ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଛୁଇଁବାକୁ ମନା କରିଦେଇଥିଲେ ଅଭିନେତା ରାଜା ମୁରାଦ

ବଲିଉଡରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ରାଜା ମୁରାଦ ନଭେମ୍ବର ୨୩, ୧୯୫୦ରେ ଉତ୍ତରପ୍ରଦେଶର ରାମପୁରରେ ଜନ୍ମଗ୍ରହଣ କରିଥିଲେ। ୨୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିବା ରାଜା ମୁରାଦ ଭୋଜପୁରୀ ଏବଂ ଅନେକ ସ୍ଥାନୀୟ ଭାଷାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ରାଜାଙ୍କ ଅଭିନରେ ଜୀବନ ସହ ଜଡିତ ଏକ ରୋଚକ ଘଟଣା ଯୋଡି ହୋଇ ରହିଛି। ସେ ଏକ ଫିଲ୍ମରେ ଅଭିନେତ୍ରୀ ଜିନତ ଅମାନକୁ ସ୍ପର୍ଶ କରିବାକୁ ମନା କରିଦେଇଥିଲେ। ୧୯୮୭ରେ ମୁକ୍ତିଲାଭ କରିଥିବା ଡାକୁ ହସିନା ଫିଲ୍ମ ଟୁଟିଂ ସମୟରେ ଏହି ଘଟଣା ଘଟିଥିଲା। ଫିଲ୍ମରେ ରାଜା ମୁରାଦ ଏବଂ ଜିନତ ଅମାନଙ୍କ ମଧ୍ୟରେ ଏକ ଦୃଶ୍ୟ ଶୁଟିଂ କରାଯାଉଥିଲା। ଏହି ଦୃଶ୍ୟରେ ରାଜାଙ୍କୁ ଜିନତଙ୍କ ସହ ଏକ ଜୋରଜବରଦସ୍ତି ସିନ୍‌ କରିବାକୁ ଥିଲା। ନିର୍ଦ୍ଦେଶକ ତାଙ୍କୁ ଏପରି ସିନ୍‌ କରିବାକୁ କହିଥିଲେ, ରାଜା ମୁରାଦ କିନ୍ତୁ ଜିନତଙ୍କୁ ଛୁଇଁବାକୁ ମନା କରିଦେଇଥିଲେ। ନିର୍ଦ୍ଦେଶକ ତାଙ୍କୁ ବାଧ୍ୟ କରିଥିଲେ କିନ୍ତୁ ସେ ରାଜି ହୋଇ ନ ଥିଲେ। ପ୍ରକୃତରେ ଜିନତ ଅମାନ ଏବଂ ରାଜା ମୁରାଦ ସମ୍ପର୍କୀୟ। ଏହି କାରଣରୁ ସେ ଏହି ଦୃଶ୍ୟ ପାଇଁ ମନା କରିଦେଇଥିଲେ। ବହୁ ବୁଝାସୁଝା ପରେ, ରାଜା ରାଜି ନ ଥିବା ବେଳେ ଜିନତ ତାଙ୍କ ସହ କଥା ହୋଇଥିଲେ। ଜଣେ ଅଭିନେତା ଭାବରେ ଆମେ ଆମର କାର୍ଯ୍ୟକୁ ଦେଖିବା ଉଚିତ୍‌, ସମ୍ପର୍କ ନୁହେଁ ବୋଲି ଜିନତ କହି ବୁଝାଇଥିଲେ। ଶେଷରେ ରାଜା ଜିନତଙ୍କ କଥା ବୁଝିଥିଲେ ଏବଂ ସେ ଏହି ଦୃଶ୍ୟ କରିବାକୁ ରାଜି ହୋଇଥିଲେ। ପରେ ଏକ ସାକ୍ଷାତକାରରେ ରାଜା ମୁରାଦ କହିଥିଲେ ଯେ, ଫିଲ୍ମ ସାଇନ୍‌କରିବା ପୂର୍ବରୁ ତାଙ୍କୁ ଏହି ଦୃଶ୍ୟ ବିଷୟରେ ନିର୍ଦ୍ଦେଶକ କହିଥିଲେ। କିନ୍ତୁ ଫିଲ୍ମର ଶୁଟିଂ ସମୟରେ ସେ ଭୁଲିଯାଇଥିଲେ। ଜିନତ ଅମାନଙ୍କ ସହ ଶୁଟିଂ ହୋଇଥିବା ଏହି ଦୃଶ୍ୟ ତାଙ୍କ କ୍ୟାରିୟରର ସବୁଠାରୁ କଷ୍ଟଦାୟକ ଦୃଶ୍ୟ ଥିଲା ବୋଳି ସେ କହିଥିଲେ।

Share