ବିଜେବି କଲେଜ ଗଣ୍ଡୋଗୋଳ ଘଟଣା: ପୁଣି ୪ ଅଣଛାତ୍ରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର,୨୫।୪(ବ୍ୟୁରୋ): ବିଜେବି କଲେଜରେ କ୍ରିକେଟ୍‌ ଖେଳକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ୪ ଜଣ ଅଣଛାତ୍ରଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ଶନିବାର କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ପରିସରରେ ଗଣ୍ଡଗୋଳ ହୋଇଥିଲା। ଛାତ୍ରମାନେ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ର ଖେଳିବାକୁ କହିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଶେଷରେ କଲେଜର ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସେପଟେ ଏହି ଘଟଣାକୁ ନେଇ ୪ଜଣ ଅଣଛାତ୍ରଙ୍କୁ ପୋଲିସ ଗିରଫ କରିଥିଲା । ବର୍ତ୍ତମାନ ଆହୁରି ୪ଜଣ ଅଣଛାତ୍ରଙ୍କୁ ବଡ଼ଗଡ଼ ପୋଲିସୁ ଗିରଫ କରିଛି ।