ଜନ୍ମଦିନରେ ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଉର୍ବଶୀ ରୌତେଲା ଇତିମଧ୍ୟରେ ୨୭ ବର୍ଷର ହୋଇଯାଇଛନ୍ତି। ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧ ଉର୍ବଶୀ ଜନ୍ମଦିନରେ ଏକ ଭଲ କାମ କରିଛନ୍ତି। ଜନ୍ମଦିନ ଅବସରରେ ସେ ଗରୀବ ଏବଂ ଅସହାୟ ଲୋକଙ୍କୁ କମ୍ବଳ ବାଣ୍ଟିଛନ୍ତି। ତାଙ୍କର ଏହି ଭଲ କାମକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି।
ଉର୍ବଶୀ ସୁପର ମଡେଲ ଭାବେ ପ୍ରଥମେ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଫିଲ୍ମ ‘ସିଂହ ସାବ ଦି ଗ୍ରେଟ୍‌’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କୁ ଖୁବ୍‌ ଶୀଘ୍ର ୱେବ୍‌ ସିରିଜ ‘ଇନ୍ସପେକ୍ଟର ଅବିନାଶ’ ରେ ରଣଦୀପ ହୁଡ୍ଡାଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ସେ ମୋହନ ଭରଦ୍ୱାଜଙ୍କ ଆଗାମୀ ଫିଲ୍ମ ‘ବ୍ଲାକ ରୋଜ’ରେ ମଧ୍ୟ କାମ କରୁଛନ୍ତି। ଏହା ହିନ୍ଦୀ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

Share