ବଢୁଛି ଯାଆଁଳାଙ୍କ ଜନ୍ମ

ଲଣ୍ଡନ, ୧୭।୩: ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ଯାଆଁଳା ଶିଶୁଙ୍କ ସଂଖ୍ୟା। ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ ଓ ଅନ୍ୟାନ୍ୟ କୃତ୍ରିମ ପ୍ରଜନନ କୌଶଳ ଦ୍ୱାରା ଅଧିକ ସଂଖ୍ୟାରେ ଯମଜ ଶିଶୁଙ୍କ ପ୍ରସବ ହେଉଥିବା ବିଶ୍ୱସ୍ତରୀୟ ଏକ ଅଧ୍ୟୟନ ତଥ୍ୟ କହୁଛି। ରିପୋର୍ଟ ମୁତାବକ, ପ୍ରତି ବର୍ଷ ୧୬ ଲକ୍ଷ ଯାଆଁଳା ଶିଶୁଙ୍କ ଜନ୍ମ ହେଉଛି, ଯାହାକି ୧୯୮୦ ଦଶକ ପରଠାରୁ ଏକ ତୃତୀୟାଂଶ ଅଧିକ। ୩୦ ବର୍ଷ ପୂର୍ବେ ପ୍ରତି ହଜାରେ ଶିଶୁଙ୍କ ମଧ୍ୟରେ ୯ ଜଣ ଏଭଳି ଶିଶୁ ଜନ୍ମ ନେଉଥିଲାବେଳେ ଏବେ ତାହା ୧୨କୁ ବୃଦ୍ଧି ପାଇଛି। ଅଧ୍ୟୟନର ନେତୃତ୍ୱ ନେଇଥିବା ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ଖ୍ରିଷ୍ଟିୟାନ ମାଣ୍ଡେନ୍‌ ଏହି ସଂଖ୍ୟାକୁ ସର୍ବାଧିକ ବୋଲି କହିଛନ୍ତି। ବିଶେଷକରି ଧନୀ ଦେଶ ତଥା ୟୁରୋପ, ଉତ୍ତର ଆମେରିକା ଆଦିରେ ଯାଆଁଳ ଶିଶୁଙ୍କ ଜନ୍ମ ହାର ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି।
ହ୍ୟୁମାନ ରିପ୍ରଡକ୍ସନ୍‌ ଜର୍ନାଲରେ ଶୁକ୍ରବାର ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶିତ ହୋଇଛି। ଅଧ୍ୟୟନରେ ୨୦୧୦ରୁ ୨୦୧୫ ମଧ୍ୟରେ ୧୬୫ ଦେଶ ଏବଂ ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ୧୧୨ ଦେଶରେ ଯାଅଁାଳାଙ୍କ ଜନ୍ମ ତଥ୍ୟ ଆକଳନ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ, ଉତ୍ତର ଆମେରିକାରେ ଯମଜ ସନ୍ତାନଙ୍କ ସଂଖ୍ୟା ୭୧ ପ୍ରତିଶତ ବୃଦ୍ଧିପାଇଛି। ୟୁରୋପ ଏବଂ ଏସିଆ ମହାଦେଶର ବିଭିନ୍ନ ଦେଶରେ ମଧ୍ୟ ଏହି ସଂଖ୍ୟା ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏସିଆରେ ଏହି ସଂଖ୍ୟା ୩୨ ପ୍ରତିଶତ ଅଧିକ ରହିଛି। କେବଳ ୭ ଦେଶରେ ଯମଜ ସନ୍ତାନଙ୍କ ଜନ୍ମ ହାର ପୂର୍ବାପେକ୍ଷା ୧୦ ପ୍ରତିଶତରୁ ଅଧିକ କମିଥିବା ଜଣାପଡ଼ିଛି।
