ବିଟ୍‌ କଏନ୍‌ ଠକେଇ ର଼୍ୟାକେଟ ଧରାପଡିଲା

ଭୁବନେଶ୍ୱର,୧।୬(ବ୍ୟୁରୋ): ବିଟ୍‌ କଏନରେ ଟଙ୍କା ବିନିଯୋଗ କରି ବହୁଗୁଣା ଲାଭର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୧୪ ଲକ୍ଷ ଠକିବା ଅଭିଯୋଗରେ ସାଇବର ଥାନା ପୋଲିସ ଏକ ର଼୍ୟାକେଟର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱରର ମୁଖ୍ୟ ଅଭିଯୁକ୍ତ ବିଜନ କୁମାର ପଣ୍ଡା, ସପନ କୁମାର ଦଳେଇ, ଆକ୍ସିସ ବ୍ୟାଙ୍କର ସେଲ୍ସ ମ୍ୟାନେଜର ସୁନୀଲ କୁମାର ଦାସ ଓ ଅନ୍ୟ ଜଣେ ହେଲେ ବିବେକାନନ୍ଦ ମଲ୍ଲିକ। ଏମାନଙ୍କଠାରୁ ୧୦ଟି ଏଟିଏମ୍‌ କାର୍ଡ, ୫ ବ୍ୟାଙ୍କ ପାସ୍‌ବୁକ୍‌, ୪ ମୋବାଇନ ଫୋନ, ଗୋଟିଏ ଲାପ୍‌ଟପ୍‌, ୭ ଚେକ୍‌ବୁକ୍‌ ଓ ଗୋଟିଏ ଜିଓ ସିମ୍‌ ଜବତ ହୋଇଛି। ସେହିପରି ଅଭିଯୁକ୍ତଙ୍କ ଆକାଉଣ୍ଟରେ ଥିବା ୩୨ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ପୋଲିସ। ସୁନୀଲ ଲୋକଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲିଥିବାବେଳେ ସପନ ଓ ବିବେକାନନ୍ଦ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ଏବଂ ବିଜନ ଫେକ୍‌ ଟେଲିଗ୍ରାମ ଅପରେଟ୍‌ କରୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।
ଚିନ୍ତାମଣିଶ୍ୱର ଅଞ୍ଚଳର ପ୍ରମୋଦ ସାହୁଙ୍କ ହ୍ବାଟ୍‌ସଆପ୍‌କୁ ଏକ ଲିଙ୍କ୍‌ ଆସିଥିଲା। ଏହାପରେ ପ୍ରମୋଦ ଯୋଗାଯୋଗ କରିବାରୁ ସାଇବର ଠକମାନେ ଟଙ୍କା ବିନିଯୋଗ କରିବାକୁ ଲୋଭ ଦେଖାଇଥିଲେ। ପ୍ରଥମେ ପ୍ରମୋଦ ୧ ହଜାର ଟଙ୍କା ତା’ପରେ ବିଭିନ୍ନ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ବିନିଯୋଗ କରି ୬୦ ହଜାର ଟଙ୍କା ଫେରସ୍ତ ପାଇଥିଲେ। ଏହାପରେ ପ୍ରମୋଦଙ୍କୁ ସାଇବର ଠକମାନେ ବିଟ୍‌ କଏନରେ ବିନିଯୋଗ କରିବାକୁ ପ୍ରବର୍ତ୍ତାଇବାରୁ ଲୋଭରେ ପଡ଼ି ପ୍ରମୋଦ ବିଟ୍‌ କଏନ ସାଇଟରେ ଆକାଉଣ୍ଟ ଖୋଲିବା ପାଇଁ ଆଧାର ଓ ପ୍ୟାନ ଭଳି ସମସ୍ତ ପ୍ରମାଣପତ୍ର ଦେଇଥିଲେ। ଏହାପରେ ପ୍ରମୋଦ ସେଥିରେ ୫ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ସାଇବର ଠକମାନେ ବିଶ୍ୱାସ ଜନ୍ମାଇବା ପାଇଁ ତାଙ୍କ ପାଖକୁ ଏକ ସ୍କ୍ରିନ୍‌ ଶଟ୍‌ ପଠାଇଥିଲେ, ଯେଉଁଥିରେ ଲାଭ ହୋଇଥିବା ୨ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିବା ଉଲ୍ଲେଖ ଥିଲା। ଯେତେବେଳେ ପ୍ରମୋଦ ବିନିଯୋଗ କରିଥିବା ୫ଲକ୍ଷ ଓ ପାଇଥିବା ୨ ଲକ୍ଷ ମୋଟ ୭ ଲକ୍ଷ ଟଙ୍କା ଉଠାଇବାକୁ ଚାହୁଁଥିଲେ ସେତେବେଳେ ସେ ସଫଳ ହୋଇପାରି ନ ଥିଲେ। ତେଣୁ ସେ ଟେଲିଗ୍ରାମ ଆପ୍‌ରେ ଥିବା ଠକଙ୍କ ସହ ଯୋଗାଯୋଗ କରିଥିଲେ। ସାଇବର ଠକ ଜଣକ ତାଙ୍କୁ ଆଉ ୨.୫ ଲକ୍ଷ ଟଙ୍କା ଜମା କରି ସମସ୍ତ ଟଙ୍କା ଫେରସ୍ତ ପାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ତାହା ଜମା କରିଥିଲେ ମଧ୍ୟ କିଛି ବି ଟଙ୍କା ପାଇ ନ ଥିଲେ। ପୁନର୍ବାର ଯୋଗାଯୋଗ କରିବାରୁ ସେ ଅଧିକ ଟଙ୍କା ହୋଇଥିବାରୁ ଜିଏସ୍‌ଟି ବାବଦକୁ ୪.୫୩ ଲକ୍ଷ ଜମା କରିବାକୁ କହିଥିଲେ। ଏହିଭଳି ପ୍ରମୋଦ ୧୪ ଲକ୍ଷ ଟଙ୍କା ଜମା କରି ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ…

ଭୁବନେଶ୍ୱର,୨୮ା୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବେ ବୋଲି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri