲେଜର ପ୍ରବେଶ ଫାଟକ ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଏଣିକି କଲେଜ ଭିତରକୁ ବାହାର ଲୋକେ ମନଇଚ୍ଛା ପଶି ପାରିବେ ନାହିଁ। ଏନେଇ କଲେଜ ଅଧ୍ୟକ୍ଷ ଗୁଲାମ ମୋଇନୁଦ୍ଦିନ ଖାନ୍‌ କହିଛନ୍ତି, ବାହାର ପିଲାଙ୍କ ପ୍ରବେଶ ଉପରେ ଏହି କଟକଣା ଲଗାଯାଇଛି। ସା ପରେ କଲେଜର ସବୁ ଗେଟ୍‌ରେ ତାଲା ପଡ଼ିବା ସହ ୫ଟା ପରେ କ୍ୟାମ୍ପସରେ ସ୍କ୍ବାଡ୍‌ ବୁଲିବେ। ସୋମବାର କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ବାହାର ପିଲା ବା ଅଣଛାତ୍ର ଭିତରକୁ ଯିବେ ତା’ହେଲେ ପରିଚୟ ପତ୍ର କିମ୍ବା କେଉଁ କାମ ପାଇଁ ଆସୁଛନ୍ତି ତାହାର କାରଣ କହିବାକୁ ପଡିବ। ଏହାସହ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ କ୍ୟାମ୍ପସରେ ସିସିଟିଭି ଲଗାଯିବ। ଏଥିପାଇଁ ଏକ୍ସପର୍ଟ ଟିମ୍‌ ଗଠନ ହୋଇଛି। ପାଚେରିରେ କଣ୍ଟା ତାର ଲଗାଇବାକୁ ପିଡବ୍ଲ୍ୟଡିଙ୍କୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ ପଡିଆକୁ ଛାତ୍ରଙ୍କ ସମେତ ବୟସ୍କ ଲୋକେ ମଧ୍ୟ ବୁଲାବୁଲା କରିବାକୁ ଆସୁଛନ୍ତି। ଏହି ପଡ଼ିଆର ସୁରକ୍ଷା ଲାଗି ମଧ୍ୟ ଆର୍‌ଆଣ୍ଡ୍‌ବିକୁ ଚିଠି ଲେଖାଯାଇଥିବା ସେ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଶନିବାର କଲେଜ ଖେଳ ପଡ଼ିଆରେ ଅଣଛାତ୍ରମାନେ କ୍ରିକେଟ ଖେଳୁଥିବାବେଳେ କେତେଜଣ ଛାତ୍ର ସେଠାରେ ଖେଳିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ପ୍ରଥମେ ବଚସା ପରେ ଅଣଛାତ୍ରମାନେ ଏକାଠି ହୋଇ ଖଣ୍ଡା, ବ୍ୟାଟ, ଫାର୍ସା, ବାଡି ଦ୍ୱାରା ଆକ୍ରମଣ କରିବାରୁ ୩ ଛାତ୍ର ଆହତ ହୋଇଥିଲେ। ଏହି ଘଟଣାରେ ବଡଗଡ ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଛି। ସେହିପରି ଅନ୍ୟଏକ ଘଟଣାରେ ଜଣେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଛାତ୍ର ଶାଶ୍ୱତ ପଣ୍ଡାଙ୍କୁ କେତେଜଣ ଅଣଛାତ୍ର ମଦ ବୋତଲରେ ଆକ୍ରମଣ କରିଥିଲେ। ଗୁରୁତର ଶାଶ୍ୱତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତେବେ ବାରମ୍ବାର ଅଣଛାତ୍ରମାନେ ଏଭିଳି ହିଂସାତ୍ମକ କାଣ୍ଡ ଭିଆଉଥିବାରୁ ସେମାନଙ୍କ ଅବଧୈ ପ୍ରବେଶକୁ ଛାତ୍ରୀଛାତ୍ର ବିରୋଧ କରିଥିଲେ। ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ କେବଳ ବିଜେବି କଲେଜ ନୁହେଁ, ବାଣୀବିହାର ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ଅଣଛାତ୍ର ପ୍ରବେଶ କରି ଆକ୍ରମଣ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଅନ୍ୟ କଲେଜରେ ମଧ୍ୟ ଏଭଳି ପଦକ୍ଷେପ ନିଆଯିବାକୁ ଛାତ୍ର ସଂଘଗୁଡିକ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri