Posted inଖେଳ

ଧୋନୀଙ୍କ ପ୍ରଥମ ରୋଜଗାର କେତେ ଟଙ୍କା ଥିଲା ଜାଣନ୍ତି କି

ମହେନ୍ଦ୍ର ସିଂ ଧୋନୀ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ବଡ କ୍ରିକେଟର ହେବା ତାଙ୍କ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ସେ ବିଦ୍ୟାଳୟ ସ୍ତରରେ ଫୁଟବଲ ଦଳର ଗୋଲକିପର ଥିଲେ ଏବଂ ଏହି କ୍ଷେତ୍ରରେ ଆଗକୁ ବଢିବାକୁ ଚାହୁଁଥିଲେ। ଧୋନୀ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ସ୍କୁଲ କ୍ରିକେଟ ଦଳରେ ହଠାତ୍‌ ଜଣେ ଉଇକେଟ କିପର ଆବଶ୍ୟକ ପଡିଲା। ସେତେବେଳେ କ୍ରିକେଟ ପ୍ରଶିକ୍ଷକ ତାଙ୍କ ଗୋଲକିପିଂ ଦେଖିଲେ, ଧୋନୀଙ୍କ ଉପରେ ସେ ବହୁତ ପ୍ରଭାବିତ ହୋଇଥିଲେ।ସେ ହିଁ ଉଇକେଟ କିପିଂ ଦାୟିତ୍ୱ ତୁଲାଇ ପାରିବେ ଭାବି ତାଙ୍କୁ ସେହି ଦାୟିତ୍ୱ ଦେଇଥିଲେ। ଆଗ୍ରହ ନ ଥିଲେ ମଧ୍ୟ ଧୋନୀ କିପିଂ ଶିଖି ମ୍ୟାଚ୍‌ ଖେଲି ସଫଳ ମଧ୍ୟ ହୋଇଥିଲେ। ସେବେଠେୁ ଆରମ୍ଭ ହୋଇଥିଲା ଧୋନୀଙ୍କ କ୍ରିକେଟ ଜୀବନ। ପ୍ରଥମେ ଧୋନୀ ମେକନ କ୍ଲବ ଏବଂ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ସ୍ଥାନୀୟ ଦଳରେ ଯୋଗ ଦେଇଥିଲେ। ଏଠାରେ ସେ ବେତନ ଭାବରେ ୬୨୫ ଟଙ୍କା ପାଇଲେ। ଏହା ତାଙ୍କର ପ୍ରଥମ ରୋଜଗାର ଥିଲା। ଏହା ପରେ ଧୋନୀ ସେଣ୍ଟ୍ରାଲ କୋଲଫିଲ୍ଡସ ଲିମିଟେଡ କ୍ଲବରେ ଯୋଗ ଦେଇଥିଲେ। ଏଠାରେ ତାଙ୍କର ରୋଜଗାର ୨୦୦୦ ଟଙ୍କାକୁ ବୃଦ୍ଧି ପାଇଲା। କେବଳ ଏତିକି ନୁହେଁ, ଧୋନୀ ଏଠାରେ ୨୦୦ ଟଙ୍କାର ବୋନସ ମଧ୍ୟ ପାଉଥିଲେ। କାରଣ ସେ ଜଣେ ମ୍ୟାଚ ବିଜେତା ଖେଳାଳି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri