ଏଲ୍‌ ସାଲଭେଡରରେ ବୈଧ ହେବ ବିଟ୍‌କଏନ

ସେଣ୍ଟ୍ରାଲ ଆମେରିକାର ଦେଶ ଏଲ୍‌ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍‌କଏନ୍‌କୁ ବୈଧ କରିବାକୁ ଯୋଜନା କରିଛି। ରାଷ୍ଟ୍ରପତି ନାଏବ ବୁକେଲେ ଏ ନେଇ କଂଗ୍ରେସରେ ବିଲ୍‌ ଆଣିବେ ବୋଲି ମିଆମିରେ ଅନୁଷ୍ଠିତ ବିଟ୍‌କଏନ-୨୦୨୧ କନଫରେନ୍ସରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏପରି ହେଲେ ବିଟ୍‌କଏନକୁ ବୈଧ କରିବାରେ ଏଲ୍‌ ସାଲଭେଡର ବିଶ୍ୱର ପ୍ରଥମ ଦେଶ ହେବ। ବିଟ୍‌କଏନ ଟେକ୍ନୋଲୋଜି ବ୍ୟବହାର କରି ଆଧୁନିକ ଆର୍ଥିକ ଭିତ୍ତିଭୂମି ନିର୍ମାଣ ପାଇଁ ଦେଶ ଡିଜିଟାଲ୍‌ ୱାଲେଟ୍‌ କମ୍ପାନୀ ଷ୍ଟ୍ରାଇକ୍‌ ସହ ସହଭାଗିତା କରୁଥିବା ସେ କହିଛନ୍ତି। ଏଲ୍‌ ସାଲଭେଡରରେ ଅଧିକାଂଶ ନଗଦ ଟଙ୍କା କାରବାର ହୋଇଥାଏ। ସେଠାରେ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନାହିଁ।

Share