ଏହି ପ୍ରସିଦ୍ଧ ଗାୟିକାଙ୍କ ଆଜି ଜନ୍ମ ଦିନ: ରାତାରାତି ଅଲ୍‌ବମ୍‌ କରିଦେଲା ଷ୍ଟାର

ଜଣାଶୁଣା ବ୍ରିଟିଶ ଗାୟିକା ତଥା ଗୀତିକାର ଅଡେଲେଙ୍କ ଆଜି ଜନ୍ମଦିନ। ସେ ମେ ୫ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ବିଶେଷ ଅବସରରେ ସାରା ବିଶ୍ୱରୁ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଡେଲେଙ୍କ ନାମ ସେହି ଗାୟକମାନଙ୍କ ସହ ଆସିଥାଏ, ଯାହାର ଆଲବମ୍‌କୁ ବର୍ଷ ବର୍ଷ ଧରି ଅପେକ୍ଷା କରାଯାଏ। ଅଡେଲେ ଏଯାବତ୍‌ ୧୫ ଗ୍ରେମୀ ପୁରସ୍କାର ଜିତିଛନ୍ତି । ସଙ୍ଗୀତ ପାଇଁ ଗ୍ରେମୀ ବିଶ୍ୱର ସବୁଠାରୁ ବଡ଼ ପୁରସ୍କାର। ଏଥିସହ ସେ ୨୨ଟି ବିଲବୋର୍ଡ ମ୍ୟୁଜିକ ପୁରସ୍କାର ମଧ୍ୟ ଜିତିଛନ୍ତି ।

ସେ ପିଲାଦିନରୁ ଜଣେ ଗାୟିକା ହେବାକୁ ଚାହୁଁଥିଲେ, ତେଣୁ ସେ ଚାରି ବର୍ଷ ବୟସରୁ ଗୀତ ଗାଇବାରେ ନିଜ ଚେଷ୍ଟା ଜାରି ରଖିଥିଲେ। ୨୦୦୮ରେ ତାଙ୍କ ଆଲବମ ‘୧୯’ ମୁକ୍ତିଲାଭ କରିଥିଲା ଏବଂ ଆଲବମ ତାଙ୍କୁ ଏକ ଷ୍ଟାର୍‌ କରିଥିଲା । ପ୍ରଥମ ସପ୍ତାହରେ ଆଲବମ୍‌ ୩୦ ଲକ୍ଷ ୩୮ ହଜାର କପି ବିକ୍ରି କଲା। ଏକ ମ୍ୟୁଜିକ ଆଲବମ ଇତିହାସରେ ଏହା ଏକ ରେକର୍ଡ। ଅଡେଲେ ସ୍କାଏ ଫଲ ପାଇଁ ଓସ୍କାର ଆଓ୍ବାର୍ଡ ମଧ୍ୟ ପାଇଛନ୍ତି ।

Share