ଜାପାନରେ ଆଇଡେଣ୍ଟିକାଲ ଟୁଇନ୍ସ ବା ସମାନ ଦେଖାଯାଉଥିବା ଯାଆଁଳା ଶିଶୁଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ଆଫିକ୍ରାରେ ନନ୍‌ ଆଇଡେଣ୍ଟିକାଲ ବା ଭିନ୍ନ ଦିଶୁଥିବା ଯାଆଁଳାଙ୍କ ସଂଖ୍ୟା ବେଶି। ଜିନ୍‌ଗତ କାରଣରୁ ଏପରି ହୋଇଥିବା ମାଣ୍ଡେନ କହିଛନ୍ତି। ବିଶେଷକରି ବିଳମ୍ବରେ ମହିଳାଙ୍କ ଗର୍ଭଧାରଣ ଇଚ୍ଛା, ଗର୍ଭନିରୋଧକର ଅଧିକ ବ୍ୟବହାର, ଦୁର୍ବଳ ପ୍ରଜନନ କ୍ଷମତା ଆଦି ପ୍ରମୁଖ କାରଣରୁ ସହାୟକ ପ୍ରଜନନ କୌଶଳର ଆବଶ୍ୟକତା ପଡ଼ୁଛି। ଏଥିଯୋଗୁ ୧୯୭୦ ଦଶକରୁ ଆରମ୍ଭ ହୋଇଥିବା କୃତ୍ରିମ ପ୍ରସବ ପଦ୍ଧତିର ବ୍ୟବହାର ବଢ଼ିଥିବାରୁ ଯାଆଁଳା ଶିଶୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ବୋଲି ମାଣ୍ଡେନ ପ୍ରକାଶ କରିଛନ୍ତି।

ଆଇଭିଏଫ୍‌ କ’ଣ
ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ୍‌ (ଆଇଭିଏଫ୍‌) ହେଉଛି ଏକ କୃତ୍ରିମ ପ୍ରକ୍ରିୟା, ଯାହାଦ୍ୱାରା ଫର୍ଟିଲିଟି (ପ୍ରଜନନ କ୍ଷମତା) କିମ୍ବା ଶିଶୁଙ୍କ ଜିନ୍‌ଗତ ସମସ୍ୟାକୁ ରୋକିବା ସହ ଗର୍ଭଧାରଣରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହୁଏ। ଏହି ପ୍ରକ୍ରିୟାରେ ମହିଳାଙ୍କ ଓଭାରିରୁ ପରିପକ୍ୱ ଡିମ୍ବାଣୁ ସଂଗ୍ରହ କରାଯାଇଥାଏ। ପୁରୁଷଙ୍କଠାରୁ ନିଆଯାଇଥିବା ଶୁକ୍ରାଣୁ ସହ ଲାବରେଟୋରୀରେ ଡିମ୍ବାଣୁକୁ ଫର୍ଟିଲାଇଜ କରାଯାଏ। ଏହା ପରେ ଭ୍ରୂଣକୁ ଗର୍ଭାଶୟକୁ ସ୍ଥାନାନ୍ତର କରାଯାଏ। ଆଇଭିଏଫ୍‌ର ଗୋଟିଏ ଚକ୍ର (ସାଇକେଲ) ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ତିନି ସପ୍ତାହ ଲାଗିଥାଏ। ବେଳେବେଳେ ଏହି ପ୍ରକ୍ରିୟାଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଉଥିବାରୁ ସେହି ଅନୁସାରେ ଅଧିକ ସମୟ ମଧ୍ୟ ଲାଗିପାରେ। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଶୁକ୍ରାଣୁ ସହାୟତାରେ ଆଇଭିଏଫ୍‌ ମାଧ୍ୟମରେ ସୃଷ୍ଟ ଭ୍ରୂଣକୁ ଗର୍ଭାଶୟରେ ସ୍ଥାପନ ପରେ ପ୍ରସବ କରିପାରିବେ। ଏହାଛଡ଼ା ମା’ ହେବାକୁ ଚାହୁଁଥିବା ମହିଳା ତାଙ୍କ ଚିହ୍ନା ପରିଚିତ ପୁରୁଷ ବନ୍ଧୁଙ୍କ ଶୁକ୍ରାଣୁ ସହାୟତାରେ ମଧ୍ୟ ଗର୍ଭଧାରଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri