Categories: ଜାତୀୟ

ଛତିଶଗଡ଼ର ନବମ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ

ରାୟପୁର,୨୪।୨: ଛତିଶଗଡ଼ର ରାଜଧାନୀ ରାୟପୁରର ରାଜଭବନରେ ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡ଼ ହାଇକୋର୍ଟ ପ୍ରଧାନ ବିଚାରପତି ଅରୁପ କୁମାର ଗୋସ୍ବାମୀ ରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ଶପଥ ପାଠ କରାଇଥିଲେ। ରାଜ୍ୟପାଳ ବିଶ୍ୱଭୂଷଣ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ।

ଉତ୍ସବରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ରାଜ୍ୟ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ, ଛତିଶଗଡ ଭାଜପା ସଭାପତି ଅରୁଣ ସାଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂ, ରାଜ୍ୟସଭା ବିରୋଧୀ ଦଳର ନେତା ନାରାୟଣ ଚାନ୍ଦେଲଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୨୦୧୯ ଜୁଲାଇ ୨୪ରୁ ୨୦୨୩ ଫେବୃୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ।

Share