Categories: ଫୁରସତ

ପ୍ରେମିକାଙ୍କ ଜନ୍ମଦିନ ଉପହାର ପ୍ରେମିକଙ୍କୁ ରାତାରାତି କରିଦେଲା କୋଟିପତି

ସାଧାରଣତଃ ଜନ୍ମଦିନରେ ଲୋକଙ୍କୁ ଉପହାର ସ୍ବରୂପ ଅନେକ ଜିନିଷ ମିଳିଥାଏ। ସେ ଛୋଟ ହେଉ କି ବଡ଼। ଖୁସିରେ ସମସ୍ତେ ପ୍ରଦାନ କରିଥାନ୍ତି। ମାତ୍ର କେବେ ଶୁଣିଛନ୍ତି ଛୋଟମୋଟ ଉପହାର ବି ବେଳେବେଳେ ଭାଗ୍ୟ ଖୋଲିଦେଇଥାଏ। ଆଜ୍ଞା ହଁ, ଏଭଳି ଏକ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଏଠାକାର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଜନ୍ମଦିନରେ ଏକ ଲଟେରି ଟିକେଟ ଉପହାର ସ୍ବରୁପ ଦେଇଥିଲେ। ଶେଷରେ ଏହି ଲଟେରି ଟିକେଟ ପ୍ରେମିକଙ୍କ ଭାଗ୍ୟ ବଦଳାଇବା ସହ ତାଙ୍କୁ ରାତାରାତି କୋଟିପତି କରିଦେଇଛି। ଏହି ଲଟେରି ଜରିଆରେ ସେ ୧.୮୩ ଲକ୍ଷ ଆମେରିକୀୟ ଡଲାର ଜିତି ପାରିଛନ୍ତି। ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହା ୧.୩୫ କୋଟି ଟଙ୍କା ହେବ।

Share