Posted inଜାତୀୟ

ରାଜଧାନୀରେ ହାଡ଼ଭଙ୍ଗା ଶୀତ ନେଲାଣିି ୧୦୬ ଜୀବନ !…

ନୂଆଦିଲ୍ଲୀ, ୨୩।୧ : ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତଯୋଗୁ ଚଳିତବର୍ଷ ଜାନୁୟାରୀରେ ଇତିମଧ୍ୟରେ ୧୦୬ ଜଣଙ୍କର ଜୀବନ ଗଲାଣି। ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ ଡେଭଲପମେଣ୍ଟ (ସିଏଚଡି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏନଜିଓ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି ଶୀତଦିନର ପ୍ରବଳ ଥଣ୍ଡାରୁ ଲୋକଙ୍କୁ ସୁରକ୍ଷିତ ରଖିବାପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।

ଯଦିଓ ଦିଲ୍ଲୀ ସହରୀ ଆଶ୍ରୟସ୍ଥଳ ସୁଧାର ବୋର୍ଡ (ଡିୟୁଏସଆଇବି)ର ଅଧିକାରୀମାନେ ଶୀତ ଯୋଗୁ ଏସବୁ ଲୋକଙ୍କ ମୃତ୍ୟୁ ଘଟିଥିବା ଅସ୍ବୀକାର କରିଛନ୍ତି। ତେବେ ଶୀତଦିନେ ଚିକିତ୍ସା ସମସ୍ୟା ଯୋଗୁ ବାସହୀନଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ସମ୍ପର୍କରେ ଦିଲ୍ଲୀ ପୋଲିସ ଅଧିକାରୀମାନେ ସ୍ବୀକାର କରିଛନ୍ତି।

ଏନଜିଓ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧ ରୁ ଜାନୁୟାରୀ ୧୯ ମଧ୍ୟରେ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଏଥିରେ ୧୦୬ ଜଣଙ୍କର ମୃତୂ୍ୟ ଘଟିଛି। ଏଥିମଧ୍ୟରୁ ଉତ୍ତର ଦିଲ୍ଲୀ ଜିଲାରେ ସର୍ବାଧିକ ୩୩ ମୃତ୍ୟୁ ରେକର୍ଡ କରାଯାଇଛି। ଉତ୍ତର-ପଶ୍ଚିମ ଦିଲ୍ଲୀରେ ୧୩ ଜଣ ଏବଂ ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ଦିଲ୍ଲୀରେ ୯ ଜଣଙ୍କର ମୃତ୍ୟୁ ପ୍ରବଳ ଶୀତରେ ଘଟିଛି।

ପଶ୍ଚିମ ଦିଲ୍ଲୀ ଏବଂ ନୂଆଦିଲ୍ଲୀରେ ୮ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ହୋଲିଷ୍ଟିକ ଡେଭଲପମେଣ୍ଟ ସେଣ୍ଟରର ସୁନୀଲ କୁମାର ଆଲେଡିଆ ଦାବି କରିଛନ୍ତି ଯେ ମୃତକମାନେ ବାସହୀନ ଲୋକ। ସେମାନେ ରାତିସାରା ଖୋଲା ଆକାଶ ତଳେ, ରାସ୍ତା କଡ଼ରେ କିମ୍ବା ଦୋକାନ ବାହାରେ ବିତାଇଥାନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଶୀତଦିନେ ଜାନୁଆରୀରେ ମୃତ୍ୟୁ ଘଯିଥିବା ଲୋକଙ୍କ ମଧ୍ୟରେ ୬ ଜଣ ମହିଳା ରହିଛନ୍ତି।

ଏନଜିଓ ଦାବି କରିଛି ଯେ ୨୦୧ ରେ ଡିୟୁଏସଆଇବି ସର୍ଭେରେ ଦିଲ୍ଲୀର ୧୬,୭୬୦ ବାସହୀନ ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ରାସ୍ତା କଡ଼ରେ ଖୋଲା ଆକାଶ ତଳେ ଜୀବନ ବିତାଉଥିବା ବାସହୀନଙ୍କ ପ୍ରକୃତ ସଂଖ୍ୟା ଏକ ଲକ୍ଷେରୁ ଅଧିକ। ଡିୟୁଏସଆଇବି ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ ୩୦୮ ଆଶ୍ରୟ ଗୃହ ଅଛି, ଯେଉଁଥିରେ ସ୍ଥାୟୀ କୋଠା, ଅସ୍ଥାୟୀ କୋଠା, ପୋର୍ଟା କ୍ୟାବିନ ଏବଂ ତମ୍ବୁ ଅନ୍ତର୍ଭୁକ୍ତ। ୯,୩୩୦ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ଏଗୁଡ଼ିକର କ୍ଷମତା ରହିଛି। ସର୍ବଶେଷ ତଥ୍ୟରୁ ଜଣାପଡିଛି ଯେ ପ୍ରାୟ ୮,୨୦୦ ଲୋକ ଏହି ଆଶ୍ରୟ ଗୃହଗୁଡ଼ିକରେ ରାତି ବିତାଉଛନ୍ତି।

ସର୍ଭେରୁ ଜଣାପଡିଛି ଯେ କଶ୍ମୀର ଗେଟ୍‌, ଯମୁନା ପୁସ୍ତା, ନିଗମ ବୋଧ ଘାଟ, ଯମୁନା ବଜାର, ଚାନ୍ଦନୀ ଚୌକ, ଦିଲ୍ଲୀ ଗେଟ୍‌, ଆସଫ ଅଲି ରୋଡ, ଜାମା ମସଜିଦ, ଆଜାଦପୁର, ଓଖଲା, ବାଦଲି, କିଙ୍ଗସୱେ କ୍ୟାମ୍ପ, ନିଜାମୁଦ୍ଦିନ ଏବଂ ବହୁ ସଂଖ୍ୟାରେ ସାରାଇ କାଲେ ଖାଁ ଏବଂ ଏହାର ଆଖପାଖରେ ଅଞ୍ଚଳରେ ବହୁ ସଂଖ୍ୟକ ଲୋକ ଖୋଲା ଆକାଶ ତଳେ ରାତିରେ ଶୋଇଥାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri