Categories: ଜାତୀୟ

ୟୁପି ବିଧାନସଭା ନିର୍ବାଚନ: ଆଶାୟୀ ପ୍ରାର୍ଥୀ ଘୋଷଣା କଲା ବିଏସ୍‌ପି

ଲକ୍ଷ୍ନୌ,୨୯।୭: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ତଥା ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ନିର୍ବାଚନୀ ବିଗୁଲ ଆରମ୍ଭ ହୋଇଛି। ସମସ୍ତ ଦଳ ନିଜ ନିଜର ଗୋଟି ଚାଳନାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଉତ୍ତରପ୍ରଦେଶରେ ନିଜର ପ୍ରଥମ ଆଶାୟୀ ପାର୍ଥୀ ଘୋଷଣା କରିଛି। ଗୁରୁବାର ସର୍ବପ୍ରଥମେ କାନପୁର ବିଠୁର ବିଧାନସଭା ଆସନ ପାଇଁ ବିଏସ୍‌ପି ନାମ ଘୋଷଣା କରିଛି। ବିଠୁରରୁ ରମେଶ ଯାଦବଙ୍କୁ ଆଶାୟୀ ପାର୍ଥୀ ଭାବେ ଚୟନ କରିଛି ବିଏସ୍‌ପି। ସେକ୍ଟର ପ୍ରଭାରୀ ନୌଶାଦ ଅଲ୍ଲୀ ଓ ଭୀମରାଓ ଆମ୍ବେଦକରଙ୍କ ଉପସ୍ଥିତିରେ ରମେଶ ଯାଦବଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ଖୁବ୍‌ଶୀଘ୍ର ବିଏସ୍‌ପି ଆଉ ୫ଟି ଆସନ ପାଇଁ ନାମ ଘୋଷାଣା କରିପାରେ ବୋଲି କୁହାଯାଉଛି।

 

Share