ସଲମାନ ଶିକାର କରିଥିବା କୃଷ୍ଣସାର ମୃଗର ହେବ ସ୍ମାରକୀ

ଜୟପୁର,୧୩ ।୮: ବଲିଉଡ ଭାଇଜାନ ସଲମାନ ଖାଁ କିଛିଦିନ ହେବ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ଯେବେଠାରୁ ତାଙ୍କୁ ହତ୍ୟା ଧମକ ମିଳିଲାଣି ସେବେଠାରୁ ସେ ପବ୍ଲିକ ପ୍ଲେସ ଯିବା କମ କରି ଦେଇଛନ୍ତି । ଏହାସହ ତାଙ୍କ ସୁରକ୍ଷାକୁ ବି ବଢାଇ ଦିଆଯାଇଛି । କିଛିଦିନ ପୂର୍ବରୁ ସଲମାନଙ୍କୁ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ଦିଆଯାଇଥିଲା । ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ବିଶ୍ନୋଇ ସମାଜ କୃଷ୍ଣସାର ମୃଗକୁ ଭଗବାନଙ୍କ ଅବତାର ବୋଲି ମାନି ଥାଆନ୍ତି । ସଲମାନଙ୍କ ଉପରେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ରହିଛି । ୨୪ ବର୍ଷ ପୂର୍ବେ ଫିଲ୍ମ ‘ହମ ସାଥ ସାଥ ହୈ’ର ଶୁଟିଂ ସମୟରେ ସଲମାନ ଯେତେବେଳେ ଶିକାର କରିବାକୁ ବାହାରିଥିଲେ ସେତେବେଳେ ସେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । କୃଷ୍ଣସାର ମୃଗକୁ ଭଗବାନ ବୋଲି ମାନୁଥିବା ବିଶ୍ନୋଇ ସମାଜ ଏବେ କାଂକଣି ଗାଁରେ ଏହି ମୃଗର ଏକ ବଡ ସ୍ମାରକ କରିବେ ବୋଲି ଘୋଷଣା କରିଛନ୍ତି ।
ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, କାଂକଣି ଗାଁରେ ସ୍ମାରକ ସହ ଏକ ବଡ ରେସକ୍ୟୁ ସେଣ୍ଟର ସେହି ଜାଗାରେ ନିର୍ମାଣ କରାଯିବ ଯେଉଁଠି ହରିଣର ମୃତ୍ୟୁ ହୋଇଥିଲା । ୭ ଏକର ଜମିରେ ଏହା ନିର୍ମାଣ କରାଯିବ ।

Share